Posted inପୁରୀ

କଣାସ ବ୍ଲକରେ ୩ ମାସର ରାଶନ ଚାଉଳ ବଣ୍ଟନ

କଣାସ,୩।୨୦(ସ୍ବ.ପ୍ର.)- ମହାମାରୀ କରୋନା ସଂକ୍ରମଣ ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା ପରେ ଅଧିକାଂଶ ଗରିବ ଲୋକେ ରୋଜଗାର ବାଟ ବନ୍ଦ ସହ ଖାଦ୍ୟ ଯୋଗାଡ଼ କରିବାରେ ଅସହାୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଓ ଭତ୍ତା ପାଉଥିତ୍ବା ହିତାଧିକାରୀଙ୍କ ପାଇଁ ଆଗୁଆ ୪ମାସର ଭତ୍ତା ଓ ୩ମାସର ଡାଲି, ଚାଉଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପୁରୀ ଜିଲା କଣାସ ବ୍ଲକରେ ଭତ୍ତା ବଣ୍ଟନ ସରିଯିବାପରେ ବର୍ତ୍ତମାନ ୪ଦିନ ହେଲା ୩ମାସର ରାଶନ ଚାଉଳ ଦିଆଚାଲିଛି। ଶୁକ୍ରବାର ସୁଦ୍ଧା ୨୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୧୭ଟି ପଞ୍ଚାୟତରେ ରାଶନ ଚାଉଳ ଦିଆଯିବା କାର୍ଯ୍ୟ ଶେଷ ହେଉଥିବାବେଳେ ବାକି ଥିବା ୧୧ଟି ପଞ୍ଚାୟତରେ ୫ତାରିଖ ସୁଦ୍ଧା ରାସନ ଚାଉଳ ଯୋଗାଇ ଦିଆଯିବ ବୋଲି କଣାସ ବ୍ଲକ ଯୋଗାଣ ନିରୀକ୍ଷିକା ପ୍ରିୟମ୍ବଦା ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri