ଆମ ଜିଲା ଖବର

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର…

ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦିଗପହଣ୍ଡି,୩ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। କେ.ନୂଆଗାଁ ଆଇଆଇସି ମାଧବାନନ୍ଦ ନାୟକ, ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀ ସଦଳବଳ ଗାଁରେ…

ଭିଜିଲାନ୍ସ ଜାଲରେ ଫେଡ୍‌କୋ ଜେ.ଇ.

ସାକ୍ଷୀଗୋପାଳ, ୩।୧୨(ଡି.ଏନ.ଏ.): ସାକ୍ଷୀଗୋପାଳ ଫେଡ୍‌କୋ ନଂ ୨ ସେକ୍ସନ ଜେ.ଇ. ବିଘ୍ନରାଜ ମହାନ୍ତି ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସତ୍ୟବାଦୀ ଥାନା ଧାନକେରା ଗ୍ରାମର ସୁରେଶ ଚନ୍ଦ୍ର ଦାସଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭୁବନେଶ୍ୱର ଭିଜିଲାନ୍ସ…

ବାରଣ ସତ୍ତ୍ୱେ କମୁନି ପଲିଥିନ ବ୍ୟବହାର: ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ, ୩,୯୦୦ ଟଙ୍କା ଜରିମାନା ଆଦାୟ

ବିଜେପୁର, ୩।୧୨(ଡି.ଏନ୍‌.ଏ.): ବରଗଡ ଜିଲା ବିଜେପୁର ଏନ୍‌ଏସି ପକ୍ଷରୁ ସହରରେ ପଲିଥିନ ଚଢାଉ ଅଭିଯାନ ମଙ୍ଗଳବାରରୁ ଆରମ୍ଭ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେରଙ୍କ ନେତୃତ୍ୱରେ ତଥା ସ୍ବଚ୍ଛ ଭାରତ ଅଭିଯାନର ନୋଡାଲ ଅଫିସର ଦିବ୍ୟ କିଶୋର ପୂରୋହିତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ…

ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର ଶିଶୁକନ୍ୟା ଫସି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଗାଡ଼ିର କାଚ ଖୋଲି ଶିଶୁକନ୍ୟାକୁ…

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା…

୨୭ ହଜାର କଫ୍‌ ସିରପ୍‌ ଜବତ ହେବାପରେ ଆରମ୍ଭ ହେଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ୍‌, ୩।୧୨: ବଲାଙ୍ଗୀର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ର଼୍ୟାଲି ଆରମ୍ଭ କରାଯାଇଛି। ବଲାଙ୍ଗୀର ଏସ୍‌ପି ସନ୍ଦିପ ମାଡକରଙ୍କ ନେତୃତ୍ୱରେ ଏହି ର଼୍ୟାଲି ଆଦର୍ଶ ଥାନା ପ୍ରାଙ୍ଗଣରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତାଗୁଡିକ ପରିକ୍ରମା କରିଥିଲା…

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୃତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ସାଲାଇନ

ପୁରୀ ଅଫିସ,୩।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ମୃତ ବ୍ୟକ୍ତିଙ୍କଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ ଚାଲିଥିବା ଅଭିଯୋଗ ଆସିଛି। ଚିକିତ୍ସାରେ ଅବହେଳା ନେଇ ପରିବାର ଲୋକେ ମଙ୍ଗଳବାର ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା…

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍‌ଟି ଗତିଶୀଳ…

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା…

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…

ନିଶା କାରବାର ଅଭିଯୋଗ: ସିଲ୍‌ ହେଲା ପଞ୍ଜାବୀ ମଠ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ମଠ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ସିଲ୍‌ ହେବା ପରେ ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri