ବିଭିନ୍ନ ଦାବି ନେଇ ଦୁଇଦିନିଆ ବଲାଙ୍ଗୀର ବନ୍ଦ ପାଳନ ଆରମ୍ଭ
ବଲାଙ୍ଗୀର ଅଫିସ, ୧୮।୧୨: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃପ୍ରତିଷ୍ଠା, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି।...
ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା
କଟକ ଅଫିସ୍, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲାଣି। ୨ ଦିନ ମଧ୍ୟରେ ୧୦ ଟଙ୍କା ବଢିଲାଣି।...
କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର
କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ...
ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ ରହିବ। କିନ୍ତୁ ଶ୍ରଦ୍ଧାଳୁମାନେ ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦର୍ଶନ...
ପୁଣି ବିବାଦରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ:ପ୍ରସବବେଳେ ନବଜାତକର ଦୁଇ ଗୋଡ଼ ଭାଙ୍ଗିଲା
ପୁରୀ ଅଫିସ, ୧୮।୧୨:ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ସୁଧୁରିବାର ନାଁ ଧରୁନି। ପୁଣି ଏକ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡ୍ୟୁଟିରେ ଥିବା କେତେଜଣ ଷ୍ଟାଫ ନର୍ସ ଏକ...
ଟଙ୍କତୋରାଣି ନାଁରେ ବିକ୍ରି ହେଉଛି ଦହିପାଣି
ପୁରୀ ଅଫିସ, ୧୮।୧୨:ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି।...
କମ୍ପ୍ୟୁଟର ଲାବ୍ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ
ସଜନାଗଡ଼, ୧୮।୧୨(ଡି.ଏନ.ଏ.):ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତର ପଦ୍ମଲୋଚନ ମୁଣ୍ଡହାଣ ଉଚ୍ଚ ବିଦ୍ୟାଳୟ ଜଡ଼ିବାଲି ପରିସରରେ ମଙ୍ଗଳବାର ବାର୍ଷିିକ କ୍ରୀଡ଼ା ଉତ୍ସବ ଏବଂ କମ୍ପ୍ୟୁଟର ଲାବର ଉଦ୍ଘାଟନ ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ଭାଗବତ ବେହେରା ସଭାପତିତ୍ୱ କରିଥିବା ବେଳେ...
ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମ ପରିଚାଳନା ପରିଷଦ ମାମଲା:ହାଇକୋର୍ଟଙ୍କ ରେକର୍ଡପତ୍ର ତଲବ
କଟକ ଅଫିସ,୧୮।୧୨:ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମର ପରିଚାଳନା ପରିଷଦକୁ ରଦ୍ଦ କରାଯିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିଗମର ପରିଷଦକୁ ଅସାମ୍ବିଧାନିକ ଭାବେ ରଦ୍ଦ କରାଯାଇଥିବା ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ...
କୋଣାର୍କ ମରାମତି ମାମଲା: ଏଏସ୍ଆଇକୁ ହାଇକୋର୍ଟଙ୍କ ପ୍ରଶ୍ନ,୧ ବର୍ଷରେ ପାରିଲନି, ୭ ଦିନରେ କେମିତି କରିବ
କଟକ ଅଫିସ,୧୮।୧୨:୨୦୧୮ ଡିସେମ୍ବରରୁ ୨୦୧୯ ଡିସେମ୍ବର ହେଲା। ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଛି। କିନ୍ତୁ ମରାମତି ଆରମ୍ଭ ହୋଇପାରିଲାନି। ଏବେ ୭ଦିନରେ କିଭଳି ଟେଣ୍ଡର ଡାକି ସବୁ କାମ ଆରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଉଛ। କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି...
ନୟାଗଡ଼ ଉପକାରାଗାରରୁ ମୁକୁଳିଲେ ବନିତା: ନାବାଳିକା ସମୟରେ ଶୁଣାଣି ହୋଇ ଭୋଗୁଥିଲେ ଆଜୀବନ କାରାଦଣ୍ଡ
ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରୁ ମଙ୍ଗଳବାର ମୁକୁଳିଛନ୍ତି ବନିତା ସେଠୀ। ବନିତା ନାବାଳିକା ଥିବା ସମୟରେ ଶୁଣାଣି କରାଯାଇ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ସେହିଭଳି ତାଙ୍କ ସହିତ ତାଙ୍କର ପୁଅ ମଧ୍ୟ ଜେଲରେ ରହି ଆସୁଥିଲେ। ଘଟଣାରୁ ପ୍ରକାଶ...
ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା
ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ତହସିଲଦାରଙ୍କ ପ୍ରତିଶ୍ରୁତି କ୍ରମେ ଧାରଣାରୁ ଓହରିଥିଲେ ା ମାତ୍ର ପୁନର୍ବାର ମଙ୍ଗଳବାର...
ଗୋଚର ଜମିରେ ତିଆରି ହେଉଛି ଘର: ଶାଗମାଛ ଦରରେ ଜାଗା ବିକ୍ରି
ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ସହରରେ ମାତିଛନ୍ତି ଜମି ମାଫିଆ। ସହରର ପାହାଡ଼ କଡ଼ରେ ଥିବା ଉଭୟ ଜଙ୍ଗଲ ଓ ଗୋଚର ଜମିକୁ ଶାଗମାଛ ଦରରେ ଏମାନେ ଲୋକମାନଙ୍କୁ ବିକ୍ରି କରୁଛନ୍ତି। ଏହି ମାଫିଆମାନେ ପାହାଡ଼କୁ ଫଟାଇ କାଟି ସଫା କରି ପ୍ଲଟିଂରେ...
Archives


