ଚାଲିଛି ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ
କେନ୍ଦୁଝର, ୧୭ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ ଚାଲିଛି। ୭୨ ଫୁଟ ଉଚ୍ଚ ବିଶ୍ୱର ସର୍ବୋଚ୍ଚ ରଥ ଭାବରେ କେତେକ ଜାତୀୟ ସ୍ତରର ସଂସ୍ଥା ଦ୍ୱାରା ବିବେଚିତ ହେବା ପରେ ଏହି ରଥର ଗୁରୁତ୍ୱ ବୃଦ୍ଧି…
କରୋନା ଦୁଃଖ: ଭାରରେ ବୁହା ହେଲେ ଦୁଇ ସନ୍ତାନ
ବାରିପଦା ଅଫିସ, ୧୭ା୫-ଯାଜପୁର ଜିଲାର ଏକ ଇଟାଭାଟିରେ କାମ କରୁଥିଲେ ଶ୍ରମିକ ରୂପାଇ ଟୁଡ଼ୁ । ଘର ତାଙ୍କର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବଳଦିଆ ଗ୍ରାମରେ। ଲକ୍ଡାଉନ୍ ଯୋଗୁ ଭଟାଭାଟି ବନ୍ଦ ହୋଇଯିବାରୁ ସପରିବାର ବହୁ କଷ୍ଟେମଷ୍ଟେ ଚଳିବାକୁ ଚେଷ୍ଟା…
ଦବିଲା ଫୁଲାଡ଼ି ଲୁହାପୋଲ : ଯାତାୟାତ ବିଚ୍ଛିନ୍ନ
ବାଲେଶ୍ୱର ଅଫିସ,୧୭।୫- ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ଥିବା ବ୍ରିଟିଶ୍ ଅମଳର ଲୁହାପୋଲ ଶନିବାର ସନ୍ଧ୍ୟାରେ ହଠାତ୍ ଦବିଯାଇଛି। ଘଟଣା ଜଣାପଡ଼ିବା ପରେ ଜିଲାପ୍ରଶାସନ ପକ୍ଷରୁ ଉକ୍ତ ପୋଲର ଦୁଇ ପାର୍ଶ୍ୱରେ ବାଡ଼ ବନ୍ଧାଯିବା ଓ…
ଜଳେଶ୍ୱର ଉପକାରାଗାରରୁ ବିଚାରାଧୀନ ବନ୍ଦୀ ଚମ୍ପଟ
ଜଳେଶ୍ୱର, ୧୭ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଜଳେଶ୍ୱର ଉପକାରାଗାରରୁ ଶନିବାର ଅପରାହ୍ନ ୨ଟା ବେଳେ ଏକ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିବା ଚର୍ଚ୍ଚା ହେଉଛି। ସେ ଏକ ଲାପଟପ୍ ଚୋରି ମାମଲା (ନଂ. ୧୬୩/୨୦)ରେ ୨ଦିନ ତଳେ କାରାଗାରକୁ ଆସିଥିଲେ…
ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ
ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍ରେ ଶ୍ରମିକମାନେ ଓଡ଼ିଶାରେ ପହଞ୍ଚଥିବାବେଳେ ଶନିବାର ଆଉ ୨ ଟ୍ରେନ୍ରେ ୪୬୧ ଆସି ପହଞ୍ଚିଛନ୍ତି। କୋଏମ୍ବାଟୁରରୁ…
୧୨୭୧ ସ୍ବାବ୍ ନମୁନା ରିପୋର୍ଟ ନେଗେଟିଭ୍
ବରଗଡ଼ ଅଫିସ୍,୧୬।୫: ବରଗଡ଼ ଜିଲାକୁ ବର୍ତ୍ତମାନ ସୁଦ୍ଧା କରୋନା(କୋଭିଡ୍-୧୯) ଭୂତାଣୁ ମାଡ଼ି ପାରି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ୧୪୩୮ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥି ମଧ୍ୟରୁ ଶନିବାର ସୁଦ୍ଧା…
କଳାକୃତିରେ କରୋନାର ବାସ୍ତବତା ପ୍ରତିଫଳିତ
