ଆମ ଜିଲା ଖବର

ପିଲା ଆସିଲେନି, ବସି ବସି ଫେରିଲେ ଶିକ୍ଷୟିତ୍ରୀ

ପବିତ୍ରନଗର,୨୨ା୧(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ପରାବିଲ ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ବିବାଦ ଲାଗିରହିଛି। ଫଳରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଅଭିଭାବକମାନେ…

୧୨ ବର୍ଷ ହେବ ଜବରଦଖଲ ଦୋକାନ ଘର ମୁକୁଳିଲା

ଅନୁଗୋଳ ଅଫିସ, ୨୨।୧ – ଦୀର୍ଘ ୧୨ ବର୍ଷ ହେଲା ଜବରଦଖଲରେ ଥିବା ଦୋକାନ ଘରକୁ ମଙ୍ଗଳବାର ଅନୁଗୋଳ ପୌରପାଳିକା ନିଜ କବ୍‌ଜାକୁ ନେଇଛି। ମାଜିଷ୍ଟ୍ରେଟ ଭାବେ ଅନୁଗୋଳ ଅତିରିକ୍ତ ତହସିଲଦାର, ପୋଲିସ, ପୌର ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କ…

ପ୍ରସୂତିଙ୍କୁ ମିଳିଲା ବିରଳ ବମ୍ବେ ଗ୍ରୁପ୍‌ ରକ୍ତ

ଅନୁଗୋଳ ଅଫିସ, ୨୨।୧- ଅନୁଗୋଳ ବଇଣ୍ଡା ଅଞ୍ଚଳର ଜଣେ ପ୍ରସୂତି ମହିଳାଙ୍କୁ ମିଳିଛି ବିରଳ ବମ୍ବେ ଗ୍ରୁପ୍‌ ବା ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ। ତେବେ ଏହି ରକ୍ତଦାନ ପାଇଁ ଜଣେ ବ୍ୟକ୍ତିଙ୍କୁ ରାଉରକେଲାରୁ ଟ୍ରେନ୍‌ରେ ଅନୁଗୋଳ ଆସିବାକୁ ପଡ଼ିଛି।…

ସୁନ୍ଦରୀ ବିବରଣୀ ମାଗିଲେ କାହ୍ନା କର୍ତ୍ତୃପକ୍ଷ: ବନ୍ୟପ୍ରାଣୀ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି

ବନ୍ତଳା,୨୨ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ଏନ୍‌କ୍ଲୋଜରରୁ ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟପ୍ରଦେଶ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ପକ୍ଷରୁ…

‘ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବା ଉଚିତ ନୁହେଁ’

ଢେଙ୍କାନାଳ ଅଫିସ,୨୨ା୧ – କୌଣସି ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଢେଙ୍କାନାଳ ଜିଲାକୁ ପରୀକ୍ଷାପର୍ବ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଭ୍ୟ ହରିହର…

ଅନୁଗୋଳ ବନମଣ୍ଡଳରେ ୭୫,୬୦୭ ପକ୍ଷୀ: ୨୦୧୯ ତୁଳନାରେ ୧୩ ହଜାର ୩୦୭ ବୃଦ୍ଧି

ବନ୍ତଳା,୨୨ା୧(ଡି.ଏନ.ଏ.) – ଅନୁଗୋଳ ବନମଣ୍ଡଳ ସର୍କଲରେ ଗତ ୧ ତାରିଖରେ କରାଯାଇଥିବା ପକ୍ଷୀ ଗଣନା ରିପୋର୍ଟ ମଙ୍ଗଳବାର ବନ ବିଭାଗ ପ୍ରକାଶ କରିଛି। ଏଥିରେ ଅନୁଗୋଳ, ଆଠମଲ୍ଲିକ, ଆଠଗଡ଼, କଟକ, ଢେଙ୍କାନାଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା:୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧:ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

ହେଭି ଭେହିକିଲ୍‌ରେ ସ୍ଥାନାନ୍ତର ହେବ ନରହନ୍ତା ଦନ୍ତା

ତାଳଚେର,୨୨ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ବି ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି। ଢେଙ୍କାନାଳ କପିଳାସସ୍ଥିତି ଚିଡ଼ିଆଖାନାର…

ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର ତଳସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପହଞ୍ଚତ୍ପାରିବ। ନିଜ ନିର୍ବାଚନମଣ୍ଡଳୀ ସହ ଜିଲାରେ କ’ଣ…

‘ଭିଏସ୍‌ଏସ୍‌କୁ ଅଧିକ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ହେଉ’

ଢେଙ୍କାନାଳ ଅଫିସ,୨୨ା୧- ଢେଙ୍କାନାଳ ଜିଲା ବନବିଭାଗ ପକ୍ଷରୁ ଜିଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି।…

ନିୟମ ମାନୁନାହାନ୍ତି କର୍ମଚାରୀ: ପୌର କାର୍ଯ୍ୟାଳୟକୁ ନେଇ ବଢ଼ୁଛି ଅଭିଯୋଗ

ଅନୁଗୋଳ ଅଫିସ, ୨୨।୧ – ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ ଅନେକ ସମୟରେ ନିଜ ସିଟ୍‌ରେ ରହୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣ ବିଭାଗୀୟ କର୍ମଚାରୀଙ୍କୁ ନ ପାଇ ହଇରାଣ ହେଉଥିବା ବେଳେ…

ସମଲେଇ ମନ୍ଦିର, ହୀରାକୁଦର ବିକାଶ ହେବ

ସମ୍ବଲପୁର,୨୨ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ନବବର୍ଷ ଉପଲକ୍ଷେ ସେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସମଲେଇ ମନ୍ଦିରର ଆବଶ୍ୟକ ଅନୁସାରେ ବିକାଶ କରାଯିବ। ବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?