ଶାଳଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଦେବଗିରି ପାଦଦେଶ ବନ୍ଧସାହି ସଂରକ୍ଷିତ ଜଙ୍ଗଲରେ ଅମ୍ଫନ ପ୍ରଭାବରେ ଶାଳଗଛର କେତେକ ଡାଳ ଭାଙ୍ଗିପଡିଥିଲା। ଜଙ୍ଗଲ ବିଭାଗ ଓ ବନ ସୁରକ୍ଷା ସମିତି ମିଳିତ ଭାବେ ଡାଳ କାଟିବା ପରିବର୍ତ୍ତେ ମୂଲ୍ୟବାନ ଶାଳକାଠ କାଟିନେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରି କାଠଗୁଡ଼ିକ ଅଟକ ରଖିଛନ୍ତି।
ବାତ୍ୟାରେ ଏହି ଜଙ୍ଗଲରେ କେତେକ ଶାଳ ଗଛର ଡାଳ ଭାଙ୍ଗିଯାଇଥିଲା। ଗଛ ସୁରକ୍ଷିତ ଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଏହାର ସୁଯୋଗ ନେଇ ଜଙ୍ଗଲ ସୁରକ୍ଷା କମିଟି ସହଯୋଗରେ ଜୀବନ୍ତ ଗଛଗୁଡ଼ିକ କାଟି ଗଦା କରିଥିଲେ। ଏହାପରେ ଭଲଗଛସବୁ କାଟିବା ସହିତ ଟ୍ରକରେ ବୋହି ନେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ବନ କର୍ମଚାରୀମାନେ ପହଞ୍ଚି କାଠକୁ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତଥାପି ଗ୍ରାମବାସୀ କାଠ ନ ଛାଡ଼ିବାକୁ ଜିଦ୍‌ ଧରିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଫେରି ଆସିଥିବା ଜଣାଯାଇଛି। ଗ୍ରାମର ୱାର୍ଡ଼ମେମ୍ବର ମାନ ସିଂଙ୍କ ନେତୃତ୍ୱରେ ସପନା ସିଂ, ବୁଦୁ ସିଂ, ଗିରିଧାରୀ ନାୟକ, ଭାଲୁ ନାୟକ, ଶନ ପାତ୍ର, ଶୁକୁର ସିଂ, ଅନୁ ପାତ୍ର ପ୍ରମୁଖ କାଠକୁ ଜଗି ରହିବା ସହିତ ରେଞ୍ଜରଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?