Posted inପୁରୀ

କୋଣାର୍କ ଶୋଭନୀୟ ରାସ୍ତା କାର୍ଯ୍ୟରେ ଅନିୟମିତତା

କୋଣାର୍କ,୨୭ା୫(ଡି.ଏନ.ଏ): କୋଣାର୍କ ଏନ୍‌ଏସି ଅଧୀନସ୍ଥ ୧୦ନଂ ୱାର୍ଡ ଜାତୀୟ ରାଜପଥ ରାସ୍ତାରୁ ଶୋଭନୀୟ ଶିକ୍ଷାଶ୍ରମ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଶୋଭନୀୟ ଶିକ୍ଷାଶ୍ରମ ୧୫୦ମିଟର କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ୫ଲକ୍ଷ ୧ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ହେଲେ ଏହି କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ଲୁଣି ବାଲି, ନିମ୍ନମାନର କଂକ୍ରିଟ ଚିପସ୍‌ ବ୍ୟବହାର କରାଯିବା ସହ ଢଳେଇର ଭାଗ ମଧ୍ୟ ଠିକ ଭାବରେ ହେଉ ନ ଥିବାରୁ ସ୍ଥାନୀୟ ଲୋକେ କୋଣାର୍କ କାର୍ଯ୍ୟନିର୍ବାହୀ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କାର୍ଯ୍ୟ ଚାଲୁଥିବାବେଳେ କୋଣାର୍କ ଏନ୍‌ଏସି କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହିବା, କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ସାଧାରଣରେ ଦୃଷ୍ଟିଗୋଚର ହେଉଛି। ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବାରୁ ଏଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ସହ ଏଥିପ୍ରତି ଜିଲାପାଳ ଦୃଷ୍ଟିି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ଏନ୍‌ଏସି କନିଷ୍ଠ ଯନ୍ତ୍ରୀ ଜଗଦିଶ ନାୟକ କୁହନ୍ତି, ଏହି ଢଳେଇ ରାସ୍ତା କାର୍ଯ୍ୟରେ ଆମ କର୍ମଚାରୀ ଉପସ୍ଥିତ ରହିଛନ୍ତି। ମୁଁ ମଧ୍ୟ ସମୟ ସମୟେ କାର୍ଯ୍ୟ ତଦାରଖ କରିବାକୁ ଯାଉଛି। ଯଦି ଏହି କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଛ, ଏହାକୁ ତଦନ୍ତ କରି ବିହିତ ପଦକ୍ଷେପ ନେବି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?