ପାଚେରିରେ ଅଟକିଛି ପ୍ଲାନେଟାରିୟମ ନିର୍ମାଣ

ବ୍ରହ୍ମପୁର ଅଫିସ,୧ା୨ – ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିକ୍ରମପୁରଠାରେ ରାଜ୍ୟର ତୃତୀୟ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଛି । ହେଲେ କାର୍ଯ୍ୟରେ ଅଗ୍ରଗତି ହେଉ ନ ଥିବାରୁ ଏହା କେବଳ ଘୋଷଣାରେ ରହିଯିବା ଭଳି ମନେହେଉଛି। ପ୍ଲାନେଟାରିୟମ ପାଇଁ ଗତ ମାର୍ଚ୍ଚରୁ ପାଚେରି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଆଉ ପଥର ଖଣ୍ଡିଏ ମଧ୍ୟ ପଡିନାହିଁ । ଫଳରେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ପ୍ରକଳ୍ପ ବାସ୍ତବ ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିରୁ ଗଞ୍ଜାମ ଜିଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ସ୍ପଷ୍ଟ ପ୍ରତିଫଳିତ ହେଉଥିବା ବୁଦ୍ଧଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରାଇବା ନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ଢାଞ୍ଚାରେ ଏକ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ର୍ନିମାଣ ପାଇଁ ଯୋଜନା କରାଯାଇଥିିଲା ।
ଏଥିପାଇଁ ୨୦୧୮ ଜାନୁୟାରୀରେ ବିକ୍ରମପୁରଠାରେ ୧୦ ଏକର ଜାଗା ଚିହ୍ନଟ କରାଯାଇ ୫ ଏକର ଜମିରେ ସାଇନ୍ସ ପାର୍କ ଓ ଅନ୍ୟ ୫ ଏକର ଜମିରେ ପ୍ଲାନେଟାରିୟମ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଇଡକୋ (ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ବିଭାଗ)କୁ ହସ୍ତାନ୍ତର କରାଯାଇଥିଲା। ୧୨ କୋଟି ଟଙ୍କା ବିିନିମୟରେ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କେବଳ ପ୍ଲାନେଟାରିୟମ ପାଚେରି ନିର୍ମାଣ ପାଇଁ ୨୦୧୮ ଏପ୍ରିଲରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ୪୯ ଲକ୍ଷ ଟଙ୍କା ଇଡକୋକୁ ହସ୍ତାନ୍ତର କରିଥିଲା। ସେହିବର୍ଷ ନଭେମ୍ବରରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ଏହାବ୍ୟତୀତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ରାଜ୍ୟ ଇଡକୋ କାର୍ଯ୍ୟାଳୟକୁ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ୨୦୧୯ ଫେବୃୟାରୀ ୪ରେ ଏକ ଚିଠି ମାଧ୍ୟମରେ ଅବଗତ କରାଇଥିଲା। ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁରଲାଠାରେ ଥିବା ସାଇନ୍ସ ପାର୍କ ଢାଞ୍ଚାରେ ସାଇନ୍ସ ପାର୍କ ନିର୍ମାଣ କରିବା ସହ ୬.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ନେଇ ମଧ୍ୟ ଉକ୍ତ ପ୍ରସ୍ତାବିତ ଚିଠିରେ ଦର୍ଶାଇଥିଲା। ଇତିମଧ୍ୟରେ ସାଇନ୍ସ ପାର୍କ ପାଇଁ ଆସିଥିବା ପ୍ରସ୍ତାବିତ ଚିଠି ଓ ପାଚେରି ନିର୍ମାଣକୁ ବର୍ଷେ ବିତିବାକୁ ଯାଉଛି। ତଥାପି ଏହି ପ୍ରକଳ୍ପ ଅଗ୍ରଗତି ତଥା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ବ୍ରହ୍ମପୁରସ୍ଥିତ ଇଡକୋ ଆଞ୍ଚଳିକ ମୁଖ୍ୟ ଅଶୋକ କୁମାର ମିଶ୍ରଙ୍କ କହିଛନ୍ତି, ପାଚେରି ନିର୍ମାଣ ପରେ ସାଇନ୍ସ ପାର୍କ ପାଇଁ କେବଳ ପ୍ରସ୍ତାବିତ ଚିଠି ଆସିଥିଲା। କିନ୍ତୁ ଏ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ ନିର୍ମାଣ ପାଇଁ ଅର୍ଥ ସରକାରଙ୍କ ପକ୍ଷରୁ ଆସି ନ ଥିବା ଇଡକୋର ଆଞ୍ଚଳିକ ମୁଖ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାକୁ ବିଗତ ଦିନରେ ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବିଡିଏ ଦ୍ୱାରା ନିର୍ମାଣ ହେଉଥିବା ଏହି ରକ୍‌ ଗାର୍ଡେନ ନିର୍ମାଣ ପାଇଁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଦୀର୍ଘ ଦେଢ ବର୍ଷ ଧରି ଏହି ପ୍ରକଳ୍ପ କେବଳ ପାଚେରିରେ ସୀମିତ ରହିଥିଲା। ସେହିପରି ଦୀର୍ଘ ଦେଢ ବର୍ଷରୁ ଉର୍ଦ୍ଦ ସମୟ ପରେ ମଧ୍ୟ ବିଡିଏ ପକ୍ଷରୁ ଗୋପାଳପୁର ଇକୋ ରିଟ୍ରିଟ ହବ କାର୍ଯ୍ୟ ମଧ୍ୟ ଏ ଯାଏଁ ସରିନାହଁ। ଉପରୋକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଲକ୍ଷ୍ୟ କଲେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କର ବାସ୍ତବତା ରୂପ ନେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ…

ଧସିଲା ପାହାଡ଼: ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ…

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ…

ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’

ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ଏହି ଜିଲାରେ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍କୁଲ,…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

Video: ଆରସିବି (RCB) ତାଙ୍କୁ କିଣିବା ମାତ୍ରେ ହୋଟେଲ ରୁମାର ଏମିତି ନାଚିଲେ ଶ୍ରେୟଙ୍କା ପାଟିଲ , ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ବୁଧବାର କୋଚିରେ ‘ୱିମେନ୍ସ ପ୍ରିମିୟର ଲିଗ’ (WPL) ର ପଞ୍ଚମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଞ୍ଚଟି ଦଳ ମୋଟ ୨୭…

ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?