ଆମ ଜିଲା ଖବର

ହଷ୍ଟେଲରୁ ଛାତ୍ରୀ ନିଖୋଜ

ପୁରୀ ଅଫିସ,୧୬।୧୨: ଦତ୍ତତୋଟାସ୍ଥିତ ଏକ ଘରୋଇ ହଷ୍ଟେଲରୁ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁକ୍ତ୨ ଛାତ୍ରୀ ନିଖୋଜ ଥିବା ନେଇ କୁମ୍ଭାରପଡା ଥାନାରେ ରବିବାର ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ଗତ ନଭେମ୍ବର ୨୯ ଅପରାହ୍ନ ପରଠାରୁ ସେ...

ସଫେଇ ବାହାନାରେ ଠକି ନେଲେ ସୁନା ଅଳଙ୍କାର

ବାରିପଦା ଅଫିସ,୧୬ା୧୨- ବାରିପଦା ସହରରେ ଚଳିତ ବର୍ଷ ଅପରାଧିକ କାର୍ଯ୍ୟକଳାପ ବିଗତ ବର୍ଷ ଅପେକ୍ଷା ବୃଦ୍ଧି ଘଟିଛି। ପୋଲିସ ଚାହିଁଲେ ସୁଦ୍ଧା ଅପରାଧକୁ କମାଇ ପାରୁ ନାହିଁ । ଚୋରି, ଡକାୟତି ଓ ଲୁଟ ନିତିଦିନିଆ ଘଟଣା ପାଲଟିଛି। ତେବେ...

ରାତିରେ ହେଉଛି ଗୋ ଚାଲାଣ

କୁଆମରା,୧୬।୧୨(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ଗୋରୁହାଟରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ରାତ୍ରି ସମୟରେ ପିକ୍‌ଅପ ଭ୍ୟାନ ଯୋଗେ ବେଆଇନ ଭାବେ ଗୋ ଚାଲାଣ ହେଉଛି। ଉଦଳା ଉପଖଣ୍ଡରୁ ପ୍ରତି ସପ୍ତାହର ଦୁଇ ଦିନ ବଳଦ ଓ ଗାଈଙ୍କୁ ଦଲାଲମାନେ ଅବାଧରେ ପଶ୍ଚିମବଙ୍ଗକୁ...

ସରୁନି ପାଇପ୍‌ ବିଛା, ଜଳଯୋଗାଣ ନେଇ ଅନିଶ୍ଚିତତା

ବାଲେଶ୍ୱର ଅଫିସ, ୧୬।୧୨(ମାନସ ବିଶ୍ୱାଳ)-ବାଲେଶ୍ୱର ସହରକୁ ୨୦୧୫ରୁ ଅମୃତ ଯୋଜନାରେ ସାମିଲ କରାଯାଇ ପାଇପ୍‌ ବିଛା କାର୍ଯ୍ୟ ଚାଲିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି କାମ ଶେଷ କରାଯାଇ ସହରର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ ହୋଇଥିଲା। ରବିବାର ଉକ୍ତ କେନ୍ଦ୍ରକୁ ଭୋଗରାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାରତୀ...

ରାହାଗିରିରେ ସୁସ୍ଥ, ସ୍ବଚ୍ଛ ସମ୍ବଲପୁର ବାର୍ତ୍ତା

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ସ୍ବଚ୍ଛ ଓ ସୁସ୍ଥ ସମ୍ବଲପୁର ସଚେତନତା ବାର୍ତ୍ତା ନେଇ ରବିବାର ସକାଳେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଂ-ରୋଡ ସମଲେଇ ମନ୍ଦିର ଛକରେ ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ନାଟକ, ରଙ୍ଗୋଲି, ଚିତ୍ରାଙ୍କନ, ମାର୍ଶଲଆର୍ଟ ଓ ସୁନ୍ଦର...

୩୭ତମ ରାଇଜିଂ ଦିବସ: ମିଳିତ ସହଯୋଗରୁ ମିଳିିଛି ସଫଳତା

ବାଲେଶ୍ୱର ଅଫିସ, ୧୬।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରେ ରବିବାର ପୂର୍ବାହ୍ନରେ ୩୭ତମ ରାଇଜିଂ ଦିବସ ପାଳିତ ହୋଇଛି। ବିପିୟୁଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଟିଆର୍‌ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପଯର୍‌ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ଗତ ଶୁକ୍ରବାର ଅନୁଷ୍ଠିତ ନୀତି ସବ୍‌ କମିଟି ବୈଠକରେ...

ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ, ମା’ ସୁବିଧା, ମାଏକିନା ଦେବାଳୀ, ଭାଇ ସଂକୀର୍ତ୍ତନ, ଝି’ ନିହାରିକା ଆର ପୁଓ...

ଖଣି ଖନନ ପାଇଁ ୧୭ରେ ଜନଶୁଣାଣି

ପଟ୍ଟାଙ୍ଗି,୧୬।୧୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକର କୋଟିଆ, ମାଳିପୁଟ, ପଟ୍ଟାଙ୍ଗି ଓ ନୂଆଗାଁ ପଞ୍ଚାୟତକୁ ଲାଗି ରହିଛି ସେରୁବନ୍ଧ ବକ୍ସାଇଟ ପାହାଡ଼। ଏଠାରେ ଖଣି ଖନନ ପାଇଁ ନାଲ୍‌କୋ ଅନୁମତି ପାଇଛି। ନାଲ୍‌କୋ ତାର ଉତ୍ପାଦନ ପାଇଁ ଦାମନଯୋଡ଼ିସ୍ଥିତ ପଞ୍ଚପଟ୍ଟମାଳୀ ମାଇନ୍ସର ବକ୍ସାଇଟ ବ୍ୟବହାର...

ଇସ୍ରୋ ପରିଦର୍ଶନ ପାଇଁ ଅବିନାଶ ମନୋନୀତ

କୋରୁକୋଣ୍ଡା, ୧୬।୧୨(ଡ଼ି.ଏନ.ଏ.)- ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ମନୋନୀତ ହୋଇଥିବା ୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅବିନାଶ ଅନ୍ୟତମ। ଗତ ୧୨ ତାରିଖରେ...

ଅନିଶ୍ଚିତତାରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା:  ୧୦୦ଦିନର କାମ ସମ୍ପୂର୍ଣ୍ଣ ପରିସଂଖ୍ୟାନରେ ଜାଲିଆତି

ଯାଜପୁର ଅଫିସ,୧୬ା୧୨- ଶହେ ଦିନର କାମ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୀତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଯାଜପୁର ଜିଲାରେ ଅନିଶ୍ଚିତ ହୋଇପଡ଼ିଛି। ଗତ ନଭେମ୍ବର ୮ରେ ଯେଉଁଠି ମାତ୍ର ୧୮୪ଜଣ ୧୦୦ଦିନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri