ଆମ ଜିଲା ଖବର

ଠାକୁରମୁଣ୍ଡା ବ୍ଲକର ୩୧୩୫ ପ୍ରବାସୀଙ୍କ ନାମ ପଞ୍ଜୀକରଣ

ଠାକୁରମୁଣ୍ଡା,୪।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଥିବା ବ୍ୟକ୍ତି ତଥା ତାଙ୍କ ପରିବାର ସଦସ୍ୟ ନିଜର ନାମ ପଞ୍ଜୀକରଣ କରିଛନ୍ତି। ବାହାର ରାଜ୍ୟରେ ରହି କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ତାରିଖ ସୁଦ୍ଧା…

ହାତ ସଫା ପାଇଁ ଗଞ୍ଜାମ ମେଡିକାଲରେ ଲଗାଯାଇଥିବା ବେସିନ ଭାଙ୍ଗିଲେ ଦୁର୍ବୃତ୍ତ

ଗଞ୍ଜାମ, ୪।୫(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା(କୋଭିଡ ୧୯) ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ଏଥିପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ଦିନ ତଳେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖର ଉଭୟ ପାର୍ଶ୍ୱରେ…

୨ ପଞ୍ଚାୟତରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌ କଟକଣା

ଭଦ୍ରକ ଅଫିସ,୪ା୫: ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ପ୍ରତ୍ୟାହୃତ କରିଛି ପ୍ରଶାସନ। ଏହି ଦୁଇ ପଞ୍ଚାୟତରୁ ଦୁଇଟି ପଜିଟିଭ୍‌ ବାହାରିଥିବାରୁ ତେସିଙ୍ଗା ଓ ରହଣିଆ ପଞ୍ଚାୟତକୁ ଏପ୍ରିଲ ୨୦ରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିଲା।

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣା: ୬ ଜଣଙ୍କ ନାମରେ ମାମଲା ରୁଜୁ

ଭଦ୍ରକ ଅଫିସ,୪ା୫: ତିହିଡ଼ି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣାରେ ସରପଞ୍ଚଙ୍କ ଏତଲା ଆଧାରରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତିହିଡ଼ି ଥାନା ଭାଟପଡ଼ା କ୍ୱାରାଣ୍ଟାଇନ ସେଣ୍ଟରରେ ରହି ସାମାଜିକ ଦୂରତା ନିୟମ ନ ମାନି…

ଲକ୍‌ଡାଉନ୍‌: ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ର ୧୦୦ ଯୁବତୀ: ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ସୁନ୍ଦରଗଡ଼,୪ା୫(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ ଜିଲାର ୧୦୦ଜଣ ଯୁବତୀ। ଏହି ଯୁବତୀମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଘରକୁ ଫେରାଇ ନେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ରପ୍ରଦେଶର ନେଲୋର ଜିଲାସ୍ଥିତ ରାଇଜିଂ ଇଣ୍ଡିଆନ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଅମଙ୍ଗ ହେଉଛନ୍ତି କରୋନା ସନ୍ଦିଗ୍ଧ

ରତ୍ନଗିରି,୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରେ କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଜିଟିଭ୍‌ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ସରକାରୀସ୍ତରରେ ରାଜ୍ୟ ତଥା ଜିଲା…

ସୁରଟ ଫେରନ୍ତାଙ୍କୁ ଅଣଦେଖା ଅଭିଯୋଗ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନ ଯାଇ ରାସ୍ତାରେ ଠିଆ ହୋଇ ହଟହଟା

ପୁରୁଷୋତ୍ତମପୁର,୪ା୫(ଡି.ଏନ୍‌.ଏ.): ସୁରଟ ଓ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଫେରୁଥିବା ଏହି ଓଡ଼ିଆଙ୍କୁ ତତ୍‌କ୍ଷଣାତ୍‌ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନେଇ ରଖି ବାହାରକୁ ନ ଛାଡ଼ିବା ଲାଗି ଅଞ୍ଚଳର ଲୋକେ ଦାବି କରୁଥିବା ବେଳେ ଗଞ୍ଜାମ…

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ ସେ କୋଲକାତାରୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର…

କେରଳରେ ଫସିଥିବା ୪୦ ଜଣ ଭଦ୍ରକ ଫେରୁଛନ୍ତି

ଭଦ୍ରକ ଅଫିସ,୪ା୫: କେରଳରେ ଫସିଥିବା ୪୦ ଜଣ ସୋମବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଭଦ୍ରକ ଜିଲା ପ୍ରଶାସନ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଏମାନଙ୍କୁ ଭଦ୍ରକ ଆଣୁଥିବା ଜଣାପଡ଼ିଛି। ସମସ୍ତ କେରଳ…

ସୁରଟରୁ ଗର୍ଭବତୀ ମହିଳାଙ୍କ ସହ ୫ ପ୍ରବାସୀ ଓଡ଼ିଆ ହାଟଡିହୀ ଫେରିଲେ

ହାଟଡିହୀ,୪।୫(ଡି.ଏନ୍‌.ଏ.): ସୁରଟରୁ ଭଦ୍ରକ ଆସୁଥିବା ବସ୍‌ରେ ଗତ ଶନିବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡ଼ମା ପଞ୍ଚାୟତର ୫ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ରବିବାର ବ୍ଲକ ପ୍ରଶାସନ ସେମାନଙ୍କୁ ଭଦ୍ରକରୁ ହାଟଡିହୀ ଆଣିଥିଲେ। ପରେ ସମସ୍ତଙ୍କୁ ପଞ୍ଚାୟତ କାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି।…

ଖାଦ୍ୟ ତାଲିକା ଜାରିକଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ କେନ୍ଦ୍ରରେ ସପ୍ତାହରେ ୪ଦିନ ମିଳିବ ଆମିଷ, ଶିଶୁଙ୍କୁ ହର୍‌ଲିକ୍ସ, କ୍ଷୀର

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହ ଗଞ୍ଜାମର ଅନ୍ୟ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟକୁ ନେଇ…

ଚୌଦ୍ୱାର ପୌରପାଳିକାରେ ପଞ୍ଜୀକରଣ କଲେ ୩୭୪ ପ୍ରବାସୀ

ଚୌଦ୍ୱାର,୪ା୫(ଡି.ଏନ୍‌.ଏ.): ରାଜ୍ୟ ବାହାରେ ରହୁଥିବା ଚୌଦ୍ୱାର ଅଞ୍ଚଳର ୩୭୪ ଜଣ ପ୍ରବାସୀ ଓଡ଼ିଆ ଚୌଦ୍ୱାର ଫେରିବା ପାଇଁ ପୌରପାଳିକାରେ ନିଜନାମ ପଞ୍ଜିକୃତ କରିଛନ୍ତି। ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଶେଷଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?