ଆମ ଜିଲା ଖବର

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ

ଛତ୍ରପୁର, ୧୩/୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। କିଭଳି ଜିଲାବାସୀଙ୍କୁ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିପାଇଁ ଉଦ୍ୟମ…

ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଲେ ମହିଳା: ବଳାତ୍କାର ଅଭିଯୋଗ ଆଣିଲେ ସ୍ବାମୀ

ରାୟଗଡା ଅଫିସ,୧୨।୫-ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ସ୍ବାମୀ ଗତ ୭ ତାରିଖରେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ତେବେ ସମ୍ପୃକ୍ତା ମହିଳାଙ୍କୁ ମଙ୍ଗଳବାର ରାତିରେ ସଙ୍କାଟାପନ୍ନ ଅବସ୍ଥାରେ…

ବରୀରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରହିଛି କୋଲକାତା ଲିଙ୍କ

ରତ୍ନଗିରି, ୧୨।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀରେ ମଙ୍ଗଳବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୪୫ ବର୍ଷୀୟ ପୁରୁଷ ଏବଂ ତାଙ୍କ ୧୨ ବର୍ଷୀୟ ଝିଅ। ଆକ୍ରାନ୍ତମାନେ ଚନ୍ଦନପୁର ପଞ୍ଚାୟତ ଅଞ୍ଚଳର ବୋଲି…

ଚୌଦ୍ୱାରରେ ଚିନ୍ତା ବଢାଇଛନ୍ତି ରାଜ୍ୟ ଫେରନ୍ତା

ଚୌଦ୍ୱାର,୧୨।୫(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। ଏପରିସ୍ଥିତିରେ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଶ୍ରମିକମାନେ ବହୁ ସଂଖ୍ୟାରେ ଘର ବାହୁଡ଼ା ହେଉଛନ୍ତି। ପ୍ରତିଦିନ ଶହ ଶହ ଶ୍ରମିକ ୫୫ ନଂ.ଜାତୀୟ ରାଜପଥର ଚୌଦ୍ୱାର ସହର ମଧ୍ୟ ଦେଇ…

ବଇଣ୍ଡାକୁ କରାଗଲା ସମ୍ପୂର୍ଣ୍ଣ ସାନିଟାଇଜ

ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ମହାରାଷ୍ଟ୍ରରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାସୀ ବସ୍‌ ଏକ ହୋଟେଲରେ ରହି…

ଖରା ଦିନେ କୁହୁଡି

କେନ୍ଦୁଝର, ୧୨।୫(ସ୍ବ.ପ୍ର.): ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ଅନେକ ସମୟରେ ଅପରାହ୍ନ ଓ ରାତିରେ କାଳ ବୈଶାଖୀ ଯୋଗୁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ଏପରି ଜଳବାୟୁରେ ପରିବର୍ତ୍ତନକୁ ନେଇ ପରିବେଶବିତ୍‌ ମାନେ ଚିନ୍ତା ପ୍ରକଟ କରୁଛନ୍ତି।…

ତିଗିରିଆରୁ ଚିହ୍ନଟ କରୋନା ପଜିଟିଭିଙ୍କ ଲିଙ୍କ୍‌ ଠାବକଲା ନନ୍ଦନକାନନ ପୋଲିସ

ବାରଙ୍ଗ,୧୨।୫(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ ପହଞ୍ଚିଥିଲେ। ସେଠାରୁ ଭୁବନେଶ୍ୱର ଆସିବାପରେ ୨ ସମ୍ପର୍କୀୟ ତାଙ୍କୁ ବାଇକ୍‌ରେ ନେଇ ତିଗିରିଆରେ ଛାଡିଥିଲେ।…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍‌ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର

କଟକ ଅଫିସ,୧୨।୫: ଆସନ୍ତା ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଏସ୍‌କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…

ଟିକା ଦେବାକୁ ନେଇ ଫେରାଇଲେ ମୃତଦେହ: ଶିଶୁ ବଦଳ ଅଭିଯୋଗରେ ପିଆର୍‌ଏମ୍‌ ମେଡିକାଲରେ ଉତ୍ତେଜନା

ବାରିପଦା ଅଫିସ, ୧୨।୫: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଶିଶୁ ପୁତ୍ର ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଭାବକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି।…

ଜେଲ କଏଦୀଙ୍କୁ ମାସ୍କ ବଣ୍ଟନ

ଆର.ଉଦୟଗିରି,୧୨।୫(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରିର ସାପ୍ତାହିକ ହାଟ ଓ ଜେଲର କଏଦୀମାନଙ୍କୁ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର, ଇସାରା ଓ ଲିପିକା ଏନ୍‌ଜିଓର ପ୍ରୟାସରେ ୨୦୦ଟି ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ…

ବାଲେଶ୍ୱରରୁ ଚାଲି ଚାଲି ଛତିଶଗଡ଼ ଯାଉଛନ୍ତି ୨୫ ଶ୍ରମିକ: ଅଛନ୍ତି ଛୋଟ ପିଲା, ମହିଳା

ଚୌଦ୍ୱାର,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି ଏବେ କଟକ ଜିଲା ଚୌଦ୍ୱାରରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ପିଲା, ମହିଳା…

ଝାରଖଣ୍ଡର ୧୧ ଶ୍ରମିକଙ୍କୁ ଘରକୁ ପଠାଇଥିଲେ ଗଞ୍ଜାମ ଏସ୍‌ପି: ପହଞ୍ଚିବା ପରେ ଧନ୍ୟବାଦ ମେସେଜ ପଠାଇଲେ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.): ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜ଼ିଲାଦେଇ ଜାତୀୟ ରାଜପଥରେ ୧୧ ଶ୍ରମିକ ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି ଝାରଖଣ୍ଡ ଯାଉଥିଲେ। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏହା ଦେଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?