କାଶୀପୁର ବନ୍ଦ ପାଳନ
ରାୟଗଡ଼ା ଅଫିସ,୫।୧: ରାୟଗଡ଼ା ଜିଲା କାଶୀପୁର ବ୍ଲକସ୍ଥିତ ବାଫାଲମାଲି ଖଣି ଅଞ୍ଚଳରେ କର୍ମୀ ନିଯୁକ୍ତି ଦାବି ନେଇ ଚନ୍ଦ୍ରଗିରି ଛକରେ ଆନ୍ଦୋଳନରେ ବସିଥିବା ୩୪ ଜଣ ମହିଳା ଓ ୮ ଜଣ ଶିଶୁଙ୍କୁ ଅଣ୍ଡିରାକାଞ୍ଚ ଥାନାଧିକାରୀ ଶନିବାର ଗିରଫ କରିଥିଲେ। ଏହାର…
ଛାତରୁ ଠେଲି ବୃଦ୍ଧଙ୍କୁ ହତ୍ୟା: ଦମ୍ପତି ଅଟକ
ପୁରୀ ଅଫିସ,୫।୧: ପୁରୀ ଟାଉନ ଥାନା ଅଧୀନ ପଥୁରିଆ ସାହିରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନାରାୟଣ ମହାରଣା(୭୫)। ଘର ଭଡ଼ାକୁ କେନ୍ଦ୍ରକରି ଭଡ଼ାଟିଆ ଦମ୍ପତି ନାରାୟଣଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ସାହି ବାସିନ୍ଦା ଅଭିଯୋଗ…
ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ: ୩ ଯୁବକଙ୍କୁ ପଡ଼ିଲା ମହଙ୍ଗା
ଭୋଗରାଇ,୫।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ଉତ୍ତୋଳନ ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ବାନ୍ଧି ରଖିଛନ୍ତି। ସୂଚନା ଅନୁଯାୟୀ, ୩ ଯୁବକ ଶନିବାର ବିଳମ୍ବିତ ରାତିରେ…
୨୫ ଫୁଟ ଚେକ୍ଡ୍ୟାମ୍ ତଳକୁ ଖସିଲା କମାଣ୍ଡର
ଟିଟିଲାଗଡ଼,୫।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟସ୍ଥ ୨୫ ଫୁଟର ଚେକ୍ଡ୍ୟାମ୍ ତଳକୁ ଏକ କମାଣ୍ଡର ଗାଡ଼ି ରବିବାର ଖସି ଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ବ୍ୟତୀତ ଗାଡିରେ କେହି ନ ଥିବା…
ଖାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଧାମନଗର,୫।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ କାଞ୍ଜିଆପାଳ ଗ୍ରାମର ଏକ ପାଣି ଖାଲରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି। ଦୁଇଦିନ ପୂର୍ବରୁ ତାଙ୍କ ଜମିରୁ ସାରୁ ଚୋରି ହୋଇଥିଲା।…
ବକେୟା ଜିଏସ୍ଟିଆର୍-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ
କଟକ ଅଫିସ,୫।୧: ଜିଏସ୍ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍ଟିଆର୍-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି। ଗତ ଜିଏସ୍ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ଜାନୁୟାରୀ ୧୦…
ଚନ୍ଦକା ଗଲେ ୭ ଚିତ୍ରାହରିଣ: ଶାଗୁଣା ଅଣ୍ଡା, କଟାସ ଆସିଲା ଡାକ୍ତରଖାନା
ବାରଙ୍ଗ,୫।୧(ଡି.ଏନ୍.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିତ୍ରାହରିଣମାନଙ୍କ ସଂଖ୍ୟା ଗତ କିଛିଦିନ ମଧ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଚିତ୍ରାହରିଣଙ୍କୁ ଚନ୍ଦକା ଜଙ୍ଗଲରେ ଛାଡିବାର ଅଭିଯାନ ଆରମ୍ଭ କରିଛନ୍ତି। ଏ ନେଇ ଶନିବାର ଚତୁର୍ଥ ପର୍ଯ୍ୟାୟରେ ୭ଟି ଚିତ୍ରାହରିଣକୁ…
ଟ୍ରେନ୍ରେ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣା: ଅଭିଯୁକ୍ତ ଗିରଫ
ଜଟଣୀ, ୫।୧(ଡି.ଏନ.ଏ.): ବନ୍ଧୁକ ଦେଖାଇ ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିବା ସହ ଟ୍ରେନ୍ ମଧ୍ୟରେ ଆତଙ୍କ ସୃଷ୍ଟି ଘଟଣାରେ ଖୋର୍ଦ୍ଧାରୋଡ ରେଲୱେ ପୋଲିସ ସୋମନାଥ ପାଢୀ(୩୮)ଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ ଜିଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ…
କଳାପାଟ-ବଡ଼ମାଳିସାହିରେ ପକ୍ଷୀ ଗଣନା ଶେଷ: ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ
ଗଣିଆ,୫।୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ବିଭିନ୍ନ ଜଳାଶୟରେ ୩ ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଛାମୁଣ୍ଡିଆ ବନାଞ୍ଚଳରେ ୨ଟି ଟିମ୍ ଦ୍ୱାରା ଗଣନା କାର୍ଯ୍ୟ କରାଯାଇଥିଲା । ଏହି ଟିମ୍ ମହାନଦୀର ଦକ୍ଷିଣପାର୍ଶ୍ୱ ନୟାଗଡ଼…
କୌଳିକ ବୃତ୍ତି ଦେଇଛି ସମ୍ମାନ: ଗୋପାଳନରୁ ଛେନାପୋଡ଼ ବ୍ୟବସାୟୀ
ଭାପୁର,୫।୧(ଶୁଭେନ୍ଦ୍ର କୁମାର ପଟ୍ଟନାୟକ): ଅଭାବ ଅନଟନ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ୨ ପରିବାର ନିଷ୍ଠା ଓ ପରିଶ୍ରମ ବଳରେ ଆଜି ସଫଳତାର ପାହାଚ ଚଢ଼ି ପାରିଛନ୍ତି। ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅନ୍ୟ ପରିବାରକୁ…
ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ
ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ ସେ ବନ୍ଦର ନିଷିଦ୍ଧାଞ୍ଚଳ ବୁଲିବା ସହ କେତେକ ନୂତନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ପ୍ରକଳ୍ପଗୁଡ଼ିକ…
ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍
ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ପାସବୁକ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ କରିଛନ୍ତି। ଏନେଇ ଶୁକ୍ରବାର ନାଉଗାଁ ଥାନାରେ…

