ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ଯୋଜନା। କପିଳାସ ପ୍ରାଣୀ ଉଦ୍ୟାନ ସୀମାକୁ ଲାଗି ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି। ଏଥିରେ ୨୮ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷ କରି ଉଦ୍ଧାର ହାତୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଏବଂ ସେମାନଙ୍କୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରିବା ଲାଗି ଏହି ପ୍ରକଳ୍ପ ବିଶେଷ ଭାବେ ସହାୟକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସାମୟିକ ରହଣିସ୍ଥଳର ୧ ହେକ୍ଟର ପରିଧିରେ ଟ୍ରେଞ୍ଚ୍‌ ଖୋଳାଯାଇଛି। ଉଦ୍ଧାର ପ୍ରାଣୀଙ୍କ ପାଇଁ ଶୋଷ ମେଣ୍ଟାଇବାକୁ ପୋଖରୀ ଖୋଳାଯାଇଛି। ଏତଦ୍‌ବ୍ୟତୀତ ଜନ୍ତୁଙ୍କ ଲାଗି ପ୍ରବେଶପଥ ଏବଂ ୱାଚ ଟାୱାର ନିର୍ମାଣ ହେବ। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୬ଜଣଙ୍କୁ ନିଯୁକ୍ତି ଦିଆଯିବ। ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦଳରୁ ଅଲଗା ହୋଇଯାଉଥିବା ଶାବକ ଏବଂ ଉପଦ୍ରବ କରୁଥିବା ହାତୀଙ୍କୁ ଉଦ୍ଧାର କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସକ୍ୟୁ ସେଣ୍ଟରକୁ ଅଣାଯାଉଛି। ଏବର ପରିକଳ୍ପିତ ପ୍ରକଳ୍ପ ହାତୀଙ୍କ ଲାଗି ସହାୟକ ହେବ। ଉଦ୍ଧାର ହାତୀଙ୍କୁ ରେସ୍‌କ୍ୟୁ ସେଣ୍ଟର ପରିବର୍ତ୍ତେ ପ୍ରଥମେ ସାମୟିକ ରହଣି ସ୍ଥଳରେ ରଖାଯିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଉଦ୍ଧାର ବନ୍ୟଜୀବ ନିର୍ଭୟରେ ଗୋଟିଏ ଇଲାକା ଭିତରେ ଚଳପ୍ରଚଳ କରିପାରିବେ। ପୋଖରୀରେ ଜଳକ୍ରୀଡ଼ା କରିପାରିବେ। ହିଂସ୍ର ଜନ୍ତୁମାନେ ଯେପରି ବାହାରକୁ ନ ଯାଇପାରିବେ ସେଥିଲାଗି ଟ୍ରେଞ୍ଚ୍‌ ଖୋଳାଯାଉଛି। ସୂଚନାଯୋଗ୍ୟ, କପିଳାସ ଚିଡ଼ିଆଖାନାରେ ୨୦୦୭ରେ ରାଜ୍ୟର ଏକମାତ୍ର ହାତୀ ରେସ୍‌କ୍ୟୁ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ହେଲେ କର୍ମଚାରୀ ଏବଂ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଠାରେ ଅଧିକ ସଂଖ୍ୟକ ହାତୀଙ୍କୁ ଆଣି ରଖିବା କଷ୍ଟକର ବ୍ୟାପାର ହୋଇଛି। ଆରମ୍ଭ ହୋଇଥିବା ସାମୟିକ ରହଣିସ୍ଥଳ ଯୋଜନା ଏ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ବନ୍ୟପ୍ରାଣୀ ବିଭାଗର ପ୍ରସ୍ତାବ ଓ ଗାଇଡ୍‌ଲାଇନ୍‌ ଅନୁଯାୟ ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ବା ବନ୍ୟପ୍ରାଣୀ ସାମୟିକ ରହଣିସ୍ଥଳ ଯୋଜନା ଆରମ୍ଭ ହୋଇଛି। ଏଥିରେ ହାତୀ ଉପଦ୍ରୁତ ଢେଙ୍କାନାଳ ଏବଂ ଅନୁଗୋଳ ଜିଲା ଉପକୃତ ହେବେ। ଉଦ୍ଧାର ବନ୍ୟପ୍ରାଣୀଙ୍କୁ ଏହା ମଧ୍ୟରେ କିଛିଦିନ ରଖାଯିବ। ସେମାନଙ୍କ ପ୍ରବୃତ୍ତିରେ ପରିବର୍ତ୍ତନ ଆସିବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri