ଲକ୍ଡାଉନ୍: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ
ଦେବଗଡ଼,୨୮।୩(ଡି.ଏନ୍.ଏ.): ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଦେବଗଡ଼ ଏସ୍ପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ସାକ୍ଷୀଗୋପାଳ ଡାକ୍ତରଖାନାରୁ ବିଶୋଧନ ଆରମ୍ଭ
ସାକ୍ଷୀଗୋପାଳ,୨୮ା୩(ଡି.ଏନ୍.ଏ.)- କରୋନା ସତର୍କତା ପାଇଁ ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଶୁକ୍ରବାର ବିଶୋଧନ କାମ ଆରମ୍ଭ ହୋଇଛି। ସଂକ୍ରମଣ ରୋକିବା ସହିତ ଡାକ୍ତରଖାନା ପରିସର ସ୍ବଚ୍ଛତା ନିମନ୍ତେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ,…
ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ
ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍ ଡାଉନ ହୋଇଛି । ଫଳରେ ରାଜ୍ୟ ଓ ଦେଶ ବାହାରେ ଥିବା ଅନେକ ଲୋକ ନିଜ ଘରକୁ ଆସି ନ…
ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଆଣିଛି କରୋନା: ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇ ବିତୁଛି ଜୀବନ
ଦାରିଙ୍ଗବାଡ଼ି,୨୮।୩(ଡି.ଏନ୍.ଏ.)- କରୋନା ପାଇଁ ଚାରିଆଡେ ଖଁା ଖଁା। ସହର ହେଉକି ଗାଁ ପ୍ରାୟ ଖୁଚୁରା ଦୋକାନରୁ ଲୋକେ ଧାର୍ଯ୍ୟ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଥିବାବେଳେ କେତେକଲୋକ ଦୀର୍ଘଦିନ ପାଇଁ ରାଶନ ସାମଗ୍ରୀ ସହ ପନିପରିବା ଆଦି ଗଚ୍ଛିତକରି ରଖିଛନ୍ତି।…
କେରଳରୁ ଫେରି ଗାଁ ମୁଣ୍ଡ ତମ୍ବୁରେ ରହିଲେ ୧୨ ଯୁବକ
ଭବାନୀପାଟଣା, ୨୮।୩ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କୁମ୍ଭାରପିପଲଗୁଡାର ୧୨ ଜଣ ଯୁବକ ଗାଁକୁ ଫେରିଛନ୍ତି। ହେଲେ ଏମାନେ ଘରକୁ ନ ଯାଇ ଗାଁ ମୁଣ୍ଡ ତମ୍ବୁରେ ଆଶ୍ରୟ ନେଇଛନ୍ତି। କେରଳ ରାଜ୍ୟର ତ୍ରିଶୁଳ ଜିଲାର…
ବିଭିନ୍ନ ଦୋକାନ ବୁଲିଲେ ଯୋଗାଣ ନିରୀକ୍ଷକ: ଚଢାଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ
ଦାରିଙ୍ଗବାଡ଼ି,୨୮୩(ଡି.ଏନ.ଏ)- କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ବେଳେ ସମସ୍ତ ଗଁା, ବଜାର ଏବେ ଖାଁ ଖାଁ ଲାଗୁଛି। ଲୋକେ ବାରମ୍ବାର ଘରୁ ପଦାକୁ ନବାହାରିବାକୁ ସଚେତନ କରାଯାଉଥିବାବେଳେ ସକାଳ ୭ ରୁ ପୂର୍ବାହ୍ନ ୧୧ଟା…
ତୀର୍ଥ ପୁଷ୍କରଣୀରେ ବୁଡ଼ି ବାଳକଙ୍କ ଜୀବନ ଗଲା
କୋଣାର୍କ,୨୮ା୩(ଡି.ଏନ୍.ଏ.)- କୋଣାର୍କ ଥାନା ଅଧୀନସ୍ଥ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୧୦ବର୍ଷର ବାଳକ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁ କରିିଛି। ସୂଚନାଯୋଗ୍ୟ, ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନୂଆ ସାହିର ପି.କେ କାଶି ରାଓଙ୍କ ପୁଅ ପି.କେ କିରନ ନିଜ…
ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ
ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ନିୟମଗିରି ଆନ୍ଦୋଳନରେ ସାମିଲ ହୋଇ ଆଦିବାସୀ…
ବାଘ ଆକ୍ରମଣରେ ମଇଁଷି ଗୁରୁତର: ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
ଠାକୁରମୁଣ୍ଡା, ୨୮।୩ (ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍ ଅଞ୍ଚଳବାସୀ ଏବେ ବାଘକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା-ଶରତ…
ଲକ୍ଡାଉନ ଆଇନ ଉଲ୍ଲଂଘନ କରି ୩ ଗିରଫ
କଣ୍ଟାପଡା,୨୮ା୩(ଡି.ଏନ୍.ଏ.)- କଣ୍ଟାପଡ଼ା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ…
ସାର, କୀଟନାଶକ ଦୋକାନ ଅଢ଼େଇ ଘଣ୍ଟା ଖୋଲା ରହିବ
ସମ୍ବଲପୁର,୨୮।୩ (ବ୍ୟୁରୋ):ଲକ୍ଡାଉନ ସମୟରେ ଜିଲାର ସମସ୍ତ ସାର ଓ କୀଟନାଶକ ଦୋକାନ ୩ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଚାଷୀ ସଙ୍ଗଠନର ଅନୁରୋଧ ରକ୍ଷା କରି ଜିଲାପାଳ ଶୁଭମ ସକ୍ସେନା ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି। କୃଷି…
କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା
ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା…

