ଆମ ଜିଲା ଖବର

ସଟ୍‌ ଡାଉନ୍‌ ଯୋଗୁ ରାସ୍ତାଘାଟ ଶୂନ୍‌ଶାନ୍‌

ବନ୍ତ,୨୪।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଗୁରବାର ରାତି ୧୦ଟା ଠାରୁ ୬୦ ଘଣ୍ଟା ପାଇଁ ସମଗ୍ର ଜିଲାକୁ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି। ସଟ୍‌ ଡାଉନ୍‌ ଘୋଷଣା ହେବା ପରେ ଗୁରବାର ସନ୍ଧ୍ୟାରେ…

ଶେରଗଡ଼ରେ ପହଞ୍ଚିଲେ ୧୬ଜଣ ବାହାର ରାଜ୍ୟ ଫେରନ୍ତା: ତଦାରଖ କଲେ ବିଡିଓ, ତହସିଲଦାର

ଶେରଗଡ଼, ୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ.…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ କାମ କରୁଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ବହୁ ଖୋଜାଖୋଜି କରିବା…

ବେଆଇନ ମଦଭାଟି ଭାଙ୍ଗିଲେ ମହିଳା

ଚିତ୍ରଡା, ୨୪।୪(ଡି.ଏନ.ଏ.)-ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧୀନରେ ଥିବା ହଲଦୀପାଳ ପଞ୍ଚାୟତର ମଦନଡ଼ିହି ଗ୍ରାମର ଶୁକ୍ରବାର ସକାଳୁ ସରପଞ୍ଚ ଅଞ୍ଜନା ମାଝୀଙ୍କ ସମେତ ମିଶନ ଶକ୍ତିର ମହିଳା ମାନେ ସାହାସିକତା ଦେଖାଇଛନ୍ତି। ଗତ ଗୁରୁବାର ରାତିରେ ଲକ୍‌ଡାଉନ୍‌ର ସୁଯୋଗ ନେଇ ମଦନଡ଼ିହିରେ…

ସଚେତନ ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଉଛିି ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା ଅଫିସ,୨୪।୪ : କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଶୁକ୍ରବାର ଅଭିନବ ପ୍ରୟାସ…

ପନ୍ଦାଡୋ ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୪। ୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତରେ କରୋନା ମୁକାବିଲା ଲାଗି ସରପଞ୍ଚ ଅନିରୁଦ୍ଧ ବେହେରା ଓ ଜିଆରଏସ ପଙ୍କଜ ତ୍ରିପାଠୀ ଲୋକଙ୍କୁ ସଚେତନ କରିଛନ୍ତି। ଏହି ପଞ୍ଚାୟତ ଅଧୀନରେ ୬ଟି ଗ୍ରାମର ୧୨ଟି ୱାର୍ଡ ରହିଛି।…

ବାଲେଶ୍ୱରରେ କାଳବୈଶାଖୀ : ଘର ସହ ଭାଙ୍ଗିଲା ମୋବାଇଲ୍‌ ଟାଓ୍ବାର

ବାଲେଶ୍ୱର ଅଫିସ୍‌, ୨୪।୪-ବାଲେଶ୍ୱର ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଇଁ ଗରମରୁ ଆଶ୍ୱସ୍ତି ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ଯୋଗୁ ଘର ଛପର ଉଡାଇ ନେଇଛି। ଚାନ୍ଦବାଲି…

କାଟି ଦେଲେ ଶହ ଶହ ଗଛ: ଅଭିଯୁକ୍ତଙ୍କୁ ଛାଡି ଦେଲା ବନ ବିଭାଗ

ବାମରା, ୨୪।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ବନାଞ୍ଚଳରେ ପ୍ରତିଦିନ ବେଆଇନ ଭାବରେ ଗଛକଟା ଚାଲିଛି। ଏ ନେଇ ଅଭିଯୋଗ ସତ୍ତ୍ବେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାମରା ବ୍ଲକ ଅନ୍ତର୍ଗତ ସାକୋବାହାଲ ଫରେଷ୍ଟ ବିଟ୍‌ ଅନ୍ତର୍ଗତ…

ରଥଯାତ୍ରା ଆୟୋଜନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଚିଠି

ପୁରୀ ଅଫିସ,୨୪।୪: କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶା, ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ରଥଯାତ୍ରା ଆୟୋଜନ କରିବା…

ସହାୟତା ଦେଲା ଗଞ୍ଜାମ ଜ଼ିଲା ପ୍ରଶାସନ: ପୁଅଙ୍କୁ କଟକ ନେଇ ଚିକିତ୍ସା କରାଇଲେ ମା’, ଜଣାଇଲେ କୃତଜ୍ଞତା

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ର ଜଣେ ଅସହାୟ ମହିଳା ନମିତା କରଣଙ୍କ ୧୦ ବର୍ଷର ପୁଅ ଏକ ଗୁରୁତର ରୋଗରେ ପୀଡିତ ଅଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥିବାରୁ ପ୍ରତି…

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର ୨୩ଟି ସ୍ଥାନରେ ବିଭିନ୍ନ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମଞ୍ଜୁରୀରୋଡ ଅଞ୍ଚଳକୁ ସଂଯୋଗ…

ପ୍ରେମବିବାହ କରିଥିବା ସତ୍ତ୍ୱେ ନାବାଳିକାଙ୍କୁ ନେଇ ଫେରାର ହେଉଥିଲେ, ଆରଡି ପୋଲିସ ହାତରେ ଧରାପଡ଼ିଲେ ୩୨ ବର୍ଷୀୟ ଯୁବକ

ଆରଡି, ୨୪ା୪,(ଡି.ଏନ.ଏ.): ନାବାଳିକାଙ୍କୁ ନେଇ ଫେରାର ହେଉଥିବା ବେଳେ ଭଦ୍ରକ ଜିଲା ଆରଡି ଫାଣ୍ଡି ପୋଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି। ସେ ଜଣେ ୧୩ ବର୍ଷର ନାବାଳିକାକୁ ନେଇ ଏକ ସ୍କୁଟିରେ ଚମ୍ପଟ ମାରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?