ବରଗଡ଼ ଅଫିସ୍,୧୬।୫: କରୋନା (କୋଭିଡ୍-୧୯) ଭୂତାଣୁ ସଂକ୍ରମଣ ନେଇ ସମଗ୍ର ମାନବ ସମାଜ ଆଜି ଆତଙ୍କିତ । ଏହାର ସଫଳ ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟି ପାରି ନାହିଁ । ଏଭଳିସ୍ଥଳେ ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁର ବୀରେନ୍ଦ୍ର…
ଚଢ଼ା ଦରରେ ଲୁଣ ବିକିବାରୁ ୧୨ହଜାର ଟଙ୍କା ଜରିମାନା
ଖପ୍ରାଖୋଲ,୧୬।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ କିଛିଦିନ ହେବ ଲୁଣ ଅଭାବ ଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାର ଫାଇଦା ଉଠାଇଛନ୍ତି କେତେଜଣ ବ୍ୟବସାୟୀ। ସେମାନେ ସାଧାରଣ ଗ୍ରାହକଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଖପ୍ରାଖୋଲ…
ବଲାଙ୍ଗୀର ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଓହ୍ଲାଇଲେ ୨୨୫ ପ୍ରବାସୀ
ବଲାଙ୍ଗୀର ଅଫିସ, ୧୬ା୫- ବଲାଙ୍ଗୀର ରେଳଷ୍ଟେଶନରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାମିଲନାଡୁର କୋଏମ୍ବାଟୁରଠାରୁ ବାଲେଶ୍ୱର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିଥିଲା। ଏହି ଷ୍ଟେଶନ୍ରେ ୨୨୫ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୦ଜଣ, ବରଗଡର ୩୧, ବୌଦ୍ଧ…
ପାଣି ଲାଗି ହଟହଟା ପଡ଼ାବାସୀ
ବିନିକା,୧୬ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ପଡ଼ାରେ ନାହିଁ ଗୋଟିଏ ବି ନଳକୂପ। ପୂର୍ବରୁ ସେମାନେ ପଡ଼ା ନିକଟ ଦେଇ ଯାଇଥିବା…
ମହାରାଷ୍ଟ୍ରରୁ ଫେରିଲେ ୨୬ ଶ୍ରମିକ
ଅନୁଗୋଳ ଅଫିସ୍, ୧୬ା୫- ଅନୁଗୋଳ ଜିଲାକୁ ମହାରାଷ୍ଟ୍ରରୁ ଏକ ସ୍ବତନ୍ତ୍ର ବସ ଯୋଗେ ୨୬ ଜଣ ଶ୍ରମିକ ଶନିବାର ଫେରିଛନ୍ତି। ସେମାନେ ଗଡତରାସ ଗ୍ରାମର ହୋଇଥିବାବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନରେ ରଖାଯାଇଛି। ଅନ୍ୟପକ୍ଷରେ ଉକ୍ତ ବସ୍ରେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାର…
ବଜ୍ରପାତରେ ନାବାଳିକା ଗୁରୁତର
କେନ୍ଦୁଝର,୧୬ା୫ (ସ୍ବ.ପ୍ର.)-ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ୩ ଗୋରୁ ପ୍ରାଣ ହରାଇଛନ୍ତି। ବାଉରୀପଦା ପଞ୍ଚାୟତ କେମ୍ପସଡ଼ା ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀ ଓ ବଜ୍ରପାତରେ କେମ୍ପସଡ଼ା ମୁଣ୍ତାସାହିର ଶିବାନୀ ମୁଣ୍ତା(୧୨)ଘରେ ଥିବା ଅବସ୍ଥାରେ ବଜ୍ରପାତ ହେବାରୁ…

