ମିଲର ଅପେକ୍ଷାରେ ଚାଷୀ: ଖରା କାକରରେ ମଣ୍ଡିରେ ପଡ଼ିଛି ଧାନ

ନୟାଗଡ ଅଫିସ,୨୧ା୨: ଖରା କାକରରେ ମଣ୍ଡିରେ ପଡିରହିଛି ଧାନ। କେଉଁଠି ଦୁଇଦିନ ତ ଆଉ କେଉଁଠି ୩ଦିନ ହେଲା ଚାଷୀ ଧାନବସ୍ତା ଜଗି ରହିଛି। ହେଲେ ମିଲରଙ୍କ ଦେଖା ମିଳୁନି। ଏଭଳି ଅବ୍ୟବସ୍ଥା ଜିଲାର ବିଭିନ୍ନ ଧାନ ମଣ୍ଡିରେ ଦେଖା ଦେଇଛି। ଏଠାରେ ନୟାଗଡ଼ ବ୍ଲକ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ଚାଲିଥିବା ଧାନମଣ୍ଡିକୁ ଉଦାହରଣ ଭାବେ ନିଆଯାଇ ପାରେ। ଜିଲା ସଦର ମହକୁମା ନିକଟରେ ଏଭଳି ଅବ୍ୟବସ୍ଥାର ସମାଧାନ ହୋଇପାରୁ ନ ଥିବାବେଳେ ଜିଲାର ଉପାନ୍ତ ଅଞ୍ଚଳରେ ଚାଷୀ କିପରି ଅସୁବିଧା ଭୋଗୁଥିବେ ତାହା ସହଜରେ ଅନୁମେୟ।

ସମ୍ପାଦକ ବଦଳିବା ଦରକାର
ଗୋଟିଏ ଗୋଟିଏ ସମବାୟ ସମିତିରେ ସମ୍ପାଦକ ଦୀର୍ଘବର୍ଷ ରହୁଥିବାରୁ ଦୁର୍ନୀତି ବଢ଼ୁଛି। ଧାନକିଣାରେ କେଳେଙ୍କାରୀ ଚାଲିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନି। ଅଢ଼େଇ ଏକର ଜମିରୁ ୫୫ ବସ୍ତା ଧାନ ଆଦାୟ ହୋଇଛି। ହେଲେ ଏହାକୁ ବିକ୍ରି କରିପାରୁନି। ମିଲର ଧାନ କିଣିବାକୁ ଅଖା ଦେଇଛନ୍ତି। ମଣ୍ଡିକୁ ଧାନଆଣି ଜଗି ରହିଛି। ସେହିପରି ଗତବର୍ଷ ଧାନ ବିକିବାକୁ ଆସିଥିଲି। ହେଲେ ମୋତେ ସୁଯୋଗ ମିଳିଲାନି। ଶେଷରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କଲି। ଅଭିଯୋଗ କଲେ ଆମ ଉପରେ ରାଗ ରଖି ହଇରାଣ କରୁଛନ୍ତି।
ବିଜୟ ବେହେରା, ଚାଷୀ, ଗଉଡସାହି, ଇଟାମାଟି

୩ଦିନ ହେଲା ଅପେକ୍ଷା
ମୋବାଇଲକୁ ମେସେଜ ଆସିଲା ଧାନ ମଣ୍ଡିକୁ ଆଣ। ୧୯ ତାରିଖରେ ମେସେଜ ଆସିବା ପରେ ସେହିଦିନ ମଣ୍ଡିକୁ ଧାନ ଆଣିଛି। ହେଲେ ମିଲରଙ୍କ ଦେଖାନାହିଁ। ସରକାରୀ ଦରରେ ଧାନ ବିକ୍ରି କରିବାକୁ ୩ ଦିନ ହେଲା ଅପେକ୍ଷା କଲୁଣି। ଦେଖାଯାଉ କେବେ ଆମଠାରୁ ମିଲର ଧାନ କିଣୁଛନ୍ତି।
ବସନ୍ତ ପୃଷ୍ଟି, ଚାଷୀ, ପ୍ରଧାନସାହି, ଇଟାମାଟି

ଅଭିଯୋଗ କେହି ଶୁଣୁ ନାହାନ୍ତି
ଏଠାରେ ୨ ଜଣ ମିଲର ଧାନ କିଣୁଛନ୍ତି। ପ୍ରଥମେ କିଛିଦିନ ଭଲରେ ଧାନ କିଣିଲେ। ପରେ ମିଲର ମନଇଚ୍ଛା କାରବାର କରୁଛନ୍ତି। ଧାନମଣ୍ଡି ପାଇଁ ଉଦ୍ଦିଷ୍ଟ ବାରରେ ଆଉ ମିଲର ଆସୁନାହାନ୍ତି। ବୁଧବାର ଏଠାରେ ଧାନ କିଣିବାର ଥିଲା। ହେଲେ ଗୁରୁବାର ହେଲାଣି, ମିଲରଙ୍କ ଦେଖା ନାହିଁ। ଫୋନ କଲେ ଉତ୍ତର ମିଳୁଛି, ଅପେକ୍ଷା କରିଥାନ୍ତୁ ଆମେ ଯାଉଛୁ। ଏଠାରେ ଚାଷୀ ସମସ୍ୟା ବୁଝିବାକୁ କେହି ନାହାନ୍ତି।
ଦୀପକ ନାୟକ, କୃଷକ ସଙ୍ଗଠନ ସଭାପତି, ଇଟାମାଟି

ମଣ୍ଡିରେ ମିଳୁନି ସର୍ବନିମ୍ନ ସୁବିଧା
୪ ଏକର ଜମି ଚାଷକରି ୧୦୦ ବସ୍ତା ଧାନ ପାଇଛି। ହେଲେ ବିକିବାର ସୁବିଧା ପାଉନି। ମଣ୍ଡିକୁ ଆସିଲେ ପିଇବାକୁ ପାଣି ମଳୁନି। ଖରା କାକରରୁ ରକ୍ଷା ପାଇଁ ଧାନ ଉପରେ ଘୋଡାଇବାକୁ ପଲିଥିନ ମିଳୁନି। ବସିବାର ମଧ୍ୟ ସୁବିଧା ନାହିଁ। ଚାଷୀଙ୍କୁ ସର୍ବନିମ୍ନ ସୁବିଧା ନ ଦେଇ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସ ବୋଲି କୁହାଯାଉଛି।
ଭିକାରୀ ଲେଙ୍କା, ଚାଷୀ, ଇଟାମାଟି

ଟୋକନ ମିଳୁନି, ଧାନ ଧରି ବସିଛି
ମୋର ୪ ଏକର ଓ ସେବା ସୂତ୍ରରେ ୫ଏକର ଏପରି ମୋଟ ୯ ଏକର ଜମି ରହିଛି। ଟୋକନ ପାଇବା ପାଇଁ ୧ମାସରୁ ଊର୍ଦ୍ଧ୍ୱ ହେବ ଆବେଦନ କରିଛି। ହେଲେ ଟୋକନ ମିଳୁ ନ ଥିବାରୁ ଧାନ ବିକିପାରୁନି। ମୋ ଭାଇ ଚାଷ କରିନି। ସେ କିନ୍ତୁ ଧାନ ବିକ୍ରି କରିବାର ସୁବିଧା ପାଇ ସାରିଲାଣି। ଜମି ପାଇଁ ସାର ମଧ୍ୟ ପାଇଛି। ହେଲେ ମୋ ପାଇଁ ସରକାରୀ ସୁବିଧା ସାତସପନ।
ଶରତ ଚନ୍ଦ୍ର ମହାପାତ୍ର, ଚାଷୀ, ଖଟେଇସାହି, ଇଟାମାଟି

ତାଲା ପକାଇ ଚାଲିଗଲେ କର୍ମଚାରୀ
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସମ୍ପାଦକ ଚାଲିଗଲେ। ଏହା ପରେ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ତାଲା ଝୁଲିଲା। ଚାଷୀ ଧାନ ବିକ୍ରି କରିବାକୁ ଆସି ଜମା ହୋଇ ରହିଥିଲେ। ଅଧିକାଂଶ ଚାଷୀ କହିଥିଲେ ଏହା ନିତିଦିନିଆ ସମସ୍ୟା। ସମିତି ସବୁବେଳେ ଖୋଲେନି। ଅଭିଯୋଗ କଲେ ସମିତିରେ ତାଲା ଝୁଲେ। ଆମେ ସମିତି ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ଆମକୁ କିଛି ନ କହି ଏଡାଇ ଯାଇଥିଲେ।

ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସେ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହେଉଛି ତାହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri