ଆମ ଜିଲା ଖବର

୨ ଯୌତୁକ ନିର୍ଯାତନା ମାମଲା: ୩ ଗିରଫ

ଆସିକା,୨ା୫(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଓ ଗୁଡସର ଗ୍ରାମରେ ଘଟିଥିବା ପୃଥକ ୨ ଯୌତୁକ ନିର୍ଯାତନା ମାମଲାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର…

ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ: ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ଜିଲାପାଳ, ଏସ୍‌ପିଙ୍କ ଅନୁଧ୍ୟାନ

ଛତ୍ରପୁର,୨ା୫(ଡି.ଏନ୍‌.ଏ.): କେରଳ, ସୁରଟ ଓ ବାଙ୍ଗାଲୁରରୁ ୩ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। କେରଳରୁ ବାହାରିଥିବା ଏର୍ନାକୁଲମ ଜଙ୍କଶନ- ଭୁବନେଶ୍ୱର ଶ୍ରମିକ ସ୍ପେସିଆଲ ଟ୍ରେନ ରବିବାର ସକାଳ ୫ଟାରୁ ୬ ଟା ମଧ୍ୟରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନ ଠାରେ…

କରୋନା ସମ୍ପର୍କରେ ତାଲିମ ଦେଲେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସଂଯୋଜକ

ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜୋନାଲ ସଂଯୋଜକ ଡା. ନିଶିନ୍ତ ରଞ୍ଜନ ଦାଶ ଟିଟିଲାଗଡରେ ପହଞ୍ଚି ପ୍ରଶାସନିକ…

କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି

ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରଞ୍ଜନ ସାହୁ…

କୋଭିଡ୍‌ ହସ୍‌ପିଟାଲ ପରିଦର୍ଶନ କଲେ ଜିଲା ଦୌରାଜଜ୍‌

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ଦୌରାଜଜ୍‌ ତଥା ଡିଏଲ୍‌ଏସ୍‌ଏ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଶନିବାର ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଜଜ୍‌ଙ୍କ ସହ ମୁଖ୍ୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ଜିଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ଏଚ୍‌ଜି ମହିଳା

ରାୟଗଡା ଅଫିସ,୨ା୫: ରାୟଗଡା ସହରରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ ଆନ୍ଧ୍ର ସୀମାନ୍ତ ଜିଲା ହୋଇଥିବାରୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପୋଲିସ ପକ୍ଷରୁ ରାତ୍ରି ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କରୋନା ଭଳି…

କୋଟାରୁ ଫେରୁଛନ୍ତି ସୁବର୍ଣ୍ଣପୁରର ୩୭ଛାତ୍ରୀଛାତ୍ର

ସୋନପୁର,୨।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ଜଣ ଛାତ୍ରୀଛାତ୍ର ଘରକୁ ପେରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଶନିବାର ମଧ୍ୟାହ୍ନ ୧୨ଟାରେ ୧୨ ଛାତ୍ରୀ ଓ ୨୫ ଛାତ୍ର ୨ଟି ବସ୍‌ ଯୋଗେ କୋଟାରୁ ବାହାରିଛନ୍ତି। ୨୫ଘଣ୍ଟାର…

ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କଲେ ଚମ୍ପୁଆ ଡାକ୍ତର

ଚମ୍ପୁଆ, ୨।୫(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲାପାଇଁ ରାଜ୍ୟସରକାର ବହୁବିଧି ପଦକ୍ଷେପ ନେଇଥିବାରୁ ଦେଶରେ ଓଡିଶାର ସମ୍ମାନ ବୃଦ୍ଧି କରିଥିବା ବେଳେ କରୋନା ଯୋଦ୍ଧା ଭାବରେ ସେବା କ୍ଷେତ୍ରରେ ନିଜକୁ ସର୍ମପିତ କରିଥିବା ଡାକ୍ତର ମାନଙ୍କୁ ସବୁସ୍ତରର ଜନ ସାଧାରଣ ସାଧୁବାଦ ପ୍ରଦାନ…

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ, ମାସ୍କ ବଣ୍ଟନ

ଚମ୍ପୁଆ, ୨।୫(ଡି.ଏନ.ଏ.) -କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ତଥା ଛାତ୍ରୀଛାତ୍ରଙ୍କୁ ସହଯୋଗ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସ୍କ, ପେନ, ଖାତା ଓ ସାବୁନ ଆଦି ବଣ୍ଟନ କରାଯାଇଛି। ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତରେ ଶନିବାର…

୨ ଚନ୍ଦନ ବୋଡ଼ା ଉଦ୍ଧାର

ଯୋଡ଼ା, ୨।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଭୂୟଁ। ବସ୍ତି ତଥା ଗଣେଶ ଭବନ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ବନ ବିଭାଗ ପକ୍ଷରୁ ୨ଟି ବିଷଧର ସାପ ଉଦ୍ଧାର କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଉକ୍ତ ଅଂଚଳର ସଞ୍ଜୟ…

ଜୀବନବିନ୍ଦୁ ମାଧ୍ୟମରେ ୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଫର୍ଶଳା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ପ୍ରମୁଖ ଉଦ୍‌ଘାଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?