ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

ଆନନ୍ଦପୁର/ଘସିପୁରା, ୧।୨ (ସ୍ବ.ପ୍ର./ଡି.ଏନ.ଏ.)- ଆପଣ ମାନେ ଖୁସି ତ-ସଦ୍ୟ ସମାପ୍ତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନୀ ସଭାରେ ଜନ ସାଧାରଣ ଉଦ୍ଦେଶ୍ୟରେ ଦେଇଥିବା ନାରା ”ଆପଣ ମାନେ ଖୁସି ତ“ ଏଠାରେ ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଏହି ନାରା ମୁଖ୍ୟମନ୍ତ୍ରୀ ନୁହଁ ବରଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ବ୍ୟାରେଜ ପ୍ରକଳ୍ପ ଉଦଘାଟନୀ ସ୍ଥଳରେ ଉପସ୍ଥିତ ଶତାଧିକ ଲୋକେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାରେଜ ପରିଦର୍ଶନ ସମୟରେ ଉତ୍ସାହିତ ହୋଇ କିଛି ଏଭଳି ନାରା ଦେଇଥିଲେ।
ନିରଞ୍ଜନ ବଦ୍ରି ଗପସପ- ବିଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ଅବସରରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। ସଭାସ୍ଥଳରେ ଏହି ଦୁଇ ଜଣ ନେତା ପାଖାପାଖି ବସି ଢେର କିଛି ସମୟ ଧରି ପରସ୍ପର କାନରେ ଫୁସୁରୁଫାସର ହୋଇଥିଲେ। ମଞ୍ଚରେ ଏହି ରୋଚକ ଦୃଶ୍ୟକୁ ଦେଖି ଉପସ୍ଥିତ ଥିବା ଜନସାଧାରଣ ଚାପା ଗୁଞ୍ଜରଣ କରୁଥିବା ବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଖାଲି ସେତିକି ନୁହଁ ଏହି ସଭାରେ ବିଧାୟକ ପାତ୍ର ନିଜ ବକ୍ତବ୍ୟରେ କେତେକ ପ୍ରସଙ୍ଗରେ ନିରଞ୍ଜନଙ୍କୁ ସମର୍ଥନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଥିଲେ।
ନେତାଙ୍କ ଦୌଡ଼ ପ୍ରତିଯୋଗିତା- ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟସ୍ତ ବହୁଳ ଗସ୍ତ ଅବସରରେ ତିନୋଟି ପୃଥକ ପୃଥକ ସ୍ଥାନରେ କାର୍ଯ୍ୟକ୍ରମ ରହିଥିଲା। ବ୍ୟାରେଜ ପ୍ରକଳ୍ପ ସ୍ଥଳରୁ ବିଏନ ହାଇସ୍କୁଲ ପୁଣି ସେଠାରୁ ଆନନ୍ଦପୁର ଷ୍ଟାଡିୟମ ପଡ଼ିଆକୁ ଯିବା ପାଇଁ ସମସ୍ତ ମନ୍ତ୍ରୀ, ଏମ୍‌ପି ଓ ବିଧାୟକ ମାନେ ଯେଉଁଭଳି ନିଜ ନିଜ ଗାଡ଼ି ଧରିବାକୁ ଦୌଡ଼ି ଯାଉଥିଲେ ଏହା ଉପସ୍ଥିତ ଲୋକଙ୍କୁ ଦୌଡ଼ ପ୍ରତିଯୋଗିତାର ଭ୍ରମ ଲାଗିଥିଲା। ତେବେ ଏହି ଦୌଡ଼ରେ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ।
ବୋହିନେଲେ ବିସ୍କୁଟ- ଷ୍ଟାଡିୟମ ପଡ଼ିଆଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କ ପାଇଁ ଆସିଥିବା ବିସ୍କୁଟ କାର୍ଟୁନ ଗୁଡ଼ିକୁ ବିଜୁ ଯୁବ ବାହିନୀ ପୋଷାକରେ ଥିବା ସ୍ବେଚ୍ଛାସେବୀ ମାନେ ବୋହି ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚାରିଜଣ ଯୁବ ବାହିନୀ ସ୍ବେଚ୍ଛାସେବୀ ଚାରି କାର୍ଟୁନ ବିସ୍କୁଟ ଷ୍ଟାଡିୟମରୁ ନେଇ ବାହାରେ ଥିବା ଏକ ଦୋକାନରେ ରଖିବା ପରେ ବାଇକରେ ବୋହି ନେଇଯିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri