ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ ନିଜ ଭିତରେ ଭେଦଭାବ ଭୁଲି ସ୍ବାଭିମାନ ରକ୍ଷା କରିବା ସହିତ ଭଗବତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନ ବିତାଇବାରେ ଏହି ଉତ୍ସବ ସହାୟକ ହୋଇଥିବା ଗ୍ରାମବାସୀ କହିଛନ୍ତି।
ଅନ୍ୟ ଦୋଳଯାତ୍ରାଠାରୁ ବେଲଡ଼ିହା ଗ୍ରାମର ଦୋଳ ପୂର୍ଣ୍ଣିମା ଉତ୍ସବ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ। ଏଥିଲାଗି ଗୋ ମାତାଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ଓ ରାଧାଙ୍କ ସହିତ ଦୁଇ ଜଣ ସଖୀଙ୍କର ମୃଣ୍ମୟ ମୂର୍ତ୍ତି ତିଆରି ହୋଇଥାଏ। ପରମ୍ପରା ଅନୁଯାୟୀ ଏବର୍ଷ ରବିବାର ଠାକୁରଙ୍କ ଘଟ ଉତ୍ତୋଳନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ନଦୀଘାଟରେ ଘଟ ପୂଜା କରାଯାଇଥିଲା। ଗାଁର ଜଣେ ବୟସ୍କ ବ୍ୟକ୍ତି(ମୁଖିଆ) ଗ୍ରାମବାସୀଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଆମ୍ବ, ମହୁଲ ଇତ୍ୟାଦି ନୂଆ ଫଳ ଠାକୁରଙ୍କୁ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ପୁରୁଷ ଲୋକେ ଗାଧୋଇ ସାରି ନୂଆ ପଇତା ଧାରଣ କରିଥିଲେ। ଘଟ ଉତ୍ତୋଳନ କରିଥିବା ୩ଜଣ ବ୍ୟକ୍ତି ଘଟ ଆଣି ଗ୍ରାମରେ ପହଞ୍ଚିବା ବେଳେ ପ୍ରତ୍ୟେକ ପରିବାରର ସ୍ତ୍ରୀ ଲୋକମାନେ ଦ୍ୱାର ସମ୍ମୁଖରେ ସେମାନଙ୍କୁ ସ୍ବାଗତ କରି ବନ୍ଦାପନା କରିଥିଲେ। ପରେ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା।
ବେଲଡ଼ିହା ଗ୍ରାମରେ ମୋଟ ୭୫ ପରିବାର ମଧ୍ୟରୁ ୭୦ ପରିବାର ଗୋପାଳ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରେ ୮୦ଭାଗରୁ ଅଧିକ ନିରକ୍ଷର, ଦିନମଜୁରିଆ ଓ ଖଟିଖିଆ ଶ୍ରେଣୀର। ବିକାଶ ଧାରାରେ ସାମିଲ ହେବା ଆଶା ନେଇ ସେମାନେ ଏକତା, ସଦ୍‌ଭାବ ରକ୍ଷା କରି କାର୍ଯ୍ୟ କରିଆସୁଛନ୍ତି। ଦୋଳ ଉତ୍ସବ ପରିଚାଳନା ପାଇଁ ଏକ କମିଟି ଗଢାଯାଇଛି। ୫ବର୍ଷରେ ଥରେ ଏହାର ପୁନର୍ଗଠନ କରାଯାଉଛି। ବର୍ତ୍ତମାନ ପ୍ରସନ୍ନ କୁମାର ମହାକୁଡ ସଭାପତି, ଅନିରୁଦ୍ଧ ମହାକୁଡ ସମ୍ପାଦକ ଓ ପୁରୁଷୋତ୍ତମ ମହାକୁଡ କମିଟିର କୋଷାଧ୍ୟକ୍ଷ ଅଛନ୍ତି। ଏଥର ଗ୍ରାମରେ ୩୪ତମ ଦୋଳପୂର୍ଣ୍ଣିମା ଉତ୍ସବ ପାଳନ ହେଉଥିବାରୁ ସମସ୍ତେ ଆୟୋଜନରେ ଲାଗି ପଡିଥିଲେ। ଉତ୍ସବ ଲାଗି ପ୍ରତି ପରିବାରରୁ ସାହାଯ୍ୟ ଗ୍ରହଣ କରାଯିବା ସହ ନିମନ୍ତ୍ରିତ ଅତିଥି ଓ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ମହିଳା ଡ. ପ୍ରେମଲତା ବେହେରା ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ ପାଇଁ ୧ ଏକର ଜମି ପ୍ରଦାନ କରିଥିବାରୁ ଏବେ ମନ୍ଦିର ନିର୍ମାଣ ଲାଗି ଉଭୟ ପରିଚାଳନା କମିଟି ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ଦୋଳଯାତ୍ରାର ଦ୍ୱିତୀୟ ଦିବସରେ ଠାକୁରଙ୍କ ନିକଟରେ କାନିକା, ଖେଚୁଡ଼ି, ଡାଲମା, ଖଟା ପ୍ରସ୍ତୁତ ହୋଇ ଭୋଗ ଲାଗିବା ପରେ ଗ୍ରାମର ସମସ୍ତ ବ୍ୟକ୍ତି ମଧ୍ୟାହ୍ନ ସମୟରେ ଏକାଠି ହୋଇ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ପ୍ରସାଦ ସେବନ କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା, ଦାସକାଠିଆ, ଚଢେୟା ନାଟ, ନୃତ୍ୟସଙ୍ଗୀତ ପରିବେଷଣ କରାଯାଉଛି। ଦୋଳପୂର୍ଣ୍ଣିମାର ପର ଦିନ ସକାଳେ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ସହିତ ହୋଲିଖେଳ ଅନୁଷ୍ଠିତ ହେବ। ପୂଜା ୩ ଦିନ ଗାଁରେ ଆମିଷକୁ ସମ୍ପୂୂର୍ଣ୍ଣ ନିଷେଧ କରାଯାଇଥାଏ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri