ଆଜି ସରିବ ବାଲିଯାତ୍ରା

ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍‌, ଗୁପ୍‌ଚୁପ୍‌, ଠୁଙ୍କାପୁରୀ ଓ ଫାଷ୍ଟଫୁଡ ଖାଦ୍ୟର ମଜା ନେଇଥିଲେ। ତେବେ ପୂର୍ବଦିନ ଅପେକ୍ଷା ମଙ୍ଗଳବାର ଭିଡ କମ୍‌ ଥିବା ଦେଖିବାକୁ ମିଳିଥିଲା। ପ୍ରଥମାଷ୍ଟମୀ ନିମନ୍ତେ ପୂଜା ସାମଗ୍ରୀ କିଣିବା ପାଇଁ ଲୋକେ ବ୍ୟସ୍ତଥିବାରୁ ଯାତ୍ରାକୁ ଆସି ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ବୁଧବାର ସରିବ ବାଲିଯାତ୍ରା। ଲୋକଙ୍କୁ ଅପେକ୍ଷା କରିବା ପଡିବ ଆଉ ଗୋଟିଏ ବର୍ଷ। ଶେଷ ଦିନରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

ଷ୍ଟଲରେ ଶିଙ୍ଗ ତିଆରି ସାମଗ୍ରୀ
ବାଲିଯାତ୍ରାର କଟକ ଜିଲା ଶିଳ୍ପ କେନ୍ଦ୍ରଠାରେ ଥିବା ଷ୍ଟଲ୍‌ରେ ଶିଙ୍ଗରେ ତିଆରି ବିଭିନ୍ନ ଜିନିଷ ଦେଖିବାକୁ ମିଳିଥିଲା। ଯେପରି କି ଶିଙ୍ଗ ପାନିଆ, ପକ୍ଷୀ, ଶିଙ୍ଗବାଡ଼ି, ଚାବି ଲକେଟ୍‌ ଭଳି ଅନ୍ୟାନ୍ୟ ଜିନିଷ। ଏହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଚଳିତବର୍ଷ ଜିଲା ପ୍ରଶାସନର ଖାମଖିଆଲ ମନୋବୃତ୍ତି ଯୋଗୁ ଷ୍ଟଲ୍‌ଟି ପଡ଼ିଆର ଦୂରରେ ରହିଛି। ଫଳରେ ଲୋକେ ଆସୁନାହାନ୍ତି। ଗତବର୍ଷଠାରୁ ଚଳିତବର୍ଷ କମ୍‌ ବ୍ୟବସାୟ ହୋଇଛି। ଗତବର୍ଷ ବ୍ୟବସାୟ ୧ ଲକ୍ଷ ହୋଇଥିବା ବେଳେ ଚଳିତବର୍ଷ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହୋଇପାରିଛି ବୋଲି ବ୍ୟବସାୟୀ ଅଶୋକ ବେହେରା କହିଛନ୍ତି।
ଚାଷ ସମ୍ପର୍କରେ ଲୋକଙ୍କୁ ସଚେତନ
ବାଲିଯାତ୍ରାର କୃଷି ବିଭାଗର ଷ୍ଟଲ୍‌ରେ ବିଭିନ୍ନ ଚାଷ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ବିନା ରାସାୟନିକ ସାର ବ୍ୟବହାର କରି କିପରି ଚାଷ କରାଯାଇପାରିବ ସେ ନେଇ ଏକ ମଡେଲ କରାଯାଇ ଲୋକଙ୍କୁ ଅବଗତ କରାଯାଇଥିଲା। ପ୍ୟାଡେଲ ପମ୍ପ, ବୁନ୍ଦା ଜଳସେଚନ ଯାହାକୁ ଆଫ୍ରିକାରେ ବ୍ୟବହାର କରାଯାଇ ଚାଷ କରାଯାଉଛି ସେ ଉପରେ ଲୋକଙ୍କୁ ବୁଝାଯାଉଥିବା କ୍ଲଷ୍ଟର ମ୍ୟାନେଜର ବିରଞ୍ଚତ୍ ଦଳବେହେରା କହିଛନ୍ତି। ଏହି ଷ୍ଟଲ୍‌ରେ ମାଣ୍ଡିଆ, ବାଜରା, ଅଟା, କୋନ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରାଯାଉଥିଲା। ଯାହାରକି ମୂଲ୍ୟ ପାଖାପାଖି ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ମତ୍ସ୍ୟ ବିଭାଗ ପକ୍ଷରୁ ଏକ ଷ୍ଟଲ୍‌ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଉଛି।
ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର କର୍ମଶାଳା
ବାଲିଯାତ୍ରା ପଡିଆର ମୋ କଟକ ପାଭିଲିୟନରେ ଦିବ୍ୟାଙ୍ଗଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନୀ, ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଯୁବ କଲ୍ୟାଣ ବିଭାଗ ଅଧ୍ୟକ୍ଷ ବିଜୟ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ରଜ୍ଞନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ. ସଞ୍ଜୟ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ନିରୁପମା ବେହେରା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ବିଷୟରେ ଆଲୋଚନା କରିଥିଲେ।

https://www.facebook.com/DharitriNews/videos/504363727089170/


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri