ଆମ ଜିଲା ଖବର

ଟୋକନ ମିଳୁନି, ଚାଷୀ ବିକି ପାରୁନି ଧାନ

ଉମରକୋଟ, ୧୧।୨ (ଡି.ଏନ୍‌.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା କଥା ସେହି ପରିମାଣରେ ଧାନ ବିକ୍ରି କରୁଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ ଲ୍ୟାମ୍ପସ ଅନଲାଇନରେ…

କ୍ଷତିପୂରଣ ଦାବିକଲେ ଜମି ମାଲିକ

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ିର ଲଦପାଙ୍ଗାର ଏକ ପଥର ଖୋଲରୁ ଡିଜେଲ ବାହାରିବା ଯୋଗୁ ନିକଟସ୍ଥ ଚାଷଜମିରେ ଫସଲ ନଷ୍ଟ ହୋଇଥିଲା। ଜମି ମାଲିକମାନେ ଫସଲ ନଷ୍ଟ ନେଇ ସ୍ଥାନୀୟ ତହସିଲଦାର ନୀତିଶ ତ୍ରିପାଠୀଙ୍କ ନିକଟରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା,…

ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ରାଇକିଆ ୧୧।୨(ଡିଏନଏ)-କନ୍ଧମାଳ ଜିଲା ରାଇକିଆଠାରେ ଚାଲିଥିବା ରାଇକିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ। ଏଥିସହ ବ୍ରହ୍ମପୁର ରୟାଲ ଗ୍ରୁପ୍‌ ଏବଂ ବଲାଙ୍ଗୀରରୁ ଆସିଥିବା କଳାକାରଙ୍କ ଲୋକନୃତ ଦର୍ଶକଙ୍କ ମନ ମୋହିଥିଲେ। ପୂର୍ବରୁ…

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ୩ ଶିକ୍ଷକ ଫେରାର

ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହି କ୍ରମରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ…

ମୃତକଙ୍କ ପରିବାରକୁ ଭେଟିଲେ ଚିକିଟି ବିଧାୟିକା

ଗୋପାଳପୁର,୧୧ା୨-ଗୋଳନ୍ଥରା ଥାନା ମେଣ୍ଢରାଜପୁର ଛକରେ ସିଲ୍‌କ ସିଟି ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଅପରାହ୍ନରେ ଚିକିଟି ବିଧାୟିକା ଉଷା ଦେବୀ, ବ୍ଲକ ଅଧ୍ୟକ୍ଷା ଏମ.ପଦ୍ମାବତୀ, ତହସିଲ ଓ ବ୍ଲକ…

ଫାଇଲେରିଆ ବଟିକା ଖାଇ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ପାତ୍ରପୁର,୧୧ା୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ବୁରୁପଡ଼ା ପ୍ରାଥମିକ ବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସୋମବାର ଫାଇଲେରିଆ ବଟିକା ଖାଇ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଫେରିଥିବା…

ଦିବ୍ୟାଙ୍ଗ ସୁକାନ୍ତଙ୍କ ଘରେ ପହଞ୍ଚିଲେ ଅଧିକାରୀ: ସହାୟତା ପ୍ରଦାନ ନେଇ ତଦନ୍ତ

ବନ୍ତ,୧୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧୀନ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସୁକାନ୍ତ ମୁଖୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ତଦନ୍ତ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ…

ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ଚୋରି

ରାଇସୁଆଁ, ୧୦ା୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟ ଓସିଏଲା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିବାର ରାତିରେ ତାଲା ତାଡି ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୂଚନା ମିଳିଛି। ଶାଖା ପରିଚାଳକ ସଦର ଥାନାରେ ଅଭିଯୋଗ କରିବା…

ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା ସହିତ…

ସିଏଏ ସପକ୍ଷରେ ଶୋଭାଯାତ୍ରା

ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର ପ୍ରଜ୍ଞାଭାରତୀୟ ସ୍କୁଲ ପଡ଼ିଆରୁ ବାହାରି ସିନେମାଛକ, ଚିଡ଼ିଆପୋଲ, ଫାଣ୍ଡିଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।…

ତାରାତାରିଣୀ ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଦିଲୀପ କୁମାର ମହାନ୍ତି ସମୀକ୍ଷା କରିଛନ୍ତି। ସେ ମନ୍ଦିରର ଚାରିପଟେ ବୁଲି ଦେଖିବା…

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧୦।୨(ଡି.ଏନ୍‌.ଏ.): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସୋମବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ସେ ବଡ଼ପଡାଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ଚାଲିଥିବା ଅଭିଭାବକ ସଭାରେ ଅଂଶଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?