ଆମ ଜିଲା ଖବର

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ା ବିଭିନ୍ନ ସ୍ଥାନରେ ଶହଶହ ଗଛ ଉପୁଡି ପଡିଛି। ଶଙ୍କରା, ସେଲେଡି, କଇଁତରା,…

କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୬ଜଣଙ୍କୁ ମଧ୍ୟରୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରଣ ସମାଜର ସହାୟତା

କୋକସରା,୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଆଞ୍ଚଳିକ କରଣ ସମାଜ ପକ୍ଷରୁ ଡାକ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ୧୯ ସହାୟତା ପାଣ୍ଠିକୁ ୩୧ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଞ୍ଚଳିକ କରଣ ସମାଜ ସଭାପତି ସହଦେବ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ନାରାୟଣ ପଟ୍ଟନାୟକଙ୍କ ଜରିଆରେ…

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏହି ୪ ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର। ମାତ୍ର ଏହି…

ବାଲାନ୍ସ ଜାଣିବାକୁ ଚାଲିଲେ ୩୬ କିମି

ଭଞ୍ଜନଗର,୬।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଗୋହିରିବାଡ଼ିର ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ନାମରେ ଥିବା ଆକାଉଣ୍ଟର ବାଲାନ୍ସ ଜାଣିବାକୁ ୭ ମହିଳା ୧୮ କିମି ଚାଲିଚାଲି ମଙ୍ଗଳବାର ସକାଳେ ଭଞ୍ଜନଗର ଆଇଓବି ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ କାମ…

ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହୋଇପାରିଲା ନାହିଁ। କେତେଜଣ ରୂପକାର ସେବକ ରଥଖଳାକୁ ଆସିଥିଲେ।…

ମାଉସୀ ମା’ ମନ୍ଦିରରେ ଜଳାଶାୟୀ ନୀତି

ପୁରୀ ଅଫିସ, ୬ା୫: ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ବୁଧବାର ମାଉସୀ ମା’ ମନ୍ଦିରରେ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ସ୍ଥାନୀୟ ବ୍ରାହ୍ମଣ ଯୁବକମାନେ କୂଅରୁ ଜଳ ଆଣି ଏହି ନୀତିରେ ସାମିଲ ହୋଇ ଥିଲେ। ଠାକୁରାଣୀଙ୍କୁ ଜଳ ମଧ୍ୟରେ ନିମଗ୍ନ କରିଥିଲେ।…

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍‌ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ନିଆଳି,୬।୫(ଡି.ଏନ୍‌.ଏ.): କଟକ ନିଆଳି ବ୍ଲକ ଦେବୀକନ୍ଦଳ ଦ୍ୱୀପାଞ୍ଚଳର ଅଳତଳଙ୍ଗ ଗାଁରେ ସନସାଇନ୍‌ ୟୁଥ୍‌ କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍‌ କ୍ଲବ ପକ୍ଷରୁ ଗାଁରେ ସଫେଇ କରାଯିବା ସହ ବିଶୋଧନ ସିଞ୍ଚନ ଓ…

୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରେ ତଲାସୀ ପରେ ୨୭.୪୦ କୁଇଣ୍ଟାଲ ମହୁଲ ପୋଚ, ୩୫ଲିଟର ହାତରନ୍ଧା ମଦ…

ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ, ମାସ୍କ ବାଣ୍ଟିଲେ ବିଧାୟକ

କୋକସରା,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ କୋକସରା ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ପରେ ସ୍ଥାନୀୟ ଜବାହର ଉଚ୍ଚ ବିଦ୍ୟାପୀଠରେ କରାଯାଇଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ…

ଅସ୍ଥାୟୀ ମେଡ଼ିକାଲ୍‌ କ୍ୟାମ୍ପ ପରିଦର୍ଶନ କଲେ ଏମ୍‌ପି

ବାରିପଦା ଅଫିସ, ୬ା୫- ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁ ଶିମିଳିପାଳ ଭିତରେ ଥିବା ୩ଟି ପଞ୍ଚାୟତର ସମସ୍ତ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବୁଲି ଦେଖିଛନ୍ତି। କେଉଁଠି ଖଟ ଓ ବେଡ୍‌ସିଟ ପଡ଼ି ନ ଥିବା ଏବଂ କେଉଁଠି ବିଦ୍ୟୁତ୍‌ ସେବା…

ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲାପାଳ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିପଦର ଓ ତଳମଲାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ବୁଧବାର ଅପରାହ୍ନରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଶ୍ରମିକଙ୍କ ସେ ସ୍ଥିତି ବୁଝିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?