ଏଥର ଆସିବ ୧୪ଟି ରଥ ଟଣା ଦଉଡ଼ି

ପୁରୀ ଅଫିସ,୧୩ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ ଆଗେଇ ଚାଲିଥିବାବେଳେ ରଥ ଦଉଡ଼ି ପାଇଁ ଓଡ଼ିଶା କତା ନିଗମ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଓଡ଼ିଶା କତା ନିଗମର ଅଧିକାରୀ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ପକ୍ଷରୁ ଏଥର ୧୨ଲକ୍ଷ ଟଙ୍କାରେ ୨୦ଟି ଦଉଡ଼ି ପାଇଁ ନିଗମକୁ ଅର୍ଡର ଦିଆଯାଇଛି। ଏଥିମଧ୍ୟରେ ୧୪ଟି ରଥ ଟଣା ଦଉଡ଼ି ଏବଂ ୬ଟି କର୍ଡ଼ନ (ଘେର) ଦଉଡ଼ି ରହିଥିବା ଜଣାପଡିଛି। ବୁଧବାରଠାରୁ ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁରଠାରେ ଥିବା ଓଡ଼ିଶା କତା ନିଗମ ଫ୍ୟାକ୍ଟ୍ରିରେ ଏହି ଦଉଡ଼ି ତିଆରି ଆରମ୍ଭ ହେବ। ୧୫ଜଣ କର୍ମଚାରୀ ଶୁଦ୍ଧପୁତ ଭାବେ ମୁହଁରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରି ଦଉଡ଼ି ତିଆରି କରିବେ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଦଉଡ଼ିଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ନିଗମର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri