ଆମ ଜିଲା ଖବର

ସେନା କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ

ଦିଗପହଣ୍ଡି,୯ା୨(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକଆଁ ଛକ ନିକଟସ୍ଥ ସାରଥି ନରସିଂହ କଲୋନୀର ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରବୀନ୍ଦ୍ରଙ୍କ ଏତଲା କ୍ରମେ ପୋଲିସ ନଂ. ୩୦/୨୦ରେ ମାମଲା ରୁଜୁ କରିଛି। ପ୍ରକାଶ…

ଜେସିବି ଚାଳକଙ୍କୁ ପିଟିପିଟି ହତ୍ୟା: ଅଭିଯୋଗ ଆଣିଲେ ଘର ମାଲିକ

ବେଦବ୍ୟାସ,୯।୨(ଡି.ଏନ୍‌.ଏ.): ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଦୁର୍ଗାମଣ୍ଡପ ଗଳିରେ ରହୁଥିବା ଜଣେ ଜେସିବି ଚାଳକଙ୍କୁ ଶନିବାର ବିଳମ୍ବିତ ରାତିରେ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ଗୋମେତ ଦଣ୍ଡ(୩୫)। ପୋଲିସ ସୂଚନାନୁଯାୟୀ, ଉକ୍ତ ଭଡ଼ା ଘରେ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଶୋଭାପୁଟ ଗ୍ରାମର ପୁରୋଶତୀ ଖୋଡ଼ା। ଗତବର୍ଷ ସେପ୍ଟେମ୍ବର ୨୩ରୁ ଗଞ୍ଜେଇ କାରବାରରେ ନବରଙ୍ଗପୁର ଉପକାରାଗାରରେ ବିଚାରାଧୀନ ବନ୍ଦୀ…

୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍‌ : ୯ ମୃତ, ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ଗୋପାଳପୁର, ୯।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡରାଜପୁର ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିଛି। ଏଥିରେ ୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ରୁ…

ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ

ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ ଏକ ବିମାନ ଯୋଗେ କୋଲକାତା ବିମାନବନ୍ଦର ଅଣାଯାଇଥିଲା। ମୃତଶରୀରକୁ ଓଡ଼ିଶା ଆଣିବା ପାଇଁ ବିମାନବନ୍ଦରରେ…

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ ଟ୍ରଷ୍ଟି ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ ଏହି ପ୍ରତିବାଦ କରିଛନ୍ତି। ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର…

ସରକାରଙ୍କ ଅବହେଳା ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇବ ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପ୍ରତି ସରକାରଙ୍କ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନ ହେବ। ପୂର୍ବରୁ କରାଯାଇ ଆସୁଥିବା ପାଞ୍ଚ ଦଫା ଦାବି ଅଦ୍ୟାବଧି ପୂରଣ ହୋଇ ନ ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। କମିଟିର ଷଷ୍ଠ ପ୍ରତିଷ୍ଠା…

ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ

ଦାରିଙ୍ଗବାଡ଼ି,୯।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଏହି ଘଟଣାର ଦ୍ବିତୀୟ ଦିନ ଅର୍ଥାତ୍‌ ରବିବାର ଉକ୍ତ ସ୍ଥାନରୁ ଆଉ ଡିଜେଲ ବାହାରୁନଥିବା ନେଇ ପୁଣି…

ମାଧପୁରରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଦାବି

ମାଧପୁର,୯।୨: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସୂଚନାନୁଯାୟୀ, ଶନିବାର…

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମେସ୍‌ ମାଲିକ ଗିରଫ

ଭଦ୍ରକ ଅଫିସ,୯।୨: ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ବାସୁଦେବପୁର ପୋଲିସ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ, ଛାତ୍ରୀଙ୍କ…

ଟ୍ରକ୍‌ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍‌.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌ ପଛରୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା…

ବରଗଡ଼ ଜିଲା ଚିଠି: ଡାକ୍ତର ଦରକାର

ସ୍ବାସ୍ଥ୍ୟସେବା ଏକ ମୌଳିକ ଅଧିକାର। ଜନତାଙ୍କ ପାଖକୁ ଏହି ସେବା ପହଞ୍ଚାଇବା କେବଳ ସରକାରଙ୍କ କର୍ତ୍ତବ୍ୟ, ତାହା ନୁହେଁ; ଏଥିପାଇଁ ସରକାରଙ୍କ ଦାୟିତ୍ୱବୋଧ ମଧ୍ୟ ରହିଛି। ମାତ୍ର ଅନେକସ୍ଥଳେ ଏହା ଲୋକଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ବରଗଡ଼ ଜିଲାରେ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?