କୋଣାର୍କ ମରାମତି ମାମଲା: ଏଏସ୍‌ଆଇକୁ ହାଇକୋର୍ଟଙ୍କ ପ୍ରଶ୍ନ,୧ ବର୍ଷରେ ପାରିଲନି, ୭ ଦିନରେ କେମିତି କରିବ

କଟକ ଅଫିସ,୧୮।୧୨:୨୦୧୮ ଡିସେମ୍ବରରୁ ୨୦୧୯ ଡିସେମ୍ବର ହେଲା। ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଛି। କିନ୍ତୁ ମରାମତି ଆରମ୍ଭ ହୋଇପାରିଲାନି। ଏବେ ୭ଦିନରେ କିଭଳି ଟେଣ୍ଡର ଡାକି ସବୁ କାମ ଆରମ୍ଭ କରିବ ବୋଲି ପ୍ରତିଶ୍ରୁତି ଦେଉଛ। କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀକ୍ଷକଙ୍କ ସତ୍ୟପାଠ ଉପରେ ହାଇକୋର୍ଟ ଏଭଳି ପ୍ରଶ୍ନ ଉଠାଇଛନ୍ତି। ଏହି ସତ୍ୟପାଠ ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଫଳରେ ଏଏସ୍‌ଆଇର ମହାନିର୍ଦ୍ଦେଶକ ଓ ସଂସ୍ଥାର ଯୁଗ୍ମନିର୍ଦ୍ଦେଶକ (ସଂରକ୍ଷଣ)ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଉଭୟେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିବାକୁ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ବିଚାରପତି କେ. ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତି ମଙ୍ଗଳବାର ଶୁଣାଣି ବେଳେ କୋଣାର୍କକୁ ନେଇ ୨୦୧୦ରେ ହୋଇଥିବା ଏକ ଅନ୍ତର୍ଜାତୀୟ ସେମିନାର ରିପୋର୍ଟକୁ ଉପସ୍ଥାପନ କରିଥିଲେ। ସୂଚନାଥାଉ କି, କୋଣାର୍କ ମରାମତି, ପୁନରୁଦ୍ଧାର ଓ ସଂରକ୍ଷଣକୁ ନେଇ ଆଡଭୋକେଟ ଦିଲୀପ କୁମାର ମହାପାତ୍ର ୨୦୧୬ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ପ୍ରାଥମିକ ସ୍ତରରେ ସରକାର ସତ୍ୟପାଠ ଦେଇ କୋଣାର୍କ ଦୁର୍ବଳ ଥିବା ଅସ୍ବୀକାର କରିଥିଲେ। ମାତ୍ର ଏଏସ୍‌ଆଇ ମହାନିର୍ଦ୍ଦେଶକ କୋଣାର୍କ ଦୁର୍ବଳ ଥିବା ସ୍ବୀକାର କରିଥିଲେ। ଏହାକୁ ନେଇ ମାମଲା ଆଗକୁ ବଢିଥିଲା। ଉକ୍ତ ମାମଲାର ତଦାରଖ ନିମନ୍ତେ ହାଇକୋର୍ଟ ଇଞ୍ଜିନିୟର ଏନ୍‌. କେ. ମହାନ୍ତିଙ୍କୁ ଆମିକସ୍‌କ୍ୟୁରି ଭାବେ ନିଯୁକ୍ତ କରିଥିଲେ। ଆମିକସ୍‌କ୍ୟୁରି ୧୪ଟି ପଏଣ୍ଟ ଉପରେ କୋଣାର୍କର ସୁରକ୍ଷା ଆବଶ୍ୟକ ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ। ତେବେ ଗତ ସୋମବାର ଆବେଦନକାରୀ ମହାପାତ୍ରଙ୍କ ପକ୍ଷରୁ ଆଉ ଏକ ଅନ୍ତରୀଣ ପିଟିଶନ ହାଇକୋର୍ଟରେ ଦାଏର କରାଯାଇଥିଲା। ଏଥିରେ କୋଣାର୍କରେ ସୂର୍ଯ୍ୟଙ୍କ ମୂର୍ତ୍ତି ପ୍ରତିଷ୍ଠା ସହ ମନ୍ଦିରର ପୂର୍ବ ଉଚ୍ଚତା ଫେରାଇ ଆଣିବା ପାଇଁ ନିବେଦନ କରାଯାଇଥିଲା। ପୂର୍ବରୁ କୋଣାର୍କର ଉଚ୍ଚତା ୨୨୯ ଫୁଟ ଥିଲା। ମାତ୍ର ବିଭିନ୍ନ ସମୟରେ ଏହା ଭାଙ୍ଗିରୁଜି ୧୦୦ରୁ ୧୨୦ ଫୁଟକୁ ଚାଲିଆସିଛି। ତେଣୁ ଏହାର ନିର୍ମାଣ ଲାଗି ୨ହଜାର କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ। ସେହିପରି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂକ୍ରାନ୍ତରେ ୨୦୧୫ରେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ମଧ୍ୟ ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। ଏ ନେଇ ଆସନ୍ତା ୨୩ ତାରିଖ ଶୁଣାଣି ସମୟରେ ଏଏସ୍‌ଆଇ ମହାନିର୍ଦ୍ଦେଶକ ଜବାବ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଉଭୟ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ଅଶୋକ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri