ଆମ ଜିଲା ଖବର

ଡଙ୍କାରୀ, ରାହାଡପୁର ଖାଦାନରେ ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ: ‘ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ’

ଧର୍ମଶାଳା/ଚଢ଼େଇଧରା,୫ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ରାହାଡପୁର ଖାଦାନରେ ବୁଧବାର ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ବିଭୂତି ଭୂଷଣ ଦାସ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର

ଧର୍ମଶାଳା,୫ା୧୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମୃତ ମହିଳାଙ୍କ ଭଉଣୀ ମାନିନୀ ଓଝାଙ୍କ ଅଭିଯୋଗ ଆଧାରରେ ପୋଲିସ...

ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା। ଏହି କ୍ରମରେ ବୁଧବାର ପୁର୍ବାହ୍ନରେ ଥାନା ସମ୍ମୁଖରେ ଭାଜପା...

ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି

ରସୁଲପୁର,୫ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବ୍ୟବସାୟିକ ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା କୁଆଖିଆ ବଜାରର ସାରଙ୍ଗପୁର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ବୁଧବାର କିର୍ତ୍ତୀ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି...

ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର ରାତି ୮ଟାରେ ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ଅଧ୍ୟକ୍ଷା ରୀତା ହିଲଭ୍ୟୁ...

ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର ଆବଶ୍ୟକତା ପଡ଼େ। ତେବେ ଦୀର୍ଘବର୍ଷ ଧରି ଏହି ପଞ୍ଚାୟତବାସୀଙ୍କ ଯାତାୟାତ ସୁବିଧା ନିମନ୍ତେ...

ନାବାଳିକାଙ୍କୁ ଅସଦାଚରଣ: ଅଭିଯୋଗ, ଯୁବକ ଗିରଫ

ଆଳି, ୫।୧୨ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାଳକାଟି ଅଞ୍ଚଳର ହରିଶ୍ଚନ୍ଦ୍ର ଦାସଙ୍କ ପୁଅ ଲିଟୁଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ମଙ୍ଗଳବାର ନାବାଳିକାଙ୍କ ବାପା ଆଳି ଡାକ୍ତରଖାନା ଯାଇଥିବା ବେଳେ...

ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ ଡିନାମାଇଟ୍‌ ଲଗାଇ ବିସ୍ଫୋରଣ କରାଯାଇ ପଥର ଚାଲାଣ ହେଉଛି। ଫଳରେ କଳା ମୁଗୁନି...

ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରା...

ଧାନକିଣା ସ୍ଥିତି ସୁଧୁରୁନି

ବଲାଙ୍ଗୀର ଅଫିସ, ୫ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ସ୍ଥିତି ସୁଧୁରିନାହିଁ। ପ୍ରଥମରୁ ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀ ହରଡ଼ଘଣାରେ ପଡିଛନ୍ତି। ଏଯାବତ୍‌ ଏଥିରୁ ନିସ୍ତାର ପାଇ ନ ଥିବା ଚାଷୀ ଏବେ ମଣ୍ଡି ବା ପ୍ରାଥମିକ କୃଷି ସମବାୟ ସମିତି...

ସୁବର୍ଣ୍ଣପୁର ରିଂରୋଡ: ଅବଧି ସରିଲାଣି, ନିର୍ମାଣ କାମ ସରୁନି

ସୋନପୁର, ୫।୧୨(ନି.ପ୍ର.) ସୁବର୍ଣ୍ଣପୁର ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷା ଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସଙ୍କଳ୍ପ ନେଇଥିଲେ। ଏଥିପାଇଁ ସେହି...

ପରିବାର ଲୁକ୍‌କର ଅଭିଯୋଗ: ପିଇଓ ଦେଇଛନ୍‌ ଭୁଲ ରିପୋର୍ଟ

ଲୋଇସିଂହା, ୫ା୧୨ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗାଁର ୯୦ ପରତିଶତ ଦିବ୍ୟାଙ୍ଗ ବିଭୀଷଣ ତରିଆ(୩୫)। ଦିବ୍ୟାଙ୍ଗ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ଯୋଜନାରୁ ସେ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଗଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri