ଆମ ଜିଲା ଖବର

ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଏହିଭଳି ସ୍ଥଳେ ନୟାଗଡ଼ ବ୍ଲକ କ୍ରିଦାଶପୁର…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ବରିଷ୍ଠ କିରାଣି ତଥା କ୍ୟାଶିୟର ନିଗମାନନ୍ଦ ଭୂୟଁା ୧୩ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଇଟାମାଟି ଥାନା ନାଟୁଗାଁ ଗ୍ରାମର ଠିକାଦାର ଯୁଗଳ…

ଟ୍ରେନ୍‌ ଆଗକୁ ଡେଇଁଲେ ନାବାଳିକା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଦ୍ରକ ଅଫିସ, ୨୧।୧- ବିଜୟୱାଡାରୁ ହାଓ୍ବଡା ଅଭିମୁଖେ ଯାଉଥିବା ହମ୍‌ସଫର୍‌ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ସୋମବାର ଅପରାହ୍ନରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ମୃତା ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ। ହମ୍‌ସଫର୍‌ ଏକ୍ସପ୍ରେସ୍‌ର ଭଦ୍ରକ…

ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଶିଳ୍ପୀ ଜୀବନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମନ୍ଦିରର…

ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା କେତେ ତାହା ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ ଗ୍ରାମରେ ଅବସ୍ଥାପିତ ୧୧୦ ବର୍ଷର…

ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା

ଠାକୁରମୁଣ୍ଡା,୨୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମେଳାରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ସାନ୍ତାଳ ସମ୍ପ୍ରଦାୟର ଲୋକେ ଉପସ୍ଥିତ…

ଧାନ କିଣାରେ ଅନିୟମିତତା,ଥାନାରେ ଏତଲା

ଖୁଣ୍ଟା,୨୧ା୧(ଡ଼ି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ ସାହୁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଧାନ ନ କିଣି ନକଲି ଚାଷୀଙ୍କ ସହାୟତାରେ…

ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି ବିଲ୍‌ ନେଇ ପଳାଇବା ପରେ ଏବେ ଏହାର ଦୁର୍ଦ୍ଦଶା ସାଧାରଣ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ

ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।…

ପୁଅ ବାହାଘର ଶୋଭାଯାତ୍ରାରେ ବାପାର ଅକାଳ ମୃତ୍ୟୁ

ବାଲୁଗାଁ,୨୧ା୧(ଡ଼ି.ଏନ.ଏ.): ପୁଅ ବାହାଘର ଶୋଭାଯାତ୍ରା ବେଳେ ବାପାର ଅକାଳ ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତକ ହେଲେ ସ୍ଥାନୀୟ ସରଳାପଦର ଗ୍ରାମର ବିଜୟ ସାହୁ (୫୫)। ବିଜୟ ସାହୁଙ୍କ ପୁଅ ଅନିଲଙ୍କ…

ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଅଭାବରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସୋମବାର…

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର ଏହି ଗ୍ରନ୍ଥ ମାଧ୍ୟମରେ ଗାନ୍ଧୀ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଚେଷ୍ଟା କରିଛନ୍ତି। ସେହିପରି ଆମେରିକାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri