ସୁବର୍ଣ୍ଣପୁର ରିଂରୋଡ: ଅବଧି ସରିଲାଣି, ନିର୍ମାଣ କାମ ସରୁନି

ସୋନପୁର, ୫।୧୨(ନି.ପ୍ର.) ସୁବର୍ଣ୍ଣପୁର ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷା ଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସଙ୍କଳ୍ପ ନେଇଥିଲେ। ଏଥିପାଇଁ ସେହି ସମୟରେ ପାଣ୍ଠିର ବ୍ୟବସ୍ଥା କରିଥିଲେ। ଉଭୟ ନଦୀରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଂରୋଡ ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉଦ୍ୟମକ୍ରମେ ୨୦୧୧ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ମଝିରେ ସରକାରୀ ଅନୁଦାନ ନ ଥିବାରୁ ୩ ବର୍ଷ କାମ ବନ୍ଦ ଥିଲା। ଏବେ ଆବଶ୍ୟକ ଟଙ୍କା ଥାଇ ମଧ୍ୟ କାମ ହୋଇପାରୁନି। ସହରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି କାର୍ଯ୍ୟର ମନ୍ଥରତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ ମିଟର ରାସ୍ତା ପିଚୁ ପାଇଁ ୩ କୋଟି ୩ ଲକ୍ଷ ୯୭ ହଜାର ଟଙ୍କାର ଟେଣ୍ଡର ହୋଇଛି। ୨୦୧୮ ଡିସେମ୍ବର ୨୪ ତାରିଖରେ ଠିକାଦାର ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୯ ନଭେମ୍ବର ୨୩ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ପିଚୁ କାମ ତ ଦୂର ମାଟି ସମତଳରେ ହିଁ କାମ ଅଟକିଛି। ସେହିପରି ୫ କୋଟି ୯୧ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ତେଲନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ, ରିଟେନିଂ ଓ୍ବାଲ ଓ ୨ଟି ପୋଲ ନିର୍ମାଣ ହେବ । ଟେଣ୍ଡର ପ୍ରକ୍ରିୟା ପରେ ଠିକାଦାର ୨୦୧୯ ଫେବୃୟାରୀ ୬ ତାରିଖରେ ଚୁକ୍ତିନାମା କରିଛନ୍ତି । ଜୁନ୍‌ ୫ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ପିଚୁ କାମ ଆଦୌ ଆରମ୍ଭ ହୋଇନି। କାମ ମନ୍ଥର ଗତିରେ ଚାଲିଛି। ପ୍ରାକ୍ତନ ଜିଲାପାଳ ମଧୁସୂଦନ ମିଶ୍ର ଗତ ଜୁନ୍‌ ମାସ ୨୩ ତାରିଖରେ କାର୍ଯ୍ୟର ସମୀକ୍ଷା କରି ସମ୍ପୃକ୍ତ ଠିକାଦାରଙ୍କୁ କୈଫିୟତ ମାଗିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡିଲେ ଇଏମଡି ବ୍ୟାଜ୍ୟାପ୍ତି ସହ ପୁନଃ ଟେଣ୍ଡର ଆହ୍ବାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ମାତ୍ର ସେମିତି କିଛି ବି ହେଲାନି। ଠିକାଦାର ସେମାନଙ୍କ ମର୍ଜିରେ କାମ କରୁଛନ୍ତି। ଅନ୍ୟପକ୍ଷେ ରିଂ ରୋଡର ମିସିଂ ଲିଙ୍କ କୁମ୍ଭାରପଡାରୁ ଦଶମତି ଘାଟ ୩୯୩ ମିଟର ଲମ୍ବ ରାସ୍ତା ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବ। ନଦୀପାର୍ଶ୍ୱରେ କଂକ୍ରିଟ୍‌ ରିଟେନିଂ ଓ୍ବାଲ ନିର୍ମାଣ କରାଯିବ। ଏଥିପାଇଁ ୪୫ କୋଟି ୮୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଟେଣ୍ଡର ପାଇଲାଣି। ହେଲେ ଏହି ଠିକା ସଂସ୍ଥା କାର୍ଯ୍ୟ କରିବା ପାଇଁ ପୂର୍ତ୍ତ ବିଭାଗ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଚୁକ୍ତିନାମା କରିନି। ଏଭଳି ସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟ ଆହୁରି ବିଳମ୍ବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଅସିତ କୁମାର ବଡପଣ୍ଡା କୁହନ୍ତି ନିର୍ଦ୍ଧାରିତ ସମୟରେ ଠିକାଦାର କାମ ସମ୍ପୂର୍ଣ୍ଣ କରି ନାହାନ୍ତି। ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ । ଅଧିକ ବିଳମ୍ବ ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri