ଆମ ଜିଲା ଖବର

ସ୍ବତନ୍ତ୍ର ସଚିବଙ୍କ ଭଦ୍ରକ ଗସ୍ତ: ଆଇନଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ କଲେ ଆଲୋଚନା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲା ଗସ୍ତରେ ଆସି ସ୍ବତନ୍ତ୍ର ସଚିବ ଏସ୍‌କେ ଲୋହାନୀ ଶୁକ୍ରବାର ଜିଲାର ସ୍ଥିତି ସମୀକ୍ଷା କରିଛନ୍ତି। ସେହିଭଳି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲାରେ ଡେରା ପକାଇଛନ୍ତି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ…

ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ୍‌,୨୪।୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ଏବେ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦାଖଲ କରିପାରିବେ ନାହିଁ। ତେଣୁ ମାର୍ଚ୍ଚ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ କରାଯିବା ସମ୍ପର୍କରେ…

ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ

ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, ଆନନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆନନ୍ଦପୁର ବଜ଼ାର, ଶିଶୁ…

ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି ପୋଲିସ ବିଭିନ୍ନ ଛକଜାଗା ଓ ଗାଁକୁ ଯାଇ ସଟ୍‌ଡାଉନ୍‌ ନିୟମକୁ ଲୋକମାନେ କେତେ ମାନୁଛନ୍ତି…

ମଲାରପଦାରେ କାଳବୈଶାଖୀ: ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା

ପାଟଣା,୨୪ା୪(ସ୍ବ.ପ୍ର.) : କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୁରୁବାର ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଫଳରେ ଏହି ପଞ୍ଚାୟତ ବାଲିପଶି ଓ ମୟୁରପଙ୍ଖା ଗ୍ରାମରେ ୪୦ରୁ ଉଦ୍ଧର୍‌ବ ଲୋକଙ୍କ…

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ,୨୪ା୪(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ବାଲିସାହିରେ ରହୁଥିବା ଖବରଦାତା ସଞ୍ଜୟ ପତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତରାତିରେ ଦୁର୍ବୃତ୍ତମାନେ ଏକ ମୋଟରସାଇକେଲରେ ଆସି ଲଗାତାର ୩ଟି…

ଜଷ୍ଟିସ ମହମ୍ମଦ ରଫିକ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୨୪ା୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ଏନେଇ କେନ୍ଦ୍ର ଆଇନ…

ଯାଜପୁରରେ ଦ୍ୱିତୀୟ ସର୍ବାଧିକ ପଜିଟିଭ୍‌

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଗତ ୪ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷକରି ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅଧିକାଂଶ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଯାଜପୁରରୁ ଆଉ ୪ଜଣ ଓ…

ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା, ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ରୋଗୀ ସଂଖ୍ୟା ୧୨ରେ ପହଞ୍ଚିଛି। ତାଙ୍କର ବୟସ ୪୦ ବର୍ଷ। ଏହି ରୋଗୀ ଜଣକ ମଧ୍ୟ ବାସୁଦେବପୁର ବ୍ଲକର ବୋଲି…

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୩୫ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ, ୨୪|୪ (ଡି.ଏନ୍‌.ଏ) – ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାରଠାରୁ ତିନିଦିନିଆ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ରେଡକ୍ରସ ସ୍ବାସ୍ଥ୍ୟ ଭଣ୍ଡାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବର୍ତ୍ତମାନ…

ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାର ବର୍ଷା ଓ କରାମାଡ ସବୁ ଯେମିତି ଓଲଟପାଲଟ କରିଦେଲା । କ୍ଷେତରେ ହସୁଥିବା…

ଗଛମୂଳେ କ୍ୱାରାଣ୍ଟାଇନରେ ଶ୍ରମିକ

ନୂଆପଡା ଅଫିସ/ବୋଡେନ,୨୪|୪ – କରୋନା ଲକ୍‌ଡାଉନ ପରେ ଶ୍ରମିକମାନେ ଜିଲା ତଥା ରାଜ୍ୟ ବାହାରେ ହଇରାଣ ହେବା ପରେ ବିକଳ୍ପ ଚିନ୍ତା କରି ଘରକୁ ଫେରିଆସୁଛନ୍ତି। ହେଲେ ଏଠାରେ ପରିବାର କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କ୍ୱାରାଣ୍ଟାଇନର ବ୍ୟବସ୍ଥା କରୁ ନ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?