ଆମ ଜିଲା ଖବର

ନିରାକାରପୁର-ଭୂଷଣ୍ଡପୁର ମଝି ରେଳଧାରଣାରେ ଅଘଟଣ: ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୯।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର-ଭୂଷଣ୍ଡପୁର ମଝିରାସ୍ତା ରେଳଧାରଣାରେ ଗୁରୁବାର ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ତେବେ ହରିପୁର ଗେଟ୍‌ ଜଗୁଆଳି ନିଆଁ ଲାଗିଥିବା ଦେଖିବା ପରେ ନାଲି ପତାକା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ।…

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…

ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚତ୍ଥିଲା । ଗୁରୁବାର ସକାଳେ ଧନୁପାଲି ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ…

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ପୁରୀରୁ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ। ଅଶୋକ ଉକ୍ତ ନାବାଳିକାଙ୍କୁ ଅପହରଣ…

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…

ଏନ୍‌ଏଲ୍‌ସି କମ୍ପାନୀକୁ ବିରୋଧ, ମାଟିଖୋଳା କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ରେଙ୍ଗାଳି ତହସିଲ ତଲାବିରା କୋଇଡ଼ା ଖଣି ୧ ଓ ୨ ନମ୍ବର ଏନ୍‌ଏଲ୍‌ସି କମ୍ପାନୀ କୋଇଲା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଆରମ୍ଭରୁ ବିରୋଧ କରୁଥିଲେ। ଗୁରୁବାର ବଳପୂର୍ବକ ଭାବେ ପୋଲିସ ଫୋର୍ସ ମୁତୟନ କରି ମାଟି…

ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର

ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚଢ଼େୟା ଗ୍ରାମର ଦିଗାମ୍ବର ଦାସଙ୍କ ୮ ଲକ୍ଷ  ୨୦ ହଜାର ଟଙ୍କାର ବିଲ୍‌…

କଳାହାଣ୍ଡି ଜିଲାପାଳ, ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ

କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍‌ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ…

ମହାଦେଇଯୋଡ଼ା ରାଣୀ ଜମି ହଡ଼ପ ଉଦ୍ୟମ: ଜବରଦଖଲ ଉଚ୍ଛେଦ କଲେ ଗ୍ରାମବାସୀ

ରାଇସୁଆଁ,୯।୧(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ମହାଦେଇଯୋଡ଼ା ଗ୍ରାମରେ ପୂର୍ବ ପୁରୁଷରୁ ଥିବା ୩ଶହ ଏକର ରାଣୀ ଜମିକୁ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏବଂ ବାହାରର କିଛି ବ୍ୟକ୍ତି ମିଶି ହଡ଼ପ ଉଦ୍ୟମ କରୁଥିବାବେଳେ ବିବାଦୀୟ ପରିସ୍ଥିତି…

ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ

ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍‌ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା କରିଛନ୍ତି। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଛି। ଟିମ୍‌ ସଦସ୍ୟ…

୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହେଉଛି। ଏହି ଗଣନା କାର୍ଯ୍ୟ ୯,୧୦,୧୧ ତାରିଖ ତିନିଦିନ ଧରି କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri