ଆମ ଜିଲା ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ହରିଣ ପାର୍କ ସ୍ଥାନାନ୍ତର ବାଟ ଫିଟିଲା; ପାରଳାଖେମୁଣ୍ଡି ଲଖାରିକୁ ଯିବା ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୬ା୧-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କ ସ୍ଥାନାନ୍ତର ହେବା ନିଶ୍ଚିତ ହୋଇଛି ା ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦ୍ଦେଶନାମାର ୯ ବର୍ଷ ପରେ ଏହି ପାର୍କକୁ ସ୍ଥାନାନ୍ତର କରାଯିବା ଉପରେ ବନ ବିଭାଗ ଗୁରୁତ୍ୱ ଦେଇଛି…

ଭାରତୀୟ ବିଜ୍ଞାନ କଂଗ୍ରେସରେ ସୋରଡ଼ା ଅଧ୍ୟାପକ ଉପସ୍ଥାପନ କଲେ ବାଲିପଦର କୃଷ୍ଣସାର ମୃଗ ଉପରେ ସନ୍ଦର୍ଭ

ସୋରଡ଼ା,୬ା୧(ଡି.ଏନ.ଏ.)-ସ୍ଥାନୀୟ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ମାସ ୩ରୁ ୭ ପର୍ଯ୍ୟନ୍ତ ବାଙ୍ଗାଲୋର କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ବିଜ୍ଞାନ କଂଗ୍ରେସରେ ଭାରତର…

ଖୋଲିନି ସମସ୍ତ ମଣ୍ଡି, ଆନ୍ଧ୍ର ଯାଉଛି ଗଞ୍ଜାମ ଧାନ

ଛତ୍ରପୁର,୬ା୧(ଡି.ଏନ.ଏ)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ମାଧ୍ୟମରେ ଧାନକିଣା ଆରମ୍ଭ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ଅମଳ ଧାନ ରଖିବାକୁ…

ବାପଛେଉଣ୍ଡ ୪ ଶିଶୁ ଅସହାୟ

ତେଲକୋଇ, ୬।୧(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମୋଦର ଗୌଣି ମୁଣ୍ଡା ସାହିରେ ୪ଜଣ ଅନାଥ ଶିଶୁ ରହୁଛନ୍ତି। ବାପା ମରିବା ପରେ ସେମାନଙ୍କ ମା’ ଛୁଆଙ୍କୁ ଛାଡି ପଳାଇବା ଯୋଗୁ ଛୁଆ ମାନଙ୍କ ପାଖରେ କେହି ନାହାନ୍ତି। ତାଙ୍କର ସାହା…

ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ; ଦୁର୍ଦ୍ଦିନରେ ବାଉଁଶ କାରିଗର

ରାଇସୁଆଁ, ୬।୧(ଡି.ଏନ.ଏ.)-ବାଉଁଶ ଶିଳ୍ପ ଏକ ଲାଭଜନକ କୁଟୀର ଶିଳ୍ପ ଥିଲା। ଏହି କୁଟୀର ଶିଳ୍ପ ମାଧ୍ୟମରେ ଶହଶହ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ବହୁ ପରିବାର ବେରୋଜଗାରରୁ ମୁକ୍ତି ପାଇ ପାରୁଥିଲେ। ବର୍ତ୍ତମାନ ଆମ ରାଜ୍ୟରେ ଲକ୍ଷ…

୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହେଲାନି ପୋଲ

ବାସୁଦେବପୁର,୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗ୍ରାମଠାରୁ ଗମେଈ ନଦୀକୁ ସଂଯୋଗ କରୁଥିବା ମୋହନ ସାମଲ ନାଳ ଜଳ ନିଷ୍କାସନର ଏକ ପ୍ରମୁଖ ନାଳ। ଏହି ନାଳ ବଳିବିନ୍ଧା ବାଷଠି, ଚୂଡ଼ାମଣି, ଭୈରବପୁର ଆଦି ସଂଲଗ୍ନ ଗ୍ରାମର ଚାଷୀଙ୍କ ଚାଷଜମିକୁ…

ସୁଧୁରୁନି ଚରମ୍ପା ଷ୍ଟେଶନରୋଡ୍‌ ଟ୍ରାଫିକ ସମସ୍ୟା

ଭଦ୍ରକ ଅଫିସ,୬।୧-ଭଦ୍ରକ ଷ୍ଟେଶନରୁ ସହରକୁ ପ୍ରବେଶ ପଥ ଚରମ୍ପା ଷ୍ଟେଶନ ଫିଡର ରୋଡ୍‌ରେ ଟ୍ରାଫିକ ଜାମ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଦୈନିକ ହଇରାଣ ହେଉଛନ୍ତି। ରାସ୍ତା ଜାମ୍‌ ଯୋଗୁ ସାଧାରଣ ଲୋକେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଷ୍ଟେଶନ…

ଖଡ଼ଗପୁର ଡିଆର୍‌ଏମ୍‌ଙ୍କୁ ଭେଟିଲେ ପ୍ରତିନିଧି ଦଳ

ଜଳେଶ୍ୱର,୬।୧(ସ୍ବ.ପ୍ର.)- ଖଡଗପୁର ରେଳ ଡିଭିଜନ ଅଧୀନ ବାଲେଶ୍ୱର ଜିଲାର ଜଳେଶ୍ୱର ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏଣୁ ଜଳେଶ୍ୱରକୁ ଏକ ମଡେଲ ଷ୍ଟେଶନ କରାଯିବା ଲାଗି ଶନିବାର ଜଳେଶ୍ୱରର ସମାଜକଲ୍ୟାଲ ବିକାଶ…

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା ଯୋଗୁ ଲୋକଙ୍କ ନିକଟରେ ପାଣି ପହଞ୍ଚିବା ପରିବର୍ତ୍ତେ ରାସ୍ତାରେ ବୋହି ଲହଡ଼ି ମାରୁଛି ା…

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡିସେମ୍ବର ୩୧ ସୁଦ୍ଧା ଏହି ଜାତୀୟ ରାଜପଥର ମରାମତି…

ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ଧାର ଧାରୁନାହିଁ। ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ନେଇ…

ଜିପିଏଫ୍‌, ଫ୍ୟାମିଲି ପେନ୍‌ସନରୁ ବଁଚିତ୍‌ ପରିବାର: ସୁବର୍ଣ୍ଣକଁର ଉପରେ ୧୧ ଝନିଆଁ କୁଟ୍‌ମର ବୋଝ୍‌

ଲୋଇସିଂହା,୬ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା। ସେ ଥାନୀଅ ରୋତ ପିଏସ୍‌ କଲେଜରେ ଚାକିରି କରି ଅବସର ନେଇଥିଲେ। ଅବସର ନେବାର ବଛ୍‌ରେ ଉତାରୁ ତାକର ମୁର୍‌ତୁ ହେଇଥିଲା। ଆଏଜ୍‌କେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?