ନିମ୍ନମାନର ମାସ୍କ ବଣ୍ଟନକୁ ନେଇ ଏନ୍ଏସି କାର୍ଯ୍ୟାଳୟରେ ହୋ-ହଲ୍ଲା
ଦିଗପହଣ୍ଡି,୧୬ା୫(ଡି.ଏନ.ଏ.)- ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ନିମ୍ନମାନର ମାସ୍କ ବଣ୍ଟନକୁ କେନ୍ଦ୍ରକରି ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ କାଉନ୍ସିଲର ରସାନନ୍ଦ ରାଉତ ପ୍ରମୁଖ ବହୁ ଅଞ୍ଚଳବାସୀ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର…
ଖଜୁରିପଡାରେ କାଳବୈଶାଖୀ ତାଣ୍ଡବ
ଖଜୁରିପଡ଼ା/ବଲସକୁମ୍ପା,୧୬ା୫(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ବାରପୁଲିୟା ଠାରୁ ପାକନା ଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ରାସ୍ତାର ବିଭିନ୍ନ ସ୍ଥାନରେ ଡାଳ ଭାଙ୍ଗି…
ତାମିଲନାଡୁରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ
କୃଷ୍ଣପ୍ରସାଦ,୧୬ା୫(ଡି.ଏନ୍.ଏ.): କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଫଳରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ୩୦ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କ ଫେରିବା ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏ ନେଇ ସୋସିଆଲ…
୧୪ ଶ୍ରମିକଙ୍କୁ ବସ୍ରେ କଟକ ପଠାଇଲା ପୋଲିସ
ବାରଙ୍ଗ,୧୬ା୫(ଡି.ଏନ.ଏ): ଝାଡ଼ଖଣ୍ଡ ଯିବା ପାଇଁ ଶୁକ୍ରବାର ରାତିରେ ଚାଲିଚାଲି ଷ୍ଟେଶନ ଯାଉଥିବା ୧୪ଜଣ ପ୍ରବାସୀ ଶ୍ରମିକଙ୍କୁ ବାରଙ୍ଗ ଅଧୀନ ଗୋଡ଼ିସାହି ଫାଣ୍ଡି ପୋଲିସ ଅଟକ ରଖି ଶନିବାର ଏକ ବସ ଯୋଗେ କଟକ ପଠାଇଛି। ଏହି ଶ୍ରମିକମାନେ ଝାଡ଼ଖଣ୍ଡରୁ ଆସି ସ୍ଥାନୀୟ…
ମୁକୁଳା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ ମୁକୁଳା ଅବସ୍ଥାରେ ପଡ଼ିରହିଛି। ଯାହାଫଳରେ ଏହା ଏବେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି…
ଗାଁ ଲୋକେ ମିଶି ଗାଧୁଆ ଘାଟ ତିଆରି କଲେ
ବାମରା,୧୬।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ବ୍ଲକ ବାଉଁସଲଗା ପଞ୍ଚାୟତ ସର୍ଗିଡ଼ିହି ଗ୍ରାମର ଲହରଙ୍ଗା ନଦୀରେ ଗାଁ ଲୋକେ ମିଶି ଗାଧୁଆଘାଟ ତିଆରି କରିଛନ୍ତି। ୭ ବର୍ଷ ହେବ ଏମାନେ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏ ଅନେକ ଆବେଦନ ଓ ଗୁହାରି କରିଆସୁଥିଲେ।…
ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ହାଇଦ୍ରାବାଦରୁ ଆସିଥିବା ୪୦ ପ୍ରବାସୀ
ଭବାନୀପାଟଣା/କୋକସରା,୧୬।୫(ଡି.ଏନ୍.ଏ.)-ହାଇଦ୍ରାବାଦରେ ଫସି ରହିଥିବା କଳାହାଣ୍ଡି ଜିଲାର ୪୦ ଜଣ ପ୍ରବାସୀ ଓଡ଼ିଆ ଶୁକ୍ରବାର ଏକ୍ ବସ୍ରେ ଆସି କୋକସରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ବିଡିଓ ମନୀଷା ଦାସ ସେମାନଙ୍କୁ ମାଝିଗୁଡାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ। ଏଥିରେ…
କାଳବୈଶାଖୀ: ଖେତରେ ଲୋଟିଲା ପାଚିଲା ଧାନ
ଜୁନାଗଡ଼,୧୬।୫(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥି ଯୋଗୁ ଖେତରେ ଅମଳ ଅବସ୍ଥାରେ ପାଚିଲା ଧାନଗଛ ଶୋଇ ପଡବା ସହ କେଣ୍ଡା ଛିଡି ପଡିଛି। ବର୍ଷାପାଣି କିଆରିରେ ଭରି…
ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ
ବଲାଙ୍ଗୀର ଅଫିସ, ୧୬ା୫-ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡ଼େଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୪ଟାରେ କେନ୍ଦ୍ରରେ ହଠାତ୍ ନିଆଁ ଲାଗ ପାଣି ଉଠାଇବା ମୋଟର,…
ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍ଡିଆର୍ଏଫ୍ ଟିମ୍
ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅରୁଣ…
ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ
ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର ଆଲୋକ କୁମାର ପଟେଲ, ବାରିଆ ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ…
ଶଙ୍କରପୁର ସାହି ରାସ୍ତା ସିଲ୍ କଲା ବିଏମ୍ସି: ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ
ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ କଣ୍ଟ୍ରୋଲ ଜୋନ୍ ମଧ୍ୟରେ ରହିଥିବା ସମସ୍ତ ପରିବାରଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯିବା…

