ଫନୀ ପରେ ଅମ୍ଫନ୍‌ ଦେଇଗଲା ଦୁଃଖ

ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ ଠିଆ କରିବେ ସେହି ଚିନ୍ତାରେ ଥିଲେ। ପରେ ବହୁ କଷ୍ଟ ଓ ଋଣ କରି ପ୍ରାୟ ୪/୫ ମାସ ପରେ ନିଜ ଜୀବିକାର ମୁଖ୍ୟ ଉତ୍ସକୁ ଠିଆ କରାଇଥିଲେ। ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ମାଡ଼ି ଆସିଥିଲା କରୋନା ରାକ୍ଷସ। ସବୁଆଡେ ଲକ୍‌ଡାଉନ। ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ ବଜାର। ସବୁ ବନ୍ଦ। ଏହାର ପ୍ରଭାବ ପାନଚାଷୀଙ୍କ ଉପରେ ପଡ଼ିଲା। ବରଜ ଭିତରେ ନଷ୍ଟ ହେଲା ପାନପତ୍ର। ସେମାନେ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଥିବାବେଳେ ଗତ କିଛିଦିନ ହେବ ଲକ୍‌ଡାଉନ୍‌ ସାମାନ୍ୟ କୋହଳ ହୋଇଥିଲା। ଦୋକାନ ବଜାର ଖୋଲିଲା। ଗାଡ଼ିମୋଟର କିଛିମାତ୍ରାରେ ସ୍ବାଭାବିକ ହେଲା। ପାନଚାଷୀ ମନୋବଳ ଦୃଢ କରି ଛିଡ଼ା ହେବାକୁ ଚେଷ୍ଟା କଲେ। ମାତ୍ର ପୁଣି ଦଇବ ଦାଉ ସାଧିଲା। ମାଡ଼ିଆସିଲା ବାତ୍ୟା ଅମ୍ଫନ୍‌। ବର୍ଷା, ପବନ ମାଡ଼ରେ ପୁଣି ମାଟି କାମୁଡ଼ିଲା ହଜାର ହଜାର ଏକର ପାନବରଜ। ଋଣଭାର ସହି ବରଜ ସଜାଡ଼ିିଥିବା ପାନଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନୀ ପରେ ଅମ୍ଫନ୍‌ର ଦୁଃଖ ବଳିଗଲା ବୋଲି ସେମାନେ କହୁଛନ୍ତି।
ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଗୋପ, ପିପିଲି ଆଦି ବ୍ଲକରେ ହଜାର ହଜାର ପାନଚାଷୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରିବାର ସମ୍ପୂର୍ଣ୍ଣ ପାନଚାଷ ଉପରେ ହିଁ ନିର୍ଭରଶୀଳ। ପାନ ବିକିଲେ ପରିବାର ଚଳେ। ଜିଲାର ପିପିଲି, ନୟାହାଟ, ଓଥକା, କୁଣ୍ଢେଇ, ଅସ୍ତରଙ୍ଗ ଏବଂ କଟକ ଜିଲାର ନିଆଳିରେ ସାପ୍ତାହିକ ପାନ ହାଟ ରହିଛି। ଉପରୋକ୍ତ ହାଟଗୁଡ଼ିକ ଉପରେ ପିପିଲି, ବଳଙ୍ଗା, ସାତଶଙ୍ଖ, ନିମାପଡ଼ା, ବାମନାଳ, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, ବାଙ୍ଗୁରିଗାଁ, କୋଣାର୍କ ପ୍ରଭୃତି ଅଞ୍ଚଳର ପାନଚାଷୀ ନିର୍ଭର କରନ୍ତି। ଚାଷୀମାନେ ପାନ ବିକି ବରଜ ପାଇଁ ପଟ, ପାଖୁଡ଼ି, ରଶି, ଦଉଡ଼ି, ବାଉଁଶ, ପିଡ଼ିଆ, କୀଟନାଶକ, ଜୁଣ, ଟୋକେଇ, ବେତା ପ୍ରଭୃତି କିଣିବା ସହିତ ପରିବାର ପ୍ରତିପୋଷଣ ଲାଗି ଆବଶ୍ୟକ ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଉକ୍ତ ପାନହାଟଗୁଡ଼ିକରୁ ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ କିଣି ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା, ବାଂଲାଦେଶ, ପ୍ରଭୃତି ସ୍ଥାନକୁ ପଠାଇଥାନ୍ତି। କିନ୍ତୁ ଗତବର୍ଷ ମେ ୩ ତାରିଖ ଫନୀ ବାତ୍ୟା ପରଠାରୁ ଆଉ ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ। ଫନୀରେ ପାନବରଜ ଭାଙ୍ଗିବା ପରେ ଏହାକୁ ସଜାଡ଼ିବାକୁ ପ୍ରାୟ ୩/୪ ମାସ ଲାଗିଗଲା। ଏହାପରେ ଧୀରେ ଧୀରେ ପାନ ବ୍ୟବସାୟ ଜମି ଆସୁଥିବାବେଳେ କରୋନା ପାଇଁ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଲେ ପାନଚାଷୀ। ଏହି ସମୟରେ ବରଜରେ ପାନ ନଷ୍ଟ ହେବାକୁ ଲାଗିଲା। କାହାର ପାନ ତୋଳା ନ ଯାଇ ପାଚି ପଚିଗଲା ତ ପୁଣି କେହି ପାନ ତୋଳି ଫିଙ୍ଗିବାକୁ ବାଧ୍ୟ ହେଲା। ତେବେ ଦୋକାନ ବଜାର ଖୋଲିବା ପରେ ଚାଷୀମାନେ ବେଶ୍‌ ଆଶାବାଦୀ ଥିଲେ। କିନ୍ତୁ ଅମ୍ଫନ୍‌ର ପ୍ରକୋପ ପୁଣି ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଲା। ବିଶେଷକରି କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ବ୍ଲକର ହଜାର ହଜାର ଏକର ଜମିରେ ଠିଆ ହୋଇଥିବା ପାନବରଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାକଟପୁର ଅଞ୍ଚଳର ଚାଷୀ ପ୍ରତାପ ନାୟକ କହିଛନ୍ତି, ଗତବର୍ଷ ଫନୀ ପାନଚାଷକୁ ଉଜାଡ଼ି ଦେଇଥିଲା। ଏବେ ପୁଣି ଆମ ଦାନାରେ ଧୂଳି ଦେଲା କରୋନା ଓ ଅମ୍ଫନ୍‌। ଝଡ଼ବର୍ଷାରେ ଶହ ଶହ ପାନବରଜ ମାଟି କାମୁଡ଼ି ପଡ଼ିିଛି। ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ବରଜ ସଜାଡ଼ିିଥିବା ଅନେକ ଚାଷୀ ଏବେ ମାନସିକ ଚାପରେ ରହିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ନ ଦେଲେ ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri