ରାତ୍ରିଭୋଜନ ଖାଇ ଆଶ୍ରମ ସ୍କୁଲ ଛାତ୍ରୀ ଅସୁସ୍ଥ
ନବରଙ୍ଗପୁର,୨୦।୧୧(ବି.ପ୍ର.): ନବରଙ୍ଗପୁର ଜିଲା ବେତାଳ ଆଶ୍ରମ ସ୍କୁଲ ଛ୍ରାତ୍ରୀନିବାସରେ ରାତ୍ରିଭୋଜନ କରି ୫ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ...
ସାତ ମାସ ହେଲା ମିଳିନି ଦରମା: ଏନ୍ଏଚ୍ଏମ୍ ନିର୍ଦ୍ଦେଶିକାଙ୍କୁ ବିରୋଧ; ସିଡିଏମ୍ଓ ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଠିକା କର୍ମଚାରୀ
ପୁରୀ ଅଫିସ,୨୦।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶହେରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଡିଏଚ୍ଏଚ୍ରେ ବିରୋଧ କରିଛନ୍ତି। ବୁଧବାର ଅପରାହ୍ନରେ ଠିକା କର୍ମଚାରୀମାନେ ସିଡିଏମ୍ଓ ଅଫିସ ଗେଟ୍ରେ ତାଲା ପକାଇ ବିରୋଧ କରିଥିଲେ।...
ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ
କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି। ଉକ୍ତ...
ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ, ବୃଦ୍ଧ ମୃତ
କଣ୍ଟାପଡ଼ା,୨୦।୧୧(ଡି.ଏନ୍.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ବରାହୀପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜୀବ ନାୟକ(୬୦)। ରାଜୀବ ସକାଳେ ଶୌଚ ହେବାପାଇଁ ଗ୍ରାମ ନିକଟସ୍ଥ ଗୋବର ଗାଡ଼ିଆକୁ ଯାଇଥିଲେ। ସେଠାରେ...
ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ
ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆଗରେ ଚାଷୀମାନେ ଖାଦ୍ୟ ଯୋଗାଣ...
ଓଲଟିଲା ଆଳୁ ବୋଝେଇ ଟ୍ରକ୍
ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍ ଚାଳକ ଓ ଖଲାସି...
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଛେଣ୍ଡିପଦା,୨୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁକୁଗ୍ରାମ ରେଳଧାରଣାରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ କୁଣ୍ଢେଇଗୁଳା ଥାନା ସୁରୁଙ୍ଗିପାଳ ଗାଁର ଟୁଲୁ ମାହାର ବୋଲି ଜଣାପଡିଛି । ପ୍ରକାଶ ଯେ, ଟୁଲୁ ଦୀର୍ଘ ୮...
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍: ୫ ଗୁରୁତର,୧୫ ଆହତ
ସଜନାଗଡ଼,୨୦।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ପିଡବ୍ଲୁ ରଜ୍ୟ ରାଜପଥ ପାର୍ଶ୍ୱ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୫ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...
ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ...
ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତେଜିଲା
ସରଣ୍ଡା,୨୦।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ବୁଧବାର ତେଜିଛି। ତୃତୀୟ ଦିନରେ ଚାଷୀମାନେ ଅତାବିରା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି। ଆନ୍ଦୋଳନ ତେଜି ଥିବାବେଳେ ସରକାର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଅଣଦେଖା ଚରମସୀମା ପହଞ୍ଚିଛି। ଆନ୍ଦୋଳନ ପାଇଁ...
ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ
ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ କରିଛନ୍ତି। ଫଳରେ ଗତ ୧୫ ତାରିଖରୁ ମଣ୍ତି ଖୋଲିଥିଲେ ସୁଦ୍ଧା ଧାନ କିଣାବିକା...
ଆଜି ସରିବ ବାଲିଯାତ୍ରା
ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍, ଗୁପ୍ଚୁପ୍, ଠୁଙ୍କାପୁରୀ ଓ ଫାଷ୍ଟଫୁଡ ଖାଦ୍ୟର ମଜା ନେଇଥିଲେ। ତେବେ ପୂର୍ବଦିନ ଅପେକ୍ଷା ମଙ୍ଗଳବାର ଭିଡ...
Archives


