କାଳବୈଶାଖୀରେ ଘର ଭାଙ୍ଗିଲା
ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ତିହାଡ଼ିଟିକ୍ରାରେ ବହୁଘରର ଛାତ ଉଡ଼ିଯାଇଛି।…
ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି
ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର…
କୂଅରୁ ଉଦ୍ଧାର ହେଲା କରୋନା ଆକ୍ରାନ୍ତଙ୍କ ବଡ଼ବାପାଙ୍କ ମୃତଦେହ, ଘଟଣାକୁ ନେଇ ଚର୍ଚ୍ଚା
ବଲାଙ୍ଗୀର ଅଫିସ/ଗୁଡଭେଲା(ଡି.ଏନ୍.ଏ.), ୬।୫- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଲିଖିରିଆ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ଶୁକଦେବ ଭୋଇ (୫୦)। ସେ ଗତ ରବିବାର ରାତିରୁ ନିଖୋଜ ଥିଲେ। ତେବେ ଶୁକଦେବଙ୍କ ମୃତ୍ୟୁର…
ସୁକତେଲ ବ୍ରିଜ୍ ଭୁଶୁଡ଼ିବା ଘଟଣା: କୋର୍ଟ ଚାଲାଣ ହେଲେ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା କର୍ମଚାରୀ
ପାଟଣାଗଡ, ୬।୫(ଡି.ଏନ୍.ଏ.)- ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିଲେ।…
ଜୁଆ ଆଡ୍ଡାରେ ଚଢ଼ାଉ: ୯୬୫୦ ଟଙ୍କା, ୪ ବାଇକ୍ ଜବତ; ୪ କୋର୍ଟଚାଲାଣ
ଲୋଇସିଂହା,୬ା୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଅନ୍ତର୍ଗତ କଠିପାଲି ଛକଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ମଙ୍ଗଳବାର ଅପରାହ୍ନରେ ଲୋଇସିଂହା ପୋଲିସ ଚଢ଼ାଉ କରିଥିଲା। ଜୁଆ ଆଡ୍ଡାରୁ ୯ ହଜାର ୬୫୦ ଟଙ୍କା, ୪ ବାଇକ୍,୫ ମୋବାଇଲ,ତାସ୍…
ଲକ୍ଡାଉନ୍: ଛତିଶଗଡ଼ରୁ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଶ୍ରମିକ
କେନ୍ଦୁଝର,୬ା୫(ସ୍ବ.ପ୍ର.) : କରୋନା ଲାଗି ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହୋଇଥିଲେ ହେଁ ଶହ ଶହ ଲୋକ କେନ୍ଦୁଝର ଜିଲା ଦେଇ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟକୁ ସାଇକେଲରେ ଏବଂ ଚାଲିଚାଲି ଯିବାଆସିବା କରୁଛନ୍ତି। କେତେକଙ୍କୁ ଜିଲା ପ୍ରଶାସନ ଅଟକାଇ…
ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ
ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସକାଳ ୯.୩୦ ମିନିଟ୍ରେ ଉଭୟ ପହଞ୍ଚିବା ପରେ ସୁରକ୍ଷା ବଳୟ…
ରଥ ଆଶା ଛାଡ଼ିଲେ ମହାରଣା ସେବକ
ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ ୧୧ ଦିନ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରଥ…
ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କଲେ ସ୍ବାମୀ
ରାଉରକେଲା ଅଫିସ,୬ା୫: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଟୋଲାରେ ଘରୋଇ କଳହକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ସ୍ତ୍ରୀଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଛନ୍ତି। ଖବର ପାଇ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଆରମ୍ଭ…
ଗଞ୍ଜାମରେ କଣ୍ଟ୍ରୋଲ ଚାଉଳ ନେବାବେଳେ ରହୁନି ସାମାଜିକ ଦୂରତ୍ୱ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ଗଞ୍ଜାମ, ୬।୪(ଡି.ଏନ୍.ଏ. ): ରାଜ୍ୟରେ କରୋନା(କୋଭିଡ-୧୯) ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଜ୍ୟ ବାହାରୁ ତଥା ସୁରଟରୁ ଆସିଥିବା ଲୋକଙ୍କ ପାଇଁ ଗଞ୍ଜାମ ଜିଲାରେ ପ୍ରଶାସନକୁ ନାକେଦମ ହେବାକୁ ପଡିଛି l ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଶେଷ ବେଳକୁ…
କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ସୁନ୍ଦରଗଡ଼ ଜିଲା ପ୍ରଶାସନ
ରାଉରକେଲା ଅଫିସ,୬ା୫: ରାଜସ୍ଥାନ କୋଟାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସିଥିବା ଏକ ବସ୍କୁ ଜିଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୋଟାରୁ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏହି ବସ୍ ରାଉରକେଲା ଅଭିମୁଖେ…
ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ
ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିପଡ଼ିଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। କେବଳ ଜିଲା…

