ବୁଦ୍ଧଖୋଲ ମହୋତ୍ସବ ଉଦ୍ଘାଟିତ: ନାଚଗୀତରେ ଝୁମିଲେ ଦର୍ଶକ
ବୁଗୁଡ଼ା,୧୨ା୧(ଡି.ଏନ.ଏ.)-ବୁଗୁଡ଼ା ବୁଦ୍ଧଖୋଲ ମହୋତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବକୁ ବିଜ୍ଞାନ ଓ କାରିଗରୀ କୌଶଳ ସାଧାରଣ ଉଦ୍ୟୋଗ ତଥା ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…
ଅନିୟମିତତାରେ ଚାଲିଛି ଆର୍ଡବ୍ଲୁଏସ୍ଏସ୍ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ
ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍ଡବ୍ଲୁଏସ୍ଏସ୍ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ…
ବାର୍ହା ମାଂସ ଜବତ, ଶିକାରୀ ଗିରଫ
ବୁଗୁଡ଼ା,୧୧ା୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଜିଲିବା ଛକରେ ବାଲିପଦର ବନପାଳ ଓ ବନରକ୍ଷୀ ଶନିବାର ବାର୍ହା ମାଂସ ବିକ୍ରି କରୁଥିବା ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଜିଲିବା ଗ୍ରାମର କୁନା ସ୍ବାଇଁ। ତାଙ୍କ ନିକଟରୁ ୫ କେଜି ବାର୍ହା ମାଂସ…
କାର୍ଯ୍ୟରତ କନଷ୍ଟେବଳଙ୍କ ମୃତ୍ୟୁ
ବାଲେଶ୍ୱର ଅଫିସ,୧୧।୧-ବାଲେଶ୍ୱର ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଶଶିକାନ୍ତ ପାଣିଗ୍ରାହୀ (୫୨) ଶନିବାର ଅପରାହ୍ନରେ ଡ୍ୟୁଟିରେ ଥିବାବେଳେ ହଠାତ୍ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ଜିଲା ପୋଲିସ ପ୍ରଶାସନରେ ଶୋକର ଛାୟା ଖେଳିଯାଇଛି। ଶଶିକାନ୍ତ ଡ୍ୟୁଟିରେ ଥିବାବେଳେ ଅପରାହ୍ନରେ ହଠାତ୍…
ବସ୍ରେ ଲାଗିଲା ନିଆଁ
ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିଲା। ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ବସ୍ ବାହାରି ବାରିପଦା ଅଭିମୁଖେ ଯାଉଥିବା…
ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ
ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍ ଜୁନିୟର ଡିଭିଜନ ଓ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶନିବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…
ଜଳିଗଲା ୯ ବଖରା: ଖୋଲା ଆକାଶ ତଳେ ବିପନ୍ନ ପରିବାର
ସିଂହପୁର,୧୧।୧(ଡି.ଏନ୍.ଏ.) : ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରି ଓ ବାଙ୍ଗରାରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ବଖରା ଜଳି ପାଉଁଶ ହୋଇଯାଇଛି। ବାଙ୍ଗରା ପଞ୍ଚାୟତ ବିଲସାହିରେ ଶନିବାର ସକାଳେ ଅଗ୍ନିକାଣ୍ଡରେ ସଖୀ ଜେନା, ଶିଶିର ଜେନା, ଅରୁଣ ଜେନା,…
ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଳାଶପଙ୍ଗା ଲ୍ୟାମ୍ପ୍ସ…
ସର୍ପାଘାତରେ ଯୁବକଙ୍କ ଜୀବନ ଗଲା
ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଛତ୍ରକଣା ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ମୁନା ନାୟକ। ମୁନା ସାଇକେଲରେ ଯାଉଥିବା ସମୟରେ ଖଡିପାଳ ପୋଲ ନିକଟରେ କୌଣସି କାରଣରୁ ଓହ୍ଲାଇ ଥିଲେ। ସେହି ସମୟରେ…
୧୫ ଗ୍ରାମ୍ ବ୍ରାଉନ ସୁଗାର ଜବତ: ଜଣେ ଗିରଫ
ସିମୁଳିଆ,୧୧।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରିଛି। ଉକ୍ତ ଅଞ୍ଚଳର ଉପେନ୍ଦ୍ର ସୂତାର ଓରଫ ପେଟୁ (୫୦) ନାମକ ଜଣେ ପରିବା ଦୋକାନୀଙ୍କ ନିକଟରୁ ଏହି ବ୍ରାଉନ…
ଦୈନିକ ସଡ଼କ ସୁରକ୍ଷା ନିୟମ ମନେ ରଖିବାକୁ ପଡ଼ିବ: ଜିଲାପାଳ
ଛତ୍ରପୁର,୧୧।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ଶୁଭାରମ୍ଭ ହୋଇଛି। ଏହା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଛତ୍ରପୁରସ୍ଥିତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପ୍ରତ୍ୟେକ ଦିନ ସଡ଼କ…
ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ କଲେ ଯୁବକ, ପ୍ରେମିକାଙ୍କ ପ୍ରତାରଣା ସହି ନ ପାରି ଏଭଳି କରିଥିବା କହିଲେ
କଟକ ଅଫିସ,୧୧।୧: ପ୍ରେମିକାଙ୍କ ପ୍ରତାରଣାକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କାରଣ ଦର୍ଶାଇ ଏକ ଭିଡିଓ ଶୁଟିଂ କରିଛନ୍ତି। ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରୁ ଜିଆର୍ପି ପୋଲିସ ସମ୍ପୃକ୍ତ ଯୁବକଙ୍କ…

