ଆମ ଜିଲା ଖବର

ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ

ଝାରସୁଗୁଡ଼ା ଅଫିସ,୨୭।୩: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଭାରତରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।…

ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ

କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍‌ଡାଉନ୍‌’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ ଗାଡ଼ିଚାଳକମାନଙ୍କଠାରୁ ପୋଲିସ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଲାଣ କାଟିସାରିଲାଣି। ବିଭିନ୍ନ ଥାନା ପକ୍ଷରୁ…

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌…

ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ

ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନେ କାମଧନ୍ଦା ପାଉ ନ ଥିବାରୁ ଅସୁବିଧାରେ ଚଳୁଛନ୍ତି। ଅଧିକାଂଶ ଲୋକଙ୍କ ଘରେ…

ଆଜିଠୁ ଇନ୍ଦିରା ମଇଦାନରେ ପିପିଲି ହାଟ

ପିପିଲି,୨୭ା୩(ସ୍ବ.ପ୍ର/ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ପିପିଲି ହାଟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।…

ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ

କଟକ ଅଫିସ୍‌,୨୭ା୩: ଲକ୍‌ଡାଉନ୍‌ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା ପାଇଁ ଆଗେଇ ଆସିଛି କଟକ ଅଟୋରିକ୍ସା ମହାସଂଘ। ଏନେଇ ମହାସଂଘ ପକ୍ଷରୁ କଟକ ଡିସିପିଙ୍କୁ…

କରୋନା ଦୁଃଖ

ପ୍ରାଣଘାତୀ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜନସାଧାରଣ ବାହାରକୁ ନ ଆସି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ…

ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଘୁଞ୍ଚିବ ଛତ୍ରବଜାର

କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର ତାହାକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କମ୍‌ ଜାଗା ଯୋଗୁ…

ସୁଦର୍ଶନଙ୍କ କରୋନା ସଚେତନତାକୁ ଜାତିସଂଘର ପ୍ରଶଂସା

ପୁରୀ ଅଫିସ, ୨୭ା୩: ବିଶ୍ୱରେ ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ଏହି ପ୍ରାଣଘାତୀ ଭୂତାଣୁକୁ କିପରି ରୋକାଯାଇପାରିବ ସେ ନେଇ ସବୁସ୍ତରରେ ଚିନ୍ତାପ୍ରକଟ କରାଯାଉଛି। ସଚେତନତା ହିଁ ଏହାର ମୁକାବିଲା ପାଇଁ ଏକମାତ୍ର ମାର୍ଗ ବୋଲି କୁହାଯାଉଛି। ତେଣୁ ଜନସାଧାରଣଙ୍କୁ…

ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା ପରେ ସାଧାରଣ ଜନତାଙ୍କଠାରୁ ଅସହାୟଙ୍କ ସମସ୍ୟା ବଢ଼ି ଯାଇଛି। ଖାଇବାକୁ ନ ପାଇ ଅସହାୟ…

ହୋମ୍‌ କ୍ୱାରାଣ୍ଟାଇନରେ ୩୨୨

ପାଟଣା,୨୭ା୩(ସ୍ବ.ପ୍ର.): ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୋଟ ୩୨୨ ଜଣ ଗୁରୁବାର ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରି ଆସିଥିବା ଜଣାପଡିଛି। ଏ ସମସ୍ତଙ୍କୁ ୧୪ ଦିନ ପାଇଁ ନିଜ ଘରେ କ୍ୱାରାଣ୍ଟାଇନରେ ରହିବା…

କର୍ତ୍ତବ୍ୟ ଆଗ, ସବୁ ପଛ

କେନ୍ଦୁଝର, ୨୭ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)-କର୍ତ୍ତବ୍ୟ ଆଗ, ଆଉ ସବୁ ପଛ। ଏହାକୁ ପାଥେୟ କରି କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀ ଆଗେଇ ଆସିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସ୍ବଚ୍ଛ ପରିବେଶକୁ ପ୍ରାଥମିକତା ଦିଆଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?