ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍‌ ସିଗନାଲ

ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସେଠୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଏ ଦିଗରେ ସମସ୍ତଙ୍କର ଦାୟିତ୍ୱ ରହିଛି ଏବଂ ଉତ୍ତରଦାୟୀଭାବେ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ମଦ ଓ ମାଦକଦ୍ରବ୍ୟର ସେବନ ପୂର୍ବକ ଗାଡିଚାଳନା, ରାସ୍ତାରେ ନିର୍ମାଣଗତ ତ୍ରୁଟି, ଚାଳନାବେଳେ ମୋବାଇଲ ଫୋନ ବ୍ୟବହାର ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ହିଁ ଦୁର୍ଘଟଣାର ମୁଖ୍ୟକାରଣ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏ ସବୁ ନିୟମ ଭାଙ୍ଗୁଥିବା ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇ ଯେଉଁ କାରଣ ପାଇଁ ଦୁର୍ଘଟଣା ଘଟୁଛି ତାହାକୁ ଖୋଜି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଂଝାରପୁରର ସୟଦପୁରଠାରୁ ମଇନ୍ଦା ଛକ ମଧ୍ୟରେ ନିୟମିତ ଦୁର୍ଘଟଣା ଘଟୁଥିବାରୁ ଏ ଦିଗରେ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୈଠକ ପରିଚାଳନା କରି ସଡ଼କ ସୁରକ୍ଷାକୁ ଅଧିକ ଫଳପ୍ରଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାଂଶ ମାର୍ଗ ଅଧିକ ସମ୍ବେଦନଶୀଳ ହୋଇଥିବାବେଳେ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ସହିତ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା, ଧରପଗଡ଼କୁ ତ୍ୱରାନ୍ବିତ କରାଇବା ଏବଂ ରାସ୍ତା ନିର୍ମାଣ ସମୟରେ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଣ୍ଡିଖୋଲ ଓ ଡୁବୁରୀଠାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜନସାଧାରଣଙ୍କ ସ୍ବାର୍ଥ ସାଧନ ପାଇଁ ଟ୍ରାଫିକ ଲାଇଟ ସିଗନାଲ ବ୍ୟବସ୍ଥା କରିବାକୁ ଜିଲାପାଳ କହିଥିଲେ। ଅନ୍ୟପକ୍ଷରେ ଚଣ୍ଡିଖୋଲ ଛକରେ ରାସ୍ତା ଉପରେ ପାର୍କିଂ କରୁଥିବା ଗାଡିଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ବସ୍‌ ରହିବା ସ୍ଥଳକୁ ଅବରୋଧ ମୁକ୍ତ କରିବାକୁ ସ୍ଥିର ହୋଇଥିଲା। ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀ, ଯାଜପୁର ଆରଟିଓ ସଚିନ୍ଦ୍ରନାଥ ପଣ୍ଡା, ଅତିରିକ୍ତ ଏସ୍‌ପି ଜୟରାମ ଶତପଥିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ୨୦୩୫ ପର୍ଯ୍ୟନ୍ତ ପ୍ରମୁଖ ଇଭେଣ୍ଟର କାର୍ଯ୍ୟସୂଚୀ: ଜାଣନ୍ତୁ ଭାରତରେ ହେବ କେଉଁ ସବୁ ବଡ଼ ଇଭେଣ୍ଟ

ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍‌ ଇଭେଣ୍ଟ ଯଥା…

୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା ପାଞ୍ଚ ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରାଯାଇପାରେ; ଆସନ୍ତାକାଲି ଆସିବ ଆଇପିଏଲ (IPL) ୨୦୨୭ ପାଇଁ ରିଟେନସନ ତାଲିକା

ନୂଆଦିଲ୍ଲୀ,୧୬।୧୧: IPL 2027 ପାଇଁ ସମସ୍ତ ଦଳର ରିଟେନସନ ତାଲିକା ନଭେମ୍ବର ୧୭ରେ ପ୍ରକାଶ ପାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ପରି ପ୍ରମୁଖ ଖେଳାଳିମାନେ…

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…

୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…

କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…

ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ର ଐତିହାସିକ ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଏହି…

କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….

ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…

ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍‌

ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…

କିଡ୍‌ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?