Posted inଗଜପତି

ଲକ୍‌ଡାଉନ ଉଲ୍ଲଂଘନ କରି କ୍ୱାରାଣ୍ଟାଇନରେ ରହିଲେ ସରପଞ୍ଚ, ଯନ୍ତ୍ରୀଙ୍କ ସହ ଏସ୍‌ଆଇ

ପାରଳାଖେମୁଣ୍ଡି,୧୨ା୫ (ସ୍ବ.ପ୍ର.) -ଗଜପତି ଜିଲାରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଜିଲାପାଳ କ୍ଷମତାପ୍ରାପ୍ତ ଜଣେ ସରପଞ୍ଚ ନିଜ ପରିବାରଙ୍କ ସହ କ୍ୱାରାଣ୍ଟାଇନରେ ରହିଛନ୍ତି। ସେହିପରି କରୋନା ସଂକ୍ରମିତ ରେଡ୍‌ ଜୋନ୍‌ରୁ ଗଜପତି ଜିଲାକୁ ଆସିଥିବାରୁ ଜଣେ ପୋଲିସ ଏସ୍‌ଆଇ ଏବଂ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ଖବର ମିଳିଛି। ଖବରରୁ ଜଣାପଡିଛି ଗଜପତି ଜିଲାର ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ରୁବି ରଇତ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀଙ୍କଠାରୁ ଅନୁମତି ନେଇ କୋରାପୁଟ ଜିଲାରେ ରହୁଥିବା ତାଙ୍କ ବାପାଙ୍କୁ ଭେଟିବା ପାଇଁ ଯାଇଥିଲେ ା ହେଲେ ବିନା ଅନୁମତିରେ କୋରାପୁଟରୁ ନିଜ ବାପାଙ୍କୁ ଧରି ଗ୍ରାମକୁ ଫେରିଥିଲେ ା କୋରାପୁଟରେ କରୋନା ସଂକ୍ରମଣ ଥିବାରୁ ସରପଞ୍ଚ କୋରାପୁଟରୁ ବାପାଙ୍କୁ ଧରି ଫେରିବା ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏଘଟଣା ସମ୍ପର୍କରେ ଆର.ଉଦୟଗିରି ତହସିଲଦାର ଶତପଥୀ ଜାଣିବା ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ସପରିବାର କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମ୍ପୃୃକ୍ତ ସରପଞ୍ଚ ପରିବାର ସଦସ୍ୟଙ୍କ ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି ା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତ୍ୟହ ତଦାରଖ କରୁଛନ୍ତି ା ସେହିପରି ଗଜପତିର ଆର୍‌.ଉଦୟଗିରି ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇ କରୋନା ସଂକ୍ରମିତ ଖୋର୍ଦ୍ଧାରେ କିଛିଦିନ ଅବସ୍ଥାନ କରି ଆର୍‌.ଉଦୟଗିରି ଫେରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଏସ୍‌ଆଇଙ୍କୁ ତାଙ୍କ କ୍ୱାର୍ଟର୍ସରେ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି ା ଆର୍‌.ଉଦୟଗିରିର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ସଂକ୍ରମିତ ବ୍ରହ୍ମପୁରରୁ ଆର୍‌.ଉଦୟଗିରି ଫେରିବା ପରେ ତାଙ୍କୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ା ଏମାନଙ୍କ ଗତିବିଧି ଓ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ନଜର ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri