ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ ଆଖପାଖ ଅଞ୍ଚଳର ଦୁଗ୍ଧଚାଷୀ ମଧ୍ୟ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରୀ ହେଉ ନ ଥିବାରୁ ସେମାନଙ୍କ ଆର୍ଥିକ ଦୁର୍ଗତି ଦେଖାଦେଇଛି। ଗୋରୁଙ୍କୁ ଆହାର ଦେବା ପାଇଁ ଗୋଠ ନେଇ ବାଡ଼ିି ବଗିଚା, ନଈ ବନ୍ଧ ବୁଲିବାକୁ ପଡୁଛି। ପ୍ରତିଦିନ ଆଖପାଖ ସହର ଓ ବଜାରରେ ଥିବା ମିଠା ଓ ଚା ଦୋକାନ ସହିତ ପୁରୀର ଚନ୍ଦନପୁର, ସାକ୍ଷୀଗୋପାଳ, ସାତଶଙ୍ଖ, ବଳଙ୍ଗାରେ କ୍ଷୀର, ଛେନା, ରାବିଡ଼ି, ଖୁଆ ଓ ପନିର ଆଦି ବିକ୍ରୟ କରୁଥିବାବେଳେ ଏବେ ସେମାନେ ହାତବାନ୍ଧି ବସିଛନ୍ତି। ନିଜ ପରିବାରକୁ ଦୁଇ ବେଳା ପେଟପୁରା ଖାଇବାକୁ ଦେବା ଏବଂ ଗୋରୁଙ୍କ ଲାଗି ଦାନା ଗଣ୍ଡାଏ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି। ବଳପୁର ଆନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି, ସେ ରଖିଥିବା ଦୁଇଟି ଗାଈରୁ ଗୋଟିଏ ଗାଈ ଦୈନିକ ୧୫ ଲିଟର କ୍ଷୀର ଦିଏ। ଏହାକୁ ସେ ବିକି ପରିବାର ଚଳାଇବା ସହ ଗାଈକୁ ଖାଦ୍ୟ ଯୋଗାଉଥିଲେ। ସେହିପରି ବୈରାଗୀ ବେହେରା କହିଛନ୍ତି, ସେ ଦୈନିକ ପୁରୀକୁ ୫୦ କେଜିରୁ ଅଧିକ ଛେନା ଯୋଗାଉଥିଲେ। ଏଥିପାଇଁ ସେ ଆଖପାଖ ଗ୍ରାମର ଗୋପାଳକମାନଙ୍କଠାରୁ କ୍ଷୀର ସଂଗ୍ରହ କରୁଥିଲେ। ତାହା ଏବେ ହୋଇପାରୁ ନାହିଁ। ବନମାଳୀପୁରର ଦାଶରଥି ବେହେରା କହିଛନ୍ତି, ସେ ଗାଈ, ମଇଁଷି, ଛେଳି, ମେଣ୍ଢା ବ୍ୟବସାୟ ଚଳାଇଥିଲେ। ରାମ ବେହେରା କହିଛନ୍ତି, ସାକ୍ଷୀଗୋପାଳ ବଜାରରେ ପ୍ରତିଦିନ ୩୦ କେଜି ଛେନା ବିକୁଥିଲେ। ଏମାନଙ୍କ ପରି ଅନେକ ଦୁଗ୍ଧଚାଷୀ ଏବଂ ଗୋପାଳକ ଏବେ ଦୁର୍ଦ୍ଦିନରେ କାଳ କାଟୁଥିବାବେଳେ ସରକାର ସେମାନଙ୍କ ସହାୟତା ନେଇ କିଛି ଚିନ୍ତା କରୁ ନ ଥିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ଫନୀ ମାଡରେ ଅଧିକାଂଶ ଗୁହାଳ ଭାଙ୍ଗି ମାଟିରେ ମିଶିଥିଲା। ଏପର୍ଯ୍ୟନ୍ତ ସହାୟତା ମିଳିନାହିଁ। ଏଭଳି ସ୍ଥିତିରେ ଗୋ ସମ୍ପଦର ସୁରକ୍ଷା ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦୃଢ଼ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri