ଅନୁଗୋଳରେ ମାତିଛନ୍ତି ଲୁଟେରା: ସଫେଇ ଆଳରେ ଲୁଟୁଛନ୍ତି ସୁନା

ଅନୁଗୋଳ ଅଫିସ, ୨୧।୨ – ସୁନା ସଫା କରିଦେବା ଆଳରେ ଲୋକଙ୍କଠାରୁ ସୁନା ଲୁଟୁଥିବା ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା ବିଭିନ୍ନ ଆଡ଼ୁ ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଲୁଟ୍‌ ହୋଇଥିବା ସୁନା ଫେରି ପାଇବାର ଆଶା ନ ଥିବାରୁ ଏ ନେଇ କ୍ଷତିଗ୍ରସ୍ତମାନେ ଥାନାରେ ଅଭିଯୋଗ କରିବାକୁ ଉଚିତ ମଣୁ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହରର ବିଭିନ୍ନ ଗଳିକନ୍ଦିରେ ଏବେ ସୁନା ସଫେଇବାଲାଙ୍କୁ ଦେଖିବାକୁ ମିଳୁଛି। ସେମାନେ ଘର ଘର ବୁଲି କମ୍‌ ପଇସାରେ ଲୋକଙ୍କୁ ସୁନା ସଫେଇ କରିଦେବାକୁ କହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ସଫେଇ ନଁାରେ କୌଶଳକ୍ରମେ ସୁନା ଅଳଙ୍କାର ଲୁଟି ନେଉଥିବା ଅଭିଯୋଗ ହେଉଛି। ଗତବର୍ଷ ଏପରି ଏକ ଲୁଟେରା ଗ୍ୟାଙ୍ଗ ସହରକୁ ଆସିଥିବା ଖବର ପାଇବା ପରେ ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ହେଲେ ଚଳିତବର୍ଷ ଏପରି ଗ୍ୟାଙ୍ଗ ସମ୍ପର୍କରେ ଏଯାଏ ପୋଲିସ ନିକଟରେ ସୂଚନା ନାହିଁ। ଏପରି କି ଠକେଇ ହୋଇଥିବା ଲୋକେ ମଧ୍ୟ ଏ ନେଇ ଥାନାରେ ଅଭିଯୋଗ କରିନାହାନ୍ତି। ନିକଟରେ ହାତୀଶାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଏପରି ଠକେଇର ଶିକାର ହୋଇଥିଲେ ବି ଥାନାରେ ଏତଲା ଦେଇ ନ ଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏପରି ଲୁଟେରା ଗ୍ୟାଙ୍ଗ ଅନୁଗୋଳକୁ ଆସିଥିଲେ। ଏମାନଙ୍କୁ ସହରରୁ ତଡ଼ା ଯାଇଥିଲା। ସେମାନେ ସୁନା ସଫା କରିବା ପାଇଁ ଆଣୁଥିବା ପାଣି ଓ କେମିକାଲ୍‌ରେ ସଫା କରିବା ସମୟରେ ସୁନା ଲୁଟ୍‌ କରିଥାନ୍ତି। ଏହି ଲୁଟେରା ଗ୍ୟାଙ୍ଗ ବେଶ୍‌ ସତର୍କତାର ସହ କାର୍ଯ୍ୟ କରୁଥିବାରୁ ଏମାନଙ୍କୁ ସାଧାରଣ ଲୋକେ ଚିହ୍ନିବା କଷ୍ଟକର। ତେଣୁ ଘର ଘର ବୁଲି ସୁନା ସଫା କରିବାକୁ କହୁଥିବା ବ୍ୟକ୍ତିଙ୍କ ନିକଟରେ ସୁନା ସଫା ନ କରାଇବାକୁ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri