‘ଦଳଗତ ପ୍ରୟାସ ଜାରି ରଖ’

ଢେଙ୍କାନାଳ ଅଫିସ, ୨୮।୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଦଳଗତ ପ୍ରୟାସ ଜାରି ରଖି ଢେଙ୍କାନାଳକୁ ଶ୍ରେଷ୍ଠ ଜିଲାରେ ପରିଣତ କରିବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି।
ସାଥ୍‌-ଏ ଟିମ୍‌ ପକ୍ଷରୁ ଜାନୁୟାରୀରେ ହୋଇଥିବା ସର୍ବେକ୍ଷଣରେ ଢେଙ୍କାନାଳ ଜିଲା ରାଜ୍ୟରେ ୫ମ ସ୍ଥାନରେ ରହିଥିଲା। ସର୍ବେକ୍ଷଣରେ ସାମିଲ କରାଯାଉଥିବା ବିଭିନ୍ନ ମାନକ (ଇଣ୍ଡିକେଟର) ଉପରେ ଜିଲାପାଳ ବୈଠକରେ ଉପସ୍ଥିତ ବିଇଓଙ୍କ ସହ ଆଲୋଚନା କରିଥିଲେ। ଇଣ୍ଡିକେଟର ଅନ୍ତର୍ଭୁକ୍ତ ଖର୍ଚ୍ଚ ସମ୍ପର୍କିତ ବିନିଯୋଗ ପ୍ରମାଣପତ୍ର, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟ ମିଶ୍ରଣ, ଯୁକ୍ତିସଙ୍ଗତ ଶିକ୍ଷକ ଆବଣ୍ଟନ ଆଦି ବିଷୟର ସମାଧାନ ବ୍ୟକ୍ତିଗତସ୍ତରରେ କରିବାକୁ ଜିଲାପାଳ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସ୍କୁଲଗୁଡ଼ିକରେ ଶତ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ, ଶୌଚାଳୟ ପରିଷ୍କାର, ଆଧାର ପଞ୍ଜୀକରଣ, ଦ୍ୱିତୀୟ ପର୍ଯ୍ୟାୟ ଗରିମା ରୌପ୍ୟ ଆକଳନରେ ସମସ୍ତ ବ୍ଲକ ଉନ୍ନତ ପ୍ରଦର୍ଶନ, ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ନିରନ୍ତର ଉନ୍ନତି ଦିଗରେ ଦୃଷ୍ଟି ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଜାନୁୟାରୀରେ ହାରାହାରି ସଫଳତା ମାନକରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ ଏବଂ ରାଜ୍ୟରେ ୩୦ତମ ସ୍ଥାନ ହାସଲ କରିଛି। ଅଗ୍ରଗାମୀ ବ୍ଲକ ଭାବେ କାମାକ୍ଷାନଗର ଜିଲାରେ ୩ୟ ଏବଂ ରାଜ୍ୟରେ ୫୩ସ୍ଥାନ ହାସଲ କରିଛି। ସମ୍ପୃକ୍ତ ୨ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ କର୍ମଚାରୀଙ୍କ ଉଦ୍ୟମକୁ ଜିଲାପାଳ ପ୍ରଶଂସା କରିଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।
ବୈଠକରେ ଡିଇଓ ତଥା ପ୍ରକଳ୍ପ ସଂଯୋଜିକା ନିବେଦିତା ପାଣି, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, ସାଥ୍‌ ଟିମ୍‌ର ତେଜସ୍ବିନୀ ପାଣିଗ୍ରାହୀ, ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷାର କର୍ମକର୍ତ୍ତା, ବ୍ଲକ ଯୋଜନା ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri