ପାଚେରିରେ ଅଟକିଛି ପ୍ଲାନେଟାରିୟମ ନିର୍ମାଣ

ବ୍ରହ୍ମପୁର ଅଫିସ,୧ା୨ – ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିକ୍ରମପୁରଠାରେ ରାଜ୍ୟର ତୃତୀୟ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଛି । ହେଲେ କାର୍ଯ୍ୟରେ ଅଗ୍ରଗତି ହେଉ ନ ଥିବାରୁ ଏହା କେବଳ ଘୋଷଣାରେ ରହିଯିବା ଭଳି ମନେହେଉଛି। ପ୍ଲାନେଟାରିୟମ ପାଇଁ ଗତ ମାର୍ଚ୍ଚରୁ ପାଚେରି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଆଉ ପଥର ଖଣ୍ଡିଏ ମଧ୍ୟ ପଡିନାହିଁ । ଫଳରେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ପ୍ରକଳ୍ପ ବାସ୍ତବ ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିରୁ ଗଞ୍ଜାମ ଜିଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ସ୍ପଷ୍ଟ ପ୍ରତିଫଳିତ ହେଉଥିବା ବୁଦ୍ଧଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରାଇବା ନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ଢାଞ୍ଚାରେ ଏକ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ର୍ନିମାଣ ପାଇଁ ଯୋଜନା କରାଯାଇଥିିଲା ।
ଏଥିପାଇଁ ୨୦୧୮ ଜାନୁୟାରୀରେ ବିକ୍ରମପୁରଠାରେ ୧୦ ଏକର ଜାଗା ଚିହ୍ନଟ କରାଯାଇ ୫ ଏକର ଜମିରେ ସାଇନ୍ସ ପାର୍କ ଓ ଅନ୍ୟ ୫ ଏକର ଜମିରେ ପ୍ଲାନେଟାରିୟମ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଇଡକୋ (ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ବିଭାଗ)କୁ ହସ୍ତାନ୍ତର କରାଯାଇଥିଲା। ୧୨ କୋଟି ଟଙ୍କା ବିିନିମୟରେ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କେବଳ ପ୍ଲାନେଟାରିୟମ ପାଚେରି ନିର୍ମାଣ ପାଇଁ ୨୦୧୮ ଏପ୍ରିଲରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ୪୯ ଲକ୍ଷ ଟଙ୍କା ଇଡକୋକୁ ହସ୍ତାନ୍ତର କରିଥିଲା। ସେହିବର୍ଷ ନଭେମ୍ବରରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ଏହାବ୍ୟତୀତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ରାଜ୍ୟ ଇଡକୋ କାର୍ଯ୍ୟାଳୟକୁ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ୨୦୧୯ ଫେବୃୟାରୀ ୪ରେ ଏକ ଚିଠି ମାଧ୍ୟମରେ ଅବଗତ କରାଇଥିଲା। ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁରଲାଠାରେ ଥିବା ସାଇନ୍ସ ପାର୍କ ଢାଞ୍ଚାରେ ସାଇନ୍ସ ପାର୍କ ନିର୍ମାଣ କରିବା ସହ ୬.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ନେଇ ମଧ୍ୟ ଉକ୍ତ ପ୍ରସ୍ତାବିତ ଚିଠିରେ ଦର୍ଶାଇଥିଲା। ଇତିମଧ୍ୟରେ ସାଇନ୍ସ ପାର୍କ ପାଇଁ ଆସିଥିବା ପ୍ରସ୍ତାବିତ ଚିଠି ଓ ପାଚେରି ନିର୍ମାଣକୁ ବର୍ଷେ ବିତିବାକୁ ଯାଉଛି। ତଥାପି ଏହି ପ୍ରକଳ୍ପ ଅଗ୍ରଗତି ତଥା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ବ୍ରହ୍ମପୁରସ୍ଥିତ ଇଡକୋ ଆଞ୍ଚଳିକ ମୁଖ୍ୟ ଅଶୋକ କୁମାର ମିଶ୍ରଙ୍କ କହିଛନ୍ତି, ପାଚେରି ନିର୍ମାଣ ପରେ ସାଇନ୍ସ ପାର୍କ ପାଇଁ କେବଳ ପ୍ରସ୍ତାବିତ ଚିଠି ଆସିଥିଲା। କିନ୍ତୁ ଏ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ ନିର୍ମାଣ ପାଇଁ ଅର୍ଥ ସରକାରଙ୍କ ପକ୍ଷରୁ ଆସି ନ ଥିବା ଇଡକୋର ଆଞ୍ଚଳିକ ମୁଖ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାକୁ ବିଗତ ଦିନରେ ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବିଡିଏ ଦ୍ୱାରା ନିର୍ମାଣ ହେଉଥିବା ଏହି ରକ୍‌ ଗାର୍ଡେନ ନିର୍ମାଣ ପାଇଁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଦୀର୍ଘ ଦେଢ ବର୍ଷ ଧରି ଏହି ପ୍ରକଳ୍ପ କେବଳ ପାଚେରିରେ ସୀମିତ ରହିଥିଲା। ସେହିପରି ଦୀର୍ଘ ଦେଢ ବର୍ଷରୁ ଉର୍ଦ୍ଦ ସମୟ ପରେ ମଧ୍ୟ ବିଡିଏ ପକ୍ଷରୁ ଗୋପାଳପୁର ଇକୋ ରିଟ୍ରିଟ ହବ କାର୍ଯ୍ୟ ମଧ୍ୟ ଏ ଯାଏଁ ସରିନାହଁ। ଉପରୋକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଲକ୍ଷ୍ୟ କଲେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କର ବାସ୍ତବତା ରୂପ ନେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri