ଭଞ୍ଜନଗରରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ.ଏ)- ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରରେ ପାଳିତ ହୋଇଯାଇଛି। କରୋନା ଯୋଗୁ ସମସ୍ତ ବ୍ୟକ୍ତିଙ୍କୁ ସାନିଟାଇଜ କରାଯିବା ପରେ ସାମାଜିକ ଦୂରତ୍ୱ ବଜାୟ ରଖି ଶ୍ରୀଅରବିନ୍ଦ ଶକ୍ତିପୀଠରେ ଜୟନ୍ତୀ ଉସତ୍ବ ପାଳିତ ହୋଇଥିଲା। କରୋନା ସମୟରେ ସାମାଜିକ ସେବା କରିଥିବା ହେଲପିଙ୍ଗ୍‌ ହ୍ୟାଣ୍ଡର କର୍ମକର୍ତ୍ତା ପ୍ରଶାନ୍ତ ପ୍ରଧାନ, କିରନ କୁମାର ବିଷୋୟୀ, ଟିଟୁ ବାହାଦୁର ଥାପ୍ପା, ଶୁଭମ୍‌ ପ୍ରଧାନ, ଭବାନୀ ପାଳ, ସିଦ୍ଧାର୍ଥ ସାହୁ, ଦୀପକ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରଦାବାସିନୀ ପଟ୍ଟନାୟକ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅବସରପ୍ରାପ୍ତ ଗ୍ରନ୍ଥପାଳ ପଞ୍ଚାନନ ପାଳ, ସାଈ ଏସ୍‌ଏଚ୍‌ଜି ସଭାନେତ୍ରୀ ଗୀତାଞ୍ଜଳି ତ୍ରିପାଠୀ, ସ୍ବଚ୍ଛସାଥୀ ଗୋଲାପ ମଳିକ, ଚଳିତ ବର୍ଷ ପ୍ରକୃତି ମିତ୍ର୍ର ପୁରସ୍କାର ପାଇଁ ମନୋନିତ ସାଇ ଗୁରୁକୂଳର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟ, ଶ୍ରୀଅରବିନ୍ଦ ଶକ୍ତିପୀଠ ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଚାରାରୋପଣ ସହ ସତ୍ୟସାଈ ସେବା ସମିତି ସାଇ ଅମୃତ କଳସର କର୍ମକର୍ତ୍ତା ସନତ ସାହୁଙ୍କ ସହଯୋଗରେ ସହରର ବିଭିନ୍ନ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାଶନ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ନୀଳାଞ୍ଚଳ ମୁନି ମୁଖ୍ୟ ଅତିଥି, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଗଞ୍ଜାମ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜି, ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟ ଚେୟାରମ୍ୟାନ ଅଜିତ ଶତପଥୀ, ଭଞ୍ଜନଗର ସତ୍ୟସାଈ ସେବା ସଙ୍ଗଠନର କର୍ମକର୍ତ୍ତା ସନତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂସଦ ସଭାପତି ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସତ୍ବକୁ ସାମାଜିକ କର୍ମୀ ଶୁଳପାଣି ଶତପଥୀ ସଂଯୋଜନା କରିଥିଲେ। ସମ୍ପାଦକ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରମୋଦ ପ୍ରଧାନ, ଖେଳବତୀ ସାହୁ, ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟ ଓ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ୪ରେ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସରେ ଭଞ୍ଜନଗର ଅଞ୍ଚଳର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂସଦ ପକ୍ଷରୁ ନିଷ୍ପତି ହୋଇଥିଲା।
(((((ଫଟୋ୯ଏ-ସମ୍ବର୍ଦ୍ଧନା ଉସତ୍ବରେ ଅତିଥି ଏବଂ ସମ୍ବର୍ଦ୍ଧିତ ବ୍ୟକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri