ଚୋରା କେନ୍ଦୁପତ୍ର ସହ ଗାଡ଼ି ଜବତ, ୨ ଗିରଫ
ଆଠମଲ୍ଲିକ,୧୦ା୧୨(ଡି.ଏନ.ଏ.)- ଆଠମଲ୍ଲିକ ଡିଏଫ୍ଓ ସମ୍ୟକ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବନ ବିଭାଗ କର୍ମଚାରୀମାନେ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା କେନ୍ଦୁପତ୍ର ସହ ଗୋଟିଏ ଟାଟା ଏସିଇ (ନଂ. ଓଡି୧୯ପି-୩୪୭୮) ଜବତ କରିଛନ୍ତି। ଆଠମଲ୍ଲିକ ଥାନା ପତକାଆଡୁ ଆଠମଲ୍ଲିକ...
ତାଳଚେର ବିଧାୟକଙ୍କ କାର ପୋଡ଼ି ଘଟଣା: ବିଜେଡି ପକ୍ଷରୁ ଆଉ ଏକ ଏତଲା
ତାଳଚେର,୧୦ା୧୨(ନି.ପ୍ର.)- ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଜନୈକ ଯୁବକଙ୍କ ନାମରେ ମଙ୍ଗଳବାର ବିକ୍ରମପୁର ଥାନାରେ ବିଜେଡି ଯୁବ ନେତା ମନୋଜ ସାହୁ ଏତଲା ଦେଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ସମ୍ପୃକ୍ତ ଯୁବକ...
ଏପ୍ରିଲରୁ ଧାନ ବିକି ଟଙ୍କା ପାଇ ନ ଥିବା ଚାଷୀଙ୍କ ଧାରଣା
ଭଣ୍ଡାରିପୋଖରୀ, ୧୦ା୧୨(ଡି.ଏନ୍.ଏ.)- ଗତ ଏପ୍ରିଲ ମାସରେ ଧାନ ବିକ୍ରି କରି ପାଉଣା ପାଇ ନ ଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ନଗୁଁଆ ସେବା ସମବାୟ ସମିତିରେ ତାଲା ପକାଇ ଧାରଣା ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ...
ଚଞ୍ଚକତା କରି ବ୍ୟାଙ୍କରୁ ଟଙ୍କା ଉଠାଣ: ଠକ ଇଞ୍ଜିନିୟର ଯୁବକ ଗିରଫ; ୫ ମୋବାଇଲ, ୩ ଫିଙ୍ଗର ପ୍ରିଣ୍ଟ ମେଶିିନ ସମେତ ବିଭିନ୍ନ ସାମଗ୍ରୀ ଜବତ
ବାସୁଦେବପୁର, ୧୦ା୧୨(ଡି.ଏନ୍.ଏ.)- ଆଧୁନିକ ପ୍ରଯୁକ୍ତି କୌଶଳ ଜରିଆରେ ଜାଲିଆତି ଓ ଚଞ୍ଚକତା କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ୧.୭୫ ଲକ୍ଷ ଟଙ୍କା ଉଠାଇ ନେବା ଘଟଣାରେ ପୋଲିସ ତଦନ୍ତ କରି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଗୁଆଗଡ଼ିଆ...
ଲୁହାପଥର ବୋଝେଇ ୬ ଡମ୍ପର ଜବତ ଘଟଣା:ଡମ୍ପର ମାଲିକ ଗିରଫ
ବଡବିଲ, ୧୦।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଗତ ନଭେମ୍ବର ୨୬ ତାରିଖରେ ରାଜ୍ୟ ସୀମାନ୍ତ ନାଲଦାରୁ ଲୁହାପଥର ବୋଝେଇ ୬ଟି ଡମ୍ପର ଜବତ କରିବା ଘଟଣାର ତଦନ୍ତକୁ ଜୋରଦାର କରିଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ପିଏଚଡି...
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧. ୪୦ ଲକ୍ଷ ଲୁଟ୍
ବାହାନଗା, ୧୦ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ପଞ୍ଚାୟତସ୍ଥିତ କୋଷ୍ଟ କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନ ସମୟରେ ଦୁର୍ବୃତ୍ତମାନେ ଏକ ଘରୋଇ ଅର୍ଥଲଗାଣ ସଂସ୍ଥା (ଫାଇନାନ୍ସ କମ୍ପାନୀ)ର କର୍ମଚାରୀଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ।...
ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା: ୫ ଗୁରୁତର
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୦ା୧୨(ଡି.ଏନ୍.ଏ.): ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ବୋଲେରୋ ସହ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ...
ଧାନ ଗଦା ଜଳିଗଲା
ଦିଗପହଣ୍ଡି,୧୦ା୧୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ପୋଡାବାଡି ଗାଁରେ ମଙ୍ଗଳବାର ସକାଳେ ଚାଷୀ ସୋମନାଥ ଦଳେଇଙ୍କ ୧୦ ଭରଣ ଜମିିର ଧାନ ଗଦା ଜଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି...
ଅବକାରୀ, ପୋଲିସର ମିଳିତ ଚଢ଼ାଉ: ୬୮ ଗ୍ରାମ ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
ବାଲେଶ୍ୱର ଅଫିସ/ଜଳେଶ୍ୱର, ୧୦।୧୨(ସ୍ବ.ପ୍ର.)- ବାଂଲାଦେଶରୁ ପଶ୍ଚିମବଙ୍ଗର ଖଡ଼ଗପୁର ଓ ବର୍ଦ୍ଧମାନ ଅଞ୍ଚଳ ଦେଇ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଆସୁଛି। ସେଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବହୁ ଚାଞ୍ଚଲ୍ୟକର ପ୍ରମାଣ ଅବକାରୀ ଓ ପୋଲିସକୁ ମିଳିଛି । ସୋମବାର...
ବରବେରଣା ନୂଆସାହିରେ ଅବକାରୀ ବିଭାଗର ଚଢ଼ାଉ: ୨୧ ଗ୍ରାମ ବ୍ରାଉନ୍ସୁଗାର ଜବତ
ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡର ୭ଜଣିଆ ଟିମ୍ ବେଗୁନିଆ ଥାନା ବରବେରଣା ନୂଆସାହିରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ଏହାର ମୂଲ୍ୟ ୨ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ...
ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ
କଣ୍ଟାପଡା,୧୦।୧୨(ଡି.ଏନ୍.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଓଲଟପୁର ଥାନାରେ ମାମଲା (ନଂ.୯୭/୧୯)...
ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ
ରାଜନଗର,୧୦।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଟି ନେଇଛନ୍ତି। ଏହା ଜଣାପଡ଼ିବା ପରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ରେ...
Archives


