ଆମ ଜିଲା ଖବର

ଭଙ୍ଗା ଆମ୍ବୁଲାନ୍ସରେ ରୋଗୀ ସେବା

ଗୋପ, ୯ା୨(ଡିି.ଏନ୍‌.ଏ): ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଘଟିଛି। ଏପରି କି ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ନୂତନ…

ବାବୁସାନ ଶ୍ରେଷ୍ଠ ଅଭିନେତା, ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ

ପୁରୀ ଅଫିସ, ୯ା୨: ୱିନିଂ ଏବଂ ସ୍ପୋର୍ଟିଂ କ୍ଲବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋଲ୍ଡେନ ବିିଚ୍‌ରେ ଦୁଇଦିନିଆ ୧୫ତମ ଓଡ଼ିଆ ଫିଲ୍ମ ଓ ଟିଭି ଆୱାର୍ଡ ଶୋ’ ଟାଇମ୍‌ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମିଷ୍ଟର ମଜ୍‌ନୁ ଚଳଚ୍ଚିତ୍ର ଲାଗି ବାବୁସାନ୍‌ ଶ୍ରେଷ୍ଠ…

ଅଦିନିଆ ବର୍ଷାରେ ଫସଲ ପ୍ରଭାବିତ

ରସୁଲପୁର,୯ା୨(ଡି.ଏନ୍‌.ଏ.): ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ମାନବ ସମାଜ ପାଇଁ କାଳ ସାଜୁଛି। ଏଥିଯୋଗୁଁ ଲୋକମାନେ ବହୁ ଦୁଃସାଦ୍ଧ ରୋଗର ଶିକାର ମଧ୍ୟ ହେଉଛନ୍ତି। ଅନେକ ଗରୀବ ଦିନମଜୁରିଆ, ଖଟିଖିଆଙ୍କ ଭାତହାଣ୍ଡି ପ୍ରଭାବିତ ହେଉଛି। ବିଶେଷକରି ଚାଷୀକୂଳ ଋଣଯନ୍ତା ଭିତରକୁ ଠେଲି ହୋଇଯାଉଛି।…

ପ୍ରକଳ୍ପ ପିଛା ଲକ୍ଷାଧିକ ଆତ୍ମସାତ

ଯାଜପୁର ଅଫିସ,୯ା୨: ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ପାନୀୟ ଜଳ ସୁବିଧାକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନସ୍ତରରେ ନଳକୂପ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ,…

ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର ପରିବର୍ତ୍ତନ ସହ ସେମାନଙ୍କ ଜୀବନଜିବିକାକୁ ସୁଦୃଢ ଓ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି। ତେବେ…

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୯ା୨: ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା…

ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସୁକିନ୍ଦା ବନଖଣ୍ଡ ଅଧୀନରେ ରହିଥିବା କାଙ୍କଡ଼ପାଳ ପଞ୍ଚୟତର…

ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ କଟାଇଥିଲେ।…

୭୩ ବର୍ଷ ପରେ ଗଁ।କୁ ବିଜୁଳି ଆଲୁଅ

ଆଠମଲ୍ଲିକ, ୯ା୨(ଡି.ଏନ.ଏ.) – ସ୍ବାଧୀନତାର ୭୩ ବର୍ଷ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ବିପ୍ରଡିହ ଗ୍ରାମରେ ଜଳିଛି ବିଜୁଳି ଆଲୁଅ। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଗଁ। ଲୋକେ। ବହୁ ବିଳମ୍ବ ହେଲେ ବି ଶେଷରେ ଗଁ।କୁ…

୬ ବର୍ଷ ହେଲା ହେଉନି ବ୍ଲକ ମହୋତ୍ସବ

ବଅଁରପାଳ,୯ା୨(ଡି.ଏନ.ଏ.) – ସ୍ଥାନୀୟ ଲୋକକଳା ତଥା ପ୍ରତିଭାର ବିକାଶ ପାଇଁ ପ୍ରତି ବ୍ଲକସ୍ତରରେ ଆୟୋଜନ ହେଉଛି ବ୍ଲକ ମହୋତ୍ସବ। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୬ ବର୍ଷ…

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ ଟଙ୍କା ପାଇଥିଲେ ସୁଦ୍ଧା ଘର କାମ ସାରୁନାହାନ୍ତି। ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସେମାନଙ୍କ…

ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦାଉ ସାଧିଛି। ଫିକା ପଡ଼ିଛି ବ୍ୟବସାୟ। ହାତବାନ୍ଧି ବସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?