ପୁଣି ବିବାଦରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ:ପ୍ରସବବେଳେ ନବଜାତକର ଦୁଇ ଗୋଡ଼ ଭାଙ୍ଗିଲା

ପୁରୀ ଅଫିସ, ୧୮।୧୨:ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ସୁଧୁରିବାର ନାଁ ଧରୁନି। ପୁଣି ଏକ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡ୍ୟୁଟିରେ ଥିବା କେତେଜଣ ଷ୍ଟାଫ ନର୍ସ ଏକ ପ୍ରସବ କରାଇଥିଲେ। ମାତ୍ର ଚିକିତ୍ସାରେ ଅବହେଳାରୁ ଶିଶୁଟି ଜନ୍ମହେବା ପରେ ତା’ର ଦୁଇ ଗୋଡ ଭାଙ୍ଗିଯାଇଥିବା ପରିବାର ଲୋକେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଏହା ସହ ସମ୍ପୃକ୍ତ ଷ୍ଟାଫ ନର୍ସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଏହି ଘଟଣାକୁ ଗୁରୁତର ସହିତ ନିଆଯାଇଛି। ଅଭିଯୋଗ ପାଇବାରେ ଘଟଣାର ତଦନ୍ତ ଲାଗି ୪ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌କୁ ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। କଟକ ବଡ଼ ମେଡିକାଲରେ ଶିଶୁର ଚିକିତ୍ସା ଲାଗି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଶିଶୁର ଚିକିତ୍ସାରେ ସମସ୍ତ ସହଯୋଗ କରାଯିବ। ପ୍ରାଥମିକ ତଦନ୍ତ ସ୍ବରୂପ ସେହିଦିନ ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତରଙ୍କୁ ନୋଟିସ ଜାରି କରାଯିବ। ମାତ୍ର ଶିଶୁପୁତ୍ର ଜନ୍ମ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗକୁ ସିଡିଏମ୍‌ଓ ଖଣ୍ଡନ କରିଛନ୍ତି। ପ୍ରସବ ରୁମ୍‌ରେ ଡାକ୍ତରଙ୍କ ୨୪ ଘଣ୍ଟିଆ ଡ୍ୟୁଟି ରହିଥାଏ। ଦୈନିକ ୧୦ରୁ ୧୫ ପ୍ରସବ ହୋଇଥାଏ। ତଦନ୍ତ ପରେ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
ପ୍ରକାଶ ଯେ, କଣାସ ଥାନା ଅନ୍ତର୍ଗତ ବାଦଲପୁର ଗ୍ରାମର ହେମନ୍ତ ବେହେରାଙ୍କ ସ୍ତ୍ରୀ ସୁକୁମାରୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଡିସେମ୍ବର ୮ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେହିଦିନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ଶିଶୁ ନିରନ୍ତର ଭାବେ କାନ୍ଦିବାକୁ ଲାଗିଥିଲା। କାନ୍ଦ ବନ୍ଦ ନ ହେବାରୁ ହେମନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର ଡାକ୍ତର ଏଥିପ୍ରତି ଗୁରୁତ୍ୱ ନ ଦେଇ ଡିସେମ୍ବର ୧୧ତାରିଖରେ ଡିସ୍‌ଚାର୍ଜ କରିଦେଇଥିଲେ। ଘରକୁ ଫେରିବା ପରେ ଶିଶୁର କାନ୍ଦ ବନ୍ଦ ହୋଇ ନ ଥିଲା। ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ପୁଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ତାଙ୍କୁ କଟକ ନେଇ ଯିବାକୁ କହିଥିଲେ। ତେବେ ହେମନ୍ତ ପୁରୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ। ସେଠାରେ ଶିଶୁର ଏକ୍ସ-ରେ କରାଯିବାରୁ ଦୁଇ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଥିଲା। ପ୍ରସବ ଦିନ ଅପରେଶନ ଗୃହରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ କେତେଜଣ ଷ୍ଟାଫ ନର୍ସ ତାଙ୍କ ପ୍ରସବ କରାଇଥିଲେ। ପ୍ରସବ ପରେ ଶିଶୁ ତାଙ୍କ ହାତରୁ ଖସି ତଳେ ପଡ଼ିଯାଇଥିଲା। ଫଳରେ ଶିଶୁର ଏଭଳି ଅବସ୍ଥା ହୋଇଥିବା ହେମନ୍ତ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri