ଆମ ଜିଲା ଖବର

ବେଣୁବାବା ମଠ ମହନ୍ତଙ୍କ ଦେହାନ୍ତ

ବରଗଡ଼ ଅଫିସ୍‌,୨୫।୪ ବରଗଡ଼ ଜୀରନଦୀ କୂଳ ଅମ୍ବାପାଲିରେ ରହିଥିବା ବେଣୁବାବା ମଠର ମହନ୍ତ ହରିଚରଣ ଦାସଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା । ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ଆଇସୋଲେଶନ ହଲ ବୁଲି ଦେଖିଲେ ଜିଲାପାଳ

ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍‌ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ ଆସିବାକୁ ଥିବା ବ୍ୟକ୍ତି ନାମ ପଞ୍ଜିକରଣ କରିବା ପରେ ସେଠାରେ ରଖାଯିବ। ୧୪…

ପୂଜକଙ୍କ ଘର ପୋଡିଗଲା

ପାତ୍ରପୁର,୨୪ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ ବାସଭବନ ନିଛାଟିଆ ସ୍ଥାନରେ ଥିବାରୁ ଏବଂ ଘରେ କେହି ନଥିବାରୁ କିପରି ଅଗ୍ନିକାଣ୍ଡ ଘଟିଲା…

ଅବକାରୀ ଚଢାଉ: ୩ ବାଇକ୍‌ ଜବତ, ୩ ଗିରଫ

କଟକ ଅଫିସ,୨୪।୪: ଲକ୍‌ଡାଉନ ବଳବତ୍ତର ଥିଲେ ସୁଦ୍ଧା ବେଆଇନ ଭାବେ ମଦ ବେପାର ଜୋରଦାର ଚାଲିଛି। ମଦ ବେପାରୀମାନେ ଚୋରାରେ ଗ୍ରାହକଙ୍କ ନିକଟରେ ମଦ ପହଞ୍ଚାଉଛନ୍ତି। ଗୁରୁବାର କଟକ ଜିଲା ଅବକାରୀ ବିଭାଗ ମୋଟ୍‌ ୨୩୩ ଲିଟର ୨୪୦ ଗ୍ରାମ୍‌ ମଦ…

ପରୀକ୍ଷା ପାଇଁ ପଠାଗଲା ୬୭ ସ୍ବାବ୍‌ ନମୁନା

କାକଟପୁର, ୨୪ା୪(ଡି.ଏନ.ଏ): କାକଟପୁର ବ୍ଲକର ୬୭ଜଣ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲକୁ ପଠାଯାଇଛି। ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏହି ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରାଜ୍ୟ ବାହାରୁ ଆସିଥିବା ତଥା ପଞ୍ଜୀକୃତ ହୋଇଥିବା…

ଗରିବ, ଅସହାୟଙ୍କୁ ସହାୟତା କଲା ପୁରାତନ ଛାତ୍ର ସଙ୍ଗଠନ

କୋଣାର୍କ,୨୪ା୪(ଡି.ଏନ.ଏ): କୋଣାର୍କ ଥାନା ଅଧୀନ ଜୁଣେଇଁ, ଗାଗପୁର, ମାଟିଆପଡ଼ା ଗ୍ରାମରେ ଶୁକ୍ରବାର କୋଣାର୍କ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ସମ୍ପ୍ରତି କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ପରିସ୍ଥିତିରେ ଘରେ…

ଖବରଦାତାଙ୍କ ଘର ଉପରକୁ ବୋମା ମାଡ଼

କୋଣାର୍କ/କାକଟପୁର,୨୪ା୪(ଡି.ଏନ.ଏ): ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୩ଟି ବୋମା ପକାଇଥିବା ଜଣାପଡ଼ିଛି। ଦୁଇଟି ବୋମା ଘର ସମ୍ମୁଖରେ ପଡ଼ିଥିବା…

ପିକଅପ୍‌ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର

ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍‌ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହୀରା ନାୟକ, ଝୁମୁରି ନାୟକ, ପିଙ୍କି ନାଇକ…

କ୍ଷୁଦ୍ର ନାଟକରେ କରୋନା ସଚେତନତା

ଭଞ୍ଜନଗର,୨୫।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିସ୍ଥିତ ଓମ୍‌ ସଙ୍ଗୀତ ଏକାଡ଼େମୀର କଳାକାରମାନେ ଏକ ଗୀତ ମାଧ୍ୟମରେ କରୋନା ସଚେତନତା କରିଛନ୍ତି। ପ୍ରଦୀପ ସ୍ବାଇଁଙ୍କ ନିର୍ଦ୍ଦେଶନା ଓ ଚାନ୍ଦିନି ସିଂଙ୍କ କଣ୍ଠରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ସୋସିଆଲ ମିଡ଼ିଆରେ ଲୋକଙ୍କ ମନକୁ ଛୁଇଁଛି ।…

କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ଫୁଲବାଣୀ ଯାଇ ଅତିରିକ୍ତ ଜିଲାପାଳ ବସନ୍ତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ (ପିଏମ୍‌…

ଏସ୍‌ଏଚ୍‌ଜି ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- କରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ କରୁଥିବା…

କୁଆପଥର ମାଡରେ ଝଡିଲା ରବିଧାନ

ବିନିକା,୨୪ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଜନସାଧାରଣଙ୍କ ଜୀବନଜୀବିକା ଉପରେ ପଡିଛି। ଏହି ପରିସ୍ଥିତିରେ ଗତ ତିନିଦିନର ବର୍ଷା ଓ କୁଆପଥର ମାଡ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳର ରବିଧାନ ଚାଷୀଙ୍କ ନିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?