ଆମ ଜିଲା ଖବର

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କୁମ୍ଭାର ୧୨ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ। ଫଳରେ…

ବାଲିଯୋରୀ କପଡ଼ା ବଜାର ବନ୍ଦ, ସ୍ଥାନାନ୍ତର ଦାବି କଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲା ବେହେରା ମାର୍କେଟ୍‌ ୟାର୍ଡ଼ରେ ବସୁଥିବା ବାଲିଯୋରୀ କପଡ଼ା ବଜାରକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବୁଧବାର ବାଲିଯୋରୀ ଗ୍ରାମବାସୀ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ…

ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମାତ୍ର କର୍ଡାପାଳ ଗ୍ରାମର ଶ୍ରମିକ ଦଲାଲ କ୍ଷୀରୋଦ ଧରୁଆ(୪୨)ଫେରାର…

ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡିଛି। ଫଳରେ ଦେବଗଡ଼ ସହର ଓ ଆଖପାଖ ଅଞ୍ଚଳରେ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ କବଳରୁ ଜନ ସମାଜକୁ ରକ୍ଷା କରୁଥିବା ଯୋଦ୍ଧା ଭାବେ ତହସିଲଦାର ବିଦ୍ୟାଧର ପତି, ବ୍ଲକ…

ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ଯାଜପୁର ଅଫିସ୍‌,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ ସ୍ବାବ ସଂଗ୍ରହ, ରିପୋର୍ଟ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ…

ସାପକାମୁଡ଼ାରେ ନାବାଳକଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୫ (ସ୍ବ.ପ୍ର.)-ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଞ୍ଜିପାଣି ଥାନା କୁଅଁର ଗ୍ରାମର ମହାଜନ ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର (୮)। ବୁଧବାର ଘରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାରଲୋକେ ଗୁରୁତର ଜିତେନ୍ଦ୍ରଙ୍କୁ ବାଂଶପାଳ ଡାକ୍ତରଖାନାରେ…

ନିଳାଚଳ କାରଖାନା ପରିସରରେ ଶ୍ରମିକଙ୍କ ଆନ୍ଦୋଳନ

ଯାଜପୁର ଅଫିସ,୧୩।୫: କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ ଲିଃ(ଏନଆଇଏନଏଲ)କୁ ଲ୍‌କଡାଉନ ସମୟରେ ବନ୍ଦ କରି ଦିଆଯିବା ଯୋଗୁ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକଙ୍କ ଜୀବିକା ବିପନ୍ନ ହୋଇଯାଇଛି। ୩ ମାସ ହେଲା କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ଦିଆଯାଇ…

ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ

ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ ଡିମଶରର ୨ଜଣ ଶ୍ରମିକ ଚାଲି ଚାଲି ନୟାଗଡ ଆସୁଥିଲେ। ହେଲେ ଚିକାଗୋ ପୋଲିସ ସେମାନଙ୍କୁ…

ମହିଳା ଆଇନଜୀବୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌

କେନ୍ଦୁଝର,୧୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସହରରେ ବୁଧବାର ଜଣେ ମହିଳା ଆଇନଜୀବୀଙ୍କ ଠାରୁ ସୁନା ଚେନ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଅପରାହ୍ନରେ ସମ୍ପୃକ୍ତ ମହିଳା ଜଣଙ୍କ କୋର୍ଟରୁ ନିଜ ଘରକୁ ସ୍କୁଟିରେ ଫେରୁଥିଲେ। ଜେଲ ରୋଡ ରାସ୍ତାରେ ଏକ ପଲସର…

ପ୍ରଦୂଷଣକୁ ନେଇ ତାତିଲେ ଗ୍ରାମବାସୀ

କେନ୍ଦୁଝର,୧୩ା୫(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଫୁଲଝର ଗ୍ରାମରେ ଥିବା ଏକ ପିଲେଟ କାରଖାନା ବିରୋଧରେ ଅସନ୍ତୋଷ ତେଜିଛି। ବୁଧବାର ମଲଦା ପଞ୍ଚାୟତର ଗ୍ରାମବାସୀ ପ୍ରଦୂଷଣ ରୋକିବା ସହ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦାବିରେ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମାସ୍କ…

ଲୋକଙ୍କ ଘର ମୁହଁରୁ ସଂଗ୍ରହ ହେବ ବନଜାତ ଦ୍ରବ୍ୟ

ନୂଆପଡା ଅଫିସ,୧୩ା୫: ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ରହିଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ବଣଜଙ୍ଗଲରେ ବସବାସ କରୁଥିବା ଗରିବ ପରିବାର ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ବି ବିକି ପାରୁ ନାହାନ୍ତି। ଏଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?