ସୁବର୍ଣ୍ଣପୁର ରିଂରୋଡ: ଅବଧି ସରିଲାଣି, ନିର୍ମାଣ କାମ ସରୁନି

ସୋନପୁର, ୫।୧୨(ନି.ପ୍ର.) ସୁବର୍ଣ୍ଣପୁର ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷା ଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସଙ୍କଳ୍ପ ନେଇଥିଲେ। ଏଥିପାଇଁ ସେହି ସମୟରେ ପାଣ୍ଠିର ବ୍ୟବସ୍ଥା କରିଥିଲେ। ଉଭୟ ନଦୀରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଂରୋଡ ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉଦ୍ୟମକ୍ରମେ ୨୦୧୧ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ମଝିରେ ସରକାରୀ ଅନୁଦାନ ନ ଥିବାରୁ ୩ ବର୍ଷ କାମ ବନ୍ଦ ଥିଲା। ଏବେ ଆବଶ୍ୟକ ଟଙ୍କା ଥାଇ ମଧ୍ୟ କାମ ହୋଇପାରୁନି। ସହରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି କାର୍ଯ୍ୟର ମନ୍ଥରତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ ମିଟର ରାସ୍ତା ପିଚୁ ପାଇଁ ୩ କୋଟି ୩ ଲକ୍ଷ ୯୭ ହଜାର ଟଙ୍କାର ଟେଣ୍ଡର ହୋଇଛି। ୨୦୧୮ ଡିସେମ୍ବର ୨୪ ତାରିଖରେ ଠିକାଦାର ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୯ ନଭେମ୍ବର ୨୩ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ପିଚୁ କାମ ତ ଦୂର ମାଟି ସମତଳରେ ହିଁ କାମ ଅଟକିଛି। ସେହିପରି ୫ କୋଟି ୯୧ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ତେଲନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ, ରିଟେନିଂ ଓ୍ବାଲ ଓ ୨ଟି ପୋଲ ନିର୍ମାଣ ହେବ । ଟେଣ୍ଡର ପ୍ରକ୍ରିୟା ପରେ ଠିକାଦାର ୨୦୧୯ ଫେବୃୟାରୀ ୬ ତାରିଖରେ ଚୁକ୍ତିନାମା କରିଛନ୍ତି । ଜୁନ୍‌ ୫ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ପିଚୁ କାମ ଆଦୌ ଆରମ୍ଭ ହୋଇନି। କାମ ମନ୍ଥର ଗତିରେ ଚାଲିଛି। ପ୍ରାକ୍ତନ ଜିଲାପାଳ ମଧୁସୂଦନ ମିଶ୍ର ଗତ ଜୁନ୍‌ ମାସ ୨୩ ତାରିଖରେ କାର୍ଯ୍ୟର ସମୀକ୍ଷା କରି ସମ୍ପୃକ୍ତ ଠିକାଦାରଙ୍କୁ କୈଫିୟତ ମାଗିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡିଲେ ଇଏମଡି ବ୍ୟାଜ୍ୟାପ୍ତି ସହ ପୁନଃ ଟେଣ୍ଡର ଆହ୍ବାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ମାତ୍ର ସେମିତି କିଛି ବି ହେଲାନି। ଠିକାଦାର ସେମାନଙ୍କ ମର୍ଜିରେ କାମ କରୁଛନ୍ତି। ଅନ୍ୟପକ୍ଷେ ରିଂ ରୋଡର ମିସିଂ ଲିଙ୍କ କୁମ୍ଭାରପଡାରୁ ଦଶମତି ଘାଟ ୩୯୩ ମିଟର ଲମ୍ବ ରାସ୍ତା ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବ। ନଦୀପାର୍ଶ୍ୱରେ କଂକ୍ରିଟ୍‌ ରିଟେନିଂ ଓ୍ବାଲ ନିର୍ମାଣ କରାଯିବ। ଏଥିପାଇଁ ୪୫ କୋଟି ୮୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଟେଣ୍ଡର ପାଇଲାଣି। ହେଲେ ଏହି ଠିକା ସଂସ୍ଥା କାର୍ଯ୍ୟ କରିବା ପାଇଁ ପୂର୍ତ୍ତ ବିଭାଗ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଚୁକ୍ତିନାମା କରିନି। ଏଭଳି ସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟ ଆହୁରି ବିଳମ୍ବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଅସିତ କୁମାର ବଡପଣ୍ଡା କୁହନ୍ତି ନିର୍ଦ୍ଧାରିତ ସମୟରେ ଠିକାଦାର କାମ ସମ୍ପୂର୍ଣ୍ଣ କରି ନାହାନ୍ତି। ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ । ଅଧିକ ବିଳମ୍ବ ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri