ଆମ ଜିଲା ଖବର

ମାମୁଘରେ ମସ୍ତିଷ୍କ ବିକୃତ ପୁତୁରାର ଉନ୍ମତ୍ତକାଣ୍ଡ, ମାଉସୀଙ୍କୁ କୁରାଢ଼ିରେ ହାଣି ହତ୍ୟା

ରାଇରଙ୍ଗପୁର,୧୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଦଲଡ଼ିହା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଥିବା ନିଜ ମାମୁ ଘରକୁ ବୁଲିବାକୁ ଆସିଥିବା ଉକ୍ତ ଥାନା ଅନ୍ତର୍ଗତ ଅସଦା ନିକଟ ଚହଲାପଦା ଗ୍ରାମର କାନ୍ଦରା…

ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ ବ୍ୟବସାୟୀ, ଥଇଥାନ କରା ନ ଗଲେ ଆନ୍ଦୋଳନ ଚେତାବନୀ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ ଫେବୃୟାରୀ ୧୦ତାରିଖ ଉଭୟ ପାର୍ଶ୍ୱରେ ଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀମାନଙ୍କୁ ନୋଟିସ…

ଧାନପେଷା ମେଶିନ ସଂସ୍ପର୍ଶରେ ଆସି ମହିଳା ଗୁରୁତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦରଡ଼ିପାଳ ଗ୍ରାମରେ ଜଣେ ମହିଳା ଧାନପେଷା ମେଶିନ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ଦରଡ଼ିପାଳ ଗ୍ରାମର ଗୁରୁତର ମହିଳା ସତ୍ୟଭାମା ରାଉତଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ…

ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା

ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ହତ୍ୟାକାଣ୍ଡରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ…

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳକ

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡ଼ାଙ୍କ ନାବାଳକ ପୁଅ ଚିତ୍ତରଞ୍ଜନ ଗୁରୁବାର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ପରିବାର ଲୋକେ ଖୋଜାଖୋଜି କରିବାର କିଛି ସମୟ ପରେ ପୁଅକୁ…

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଶରତ ମହାକୁଡ଼ ନାମକ ଜଣେ ଯୁବକ ତାକୁ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ…

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ ସସ୍ମିତା ଷଡ଼ଙ୍ଗୀଙ୍କୁ ଜୀବନସାଥୀ କରିଛନ୍ତି ହରିୟାଣାର ଧର୍ମବୀର ଶର୍ମା। ବାତ୍ସଲ୍ୟ (ବିମଳାଦେବୀ ଚାରିଟେବୁଲ ସୋସାଇଟି)…

ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ

ତିହିଡ଼ି,୧୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି। ପିରହାଟ ଚାରିବାଟିଆ ରାସ୍ତାର ସାହାପୁର ଛକଠାରୁ କିଛିଦୂରରେ ଥିବା ଏକ ଜୋର ପାର୍ଶ୍ୱର ମାଟି…

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ।…

ନୟାଗଡ଼ ଚିନିକଳରୁ ଖୋଲାଗଲା ତାଲା: ୨ ଜଣିଆ ବୈଷୟିକ ଟିମ୍‌ର ଆକଳନ ଆରମ୍ଭ

ନୟାଗଡ଼ ଅଫିସ,୧୨।୩: ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳର ଯନ୍ତ୍ରପାତି ତଦାରଖ ଓ ଆକଳନ ପାଇଁ ଗୁରୁବାର ତାଲା ଖୋଲାଯାଇଛି। ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଆସ୍କା ଚିନିକଳର ୨ ଜଣିଆ ବୈଷୟିକ ଟିମ୍‌ ଆକଳନ ଆରମ୍ଭ…

ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ ଅମୃତା…

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଧୋବାଗୁଡ଼ି ଗ୍ରାମରେ। ଏହି ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?