ଲକ୍ଡାଉନ୍ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର
ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍ର ଦ୍ୱିତୀୟ ଦିନରେ ବାଲେଶ୍ୱର ଖାଁ…
କରୋନା ସଚେତନତା: ସ୍ଥାନାନ୍ତର ହେଲା ଡେଲି ମାର୍କେଟ
ବିଜେପୁର, ୨୩।୩(ଡି.ଏନ୍.ଏ.): କରୋନା ସଂକ୍ରମଣ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାର ଔଷଧ ବାହାରି ନାହିଁ। ତେଣୁ ସତର୍କତା ହିଁ ଏକମାତ୍ର ବିକଳ୍ପ। ଫଳରେ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ବରଗଡ଼…
ନବରଙ୍ଗପୁର, ଉମରକୋଟ ସହରରେ ଲକ୍ଡାଉନ୍: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ
ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ ପରେ ସୋମବାରଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ…
ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ: ଶିକାରୀ ଗିରଫ
ସଜନାଗଡ଼,୨୩।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ରବିବାର ରାତିରେ ଏହି ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ନୀଳଗିରି ଥାନା ଅଧିନସ୍ଥ ଶିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ପବନ ସିଂଙ୍କୁ ବନବିଭାଗ…
ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ
ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ ମୌଜାର ଏକ ପ୍ଲଟରେ…
ଜନନୀ ଯନ୍ତ୍ରଣା: ଗ୍ରାମକୁ ରାସ୍ତା ନ ଥିବାରୁ ଭାରରେ ବୁହାହେଲେ ଗର୍ଭବତୀ
ଚିତ୍ରକୋଣ୍ଡା,୨୩।୩(ଡି.ଏନ୍.ଏ.): ନଜରକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୁହାଇବାକୁ ପଡ଼ିଛି। ରବିବାର ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତ ପାଲିଗୁଡ଼ା ଗ୍ରାମରେ। ଗ୍ରାମର ଭୀଷ୍ମ…
ଲକ୍ଡାଉନ୍ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଦାଗିଦ୍ କଲା ପ୍ରଶାସନ
ପୁରୁଷୋତ୍ତମପୁର,୨୩।୩: ମହାମାରୀ କରୋନା ଭାଇରସ୍ ଆତଙ୍କକୁ ନେଇ ସରକାର ଲକ୍ଡାଉନ୍ ଘୋଷଣା କରି ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ କିଛି ବ୍ୟକ୍ତି ଲକ୍ଡାଉନ୍ର ଦ୍ୱିତୀୟ ଦିନ ଅର୍ଥାତ୍ ସୋମବାର ଏହାକୁ ଉଲ୍ଲଙ୍ଘନ…
ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା
ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ ପୁଣି ୫ ଜଣ ଫେରିଛନ୍ତି। ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।…
ଭୁଶୁଡ଼ିଲା ଦୁଇ ମହଲା କୋଠା ସମେତ ୩ ଚାଳ ଛପର ଘର
ଦିଗପହଣ୍ଡି,୨୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗାଁରେ ରବିବାର ରାତିରେ ରଜନୀକାନ୍ତ ଗୌଡ଼,ଚନ୍ଦ୍ରମା ଗୌଡ଼ଙ୍କ ୨ଟି ଦୁଇ ମହଲା ଘର ଏବଂ ପଡ଼ୋଶୀ ଗୋପାଳ ଗୌଡ଼ଙ୍କ ୧ ବଖରା ଚାଳଘର, ବିଶ୍ୱନାଥ ଗୌଡ଼, ବାବୁଲା ଗୌଡ଼ଙ୍କ ଦୁଇଟି ଗୁହାଳ…
ପୁରୀ: ହୋଟେଲ ଶିଳ୍ପରେ ତାଲା
ପୁରୀ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ନୂଆ ନୂଆ କଟକଣା ବି ଲଗାଉଛି। ପ୍ରଶାସନିକ ନିର୍ଦ୍ଦେଶ ଫଳରେ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଛି ପୁରୀ। ଫଳରେ ଏହାର ପ୍ରଭାବ ହୋଟେଲ ଶିଳ୍ପ…
ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ
ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। କେବଳ ସେବାୟତ…
୧୦ଥର ଆବେଦନ କରି ନିରାଶ ଘଟ୍ନା: ଭତା ପାଏଲେ ବୁରୁଧ୍ ଦମ୍ପତି
ଗଣ୍ଡତୁରୁମ, ୨୩।୩ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାକର ମାଏକିନା ସାଲିଣି(୮୫)। ଦମ୍ପତି ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିଲେ। ଇ ବାବ୍ଦେ ଗଲା ୨୦୧୯ ଡିସେମ୍ବର…
Archives


